Videos
|
Business

PM KISAN Scheme Extended / କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି: ପିଏମ୍‌ କିଷାନ ଯୋଜନା ଅବଧି ଆଉ ୫ ବର୍ଷ ବୃଦ୍ଧି

Banajyotshna Ray
Browse all articles by Banajyotshna Ray
·54 mins ago·2 min read
କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି: ପିଏମ୍‌ କିଷାନ ଯୋଜନା ଅବଧି ଆଉ ୫ ବର୍ଷ ବୃଦ୍ଧି
PM KISAN Scheme Extended

Key Points

ଚାଷୀଙ୍କ ପାଇଁ ଖୁସି ଖବର
ପିଏମ୍‌ କିଷାନ ୫ ବର୍ଷ ବଢ଼ିଲା
ଯୋଜନାର ସମ୍ପ୍ରସାରଣକୁ ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ଚାଷୀଙ୍କ ପାଇଁ ଖୁସି ଖବର। ପିଏମ୍‌ କିଷାନ ୫ ବର୍ଷ ବଢ଼ିଲା। ଯୋଜନାର ସମ୍ପ୍ରସାରଣକୁ ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି। କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଏବେସୁଦ୍ଧା ଚାଷୀ ପାଇଲେଣି ୩ ଲକ୍ଷ ୧୦ ହଜାର କୋଟି। ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କୁ କେନ୍ଦ୍ର ସରକାର ପକ୍ଷରୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହି ଅର୍ଥ ୨,୦୦୦ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ। ଏପର୍ଯ୍ୟନ୍ତ ଏହି ଯୋଜନାର ୨୩ଟି କିସ୍ତି ଜାରି ହୋଇସାରିଛି ଏବଂ ଏବେ ସାରା ଦେଶର ଚାଷୀମାନେ ୨୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି।''

ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇପାରିବେ ଚାଷୀ। ଯାହା ଦ୍ୱାରା ଚାଷ କାର୍ଯ୍ୟରେ ଚାଷୀଙ୍କୁ ମିଳିବ ବଡ଼ ଫାଇଦା। ଏହି କିସ୍ତି ଖୁବଶୀଘ୍ର ଜାରି ହେବାକୁ ଘୋଷଣା ହୋଇଛି।''ଅନେକ ଚାଷୀ ଏହାକୁ ସାମାନ୍ୟ କାମ ଭାବି ବିଳମ୍ବ କରୁଛନ୍ତି। କିନ୍ତୁ ବାୟୋମେଟ୍ରିକ୍ କିମ୍ବା ଆଧାର ଓଟିପି ମାଧ୍ୟମରେ ସତ୍ୟାପନ ନ ହେଲେ ସିଷ୍ଟମ୍ ଆପଣଙ୍କ ଟଙ୍କା ପ୍ରଦାନକୁ ତୁରନ୍ତ ବନ୍ଦ କରିଦେବ।ଆପଣ ଯଦି ଚାହୁଁଛନ୍ତି ଯେ ୨,୦୦୦ ଟଙ୍କା ବିନା ବାଧାରେ ଆପଣଙ୍କ ଖାତାକୁ ଆସୁ, ତେବେ ବିଳମ୍ବ ନ କରି ନିକଟସ୍ଥ ଇ-ଜନସେବା କେନ୍ଦ୍ରକୁ ଯାଆନ୍ତୁ କିମ୍ବା ପିଏମ୍ କିଷାନ ଅଫିସିଆଲ ମୋବାଇଲ ଆପ୍ ମାଧ୍ୟମରେ ଫେସ୍ ଭେରିଫିକେସନ କରି ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।''

ଏଥିସହ ପଢ଼ନ୍ତୁ: ITR ଦାଖଲ କରିନାହାନ୍ତି କି ? ଆଜି ହିଁ କରନ୍ତୁ, ନଚେତ୍ ଗଣିବେ ଜରିମାନା...

ଏଥିପାଇଁ ଆପଣଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହେବା ଏବଂ ଡିବିଟି ସୁବିଧା ସକ୍ରିୟ ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହୋଇନାହିଁ କିମ୍ବା ଡିବିଟି ସକ୍ରିୟ ନାହିଁ, ତେବେ ବ୍ୟାଙ୍କ ଟ୍ରାନ୍ସଫର ବିଫଳ ହୋଇଯିବ। ଏହାଛଡ଼ା ଆବେଦନ ସମୟରେ ଯଦି ନାମ, ଆଧାର ନମ୍ବର କିମ୍ବା ବ୍ୟାଙ୍କ ଖାତାର ବିବରଣୀରେ କୌଣସି ଛୋଟ ଭୁଲ ରହିଥାଏ, ତେବେ ମଧ୍ୟ କିସ୍ତି ଅଟକିଯିବ। ତେଣୁ ତୁରନ୍ତ ନିଜ ପାସବୁକ୍ ଓ ଆଧାର କାର୍ଡ ନେଇ ବ୍ୟାଙ୍କକୁ ଯାଆନ୍ତୁ ଏବଂ ଖାତାକୁ ଏନପିସିଆଇ ସହ ଲିଙ୍କ କରାଇ ଡିବିଟି ସୁବିଧା ସକ୍ରିୟ କରାନ୍ତୁ।''

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories