RailOne / ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଆଉ କାମ କରିବନି ରେଲୱେର ଏହି ଟିକେଟ୍ ବୁକିଂ ଆପ୍
·4 months ago·2 min read

Key Points
ରେଲୱେର ସୁପର୍ ଆପ୍ RailOneର ହୋମ୍ ସ୍କ୍ରିନରେ ହିଁ ଅଣସରଂକ୍ଷିତ ଓ ପ୍ଲାଟଫର୍ମ ଟିକେଟ୍ର ବିକଳ୍ପ ରହିଛି । ଯାହାର ବୁକିଂ ପ୍ରକ୍ରିୟା ମଧ୍ୟ ସହଜ ଓ ସରଳ ଅଟେ ।
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଲୱେର ବଡ଼ ପରିବର୍ତ୍ତନ । ମାର୍ଚ୍ଚ ପହିଲାରୁ UTS ଆପ୍ (Unreserved Ticketing System On Mobile) ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଉଛି । ଏହାର ଅର୍ଥ ଆପଣ UTS ଆପ୍ ଜରିଆରେ ଏଣିକି ଟ୍ରେନର ଜେନରାଲ ଟିକେଟ୍ (ଅଣସଂରକ୍ଷିତ), ପ୍ଲାଟଫର୍ମ ଟିକେଟ୍ ଏବଂ ମାସିକ ପାସ୍ ବୁକ କରିପାରିବେ ନାହିଁ ।
ଯାତ୍ରୀଙ୍କୁ ରେଲୱେ ଅଧିକ ସୁବିଧା ପ୍ରଦାନ ଦିଗରେ ଏହି ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନକୁ ଆପଣାଇଛି । UTS ଆପ୍କୁ ରେଲୱେ ବନ୍ଦ କରିଥିବା ବେଳେ RailOne ଆପ୍କୁ ଆହୁରି ସଶକ୍ତ କରିଛି । ଗୋଟିଏ ଆପ୍ RailOneରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ ।
ଏଥିସହ ପଢ଼ନ୍ତୁ: ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ
RailOne ଆପ୍ ମାଧ୍ୟମରେ ଯାତ୍ରୀ ସମସ୍ତ ପ୍ରକାର ଟିକେଟ୍ ଅନଲାଇନ୍ ବୁକ୍ କରିପାରିବେ । ଯେଉଁଥିରେ ଜେନରାଲ୍ ଟିକେଟ୍ ସହ ପ୍ଲାଟଫର୍ମ ଟିକେଟ, ସଂରକ୍ଷିତ (ଶୟନ ଓ ଶୀତତାପ ନିୟନ୍ତ୍ରିତ ଯାତ୍ରା) ଟିକେଟ୍ କାଟି ପାରିବେ । ପିଏନ୍ଆର ସ୍ଥିତି ଯାଞ୍ଚ ସହ, ଟ୍ରେନର ସ୍ଥିତି, ରିଫଣ୍ଡ ଓ ଟିକେଟ୍ ବାତିଲ୍ ଆଦି ସେବା ପାଇ ପାରିବେ ।
ରେଲୱେର ସୁପର୍ ଆପ୍ RailOneର ହୋମ୍ ସ୍କ୍ରିନରେ ହିଁ ଅଣସରଂକ୍ଷିତ ଓ ପ୍ଲାଟଫର୍ମ ଟିକେଟ୍ର ବିକଳ୍ପ ରହିଛି । ଯାହାର ବୁକିଂ ପ୍ରକ୍ରିୟା ମଧ୍ୟ ସହଜ ଓ ସରଳ ଅଟେ । ଟ୍ରେନ୍ ଯାତ୍ରା ସମୟରେ ଏହି ଆପ୍ର ବ୍ୟବହାର କରି ଆପଣ ଖାଦ୍ୟ ଅର୍ଡର ସହ ରେଲୱେକୁ ଆପଣଙ୍କ ଅଭିଯୋଗ ଓ ମତାମତ ମଧ୍ୟ ଦେଇ ପାରିବେ । ଏବେ RailOne ଆପ୍ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ଅଛି ।
କାହିଁକି ବନ୍ଦ ହେଲା UTS ?
ରେଲୱେ ଚାହୁଁଛି ସମସ୍ତ ଟିକେଟ୍ ବୁକିଂ ଓ ରେଲୱେ ସହ ଜଡ଼ିତ ସେବା ଗୋଟିଏ ଆପ୍ ମାଧ୍ୟମରେ ଯୋଗାଇ ଦିଆଯାଉ । ଯାହାଦ୍ଵାରା ଯାତ୍ରୀ ଏକାଧିକ ଆପ୍ ଡାଉନଲୋଡ୍ରୁ ମୁକ୍ତ ହେବେ । ଏହି ପରିବର୍ତ୍ତନ ଡିଜିଟାଲ୍ ଇଣ୍ଡିଆ ସହ ଯାତ୍ରାକୁ ଆହୁରି ସରଳ କରିବ ।
ଏଥିସହ ପଢ଼ନ୍ତୁ: ବାରମ୍ବାର ମନ୍ତ୍ରୀ ଡାକୁଥିଲେ ବୈଠକ; ଆସୁନଥିଲେ କି ତଥ୍ୟ ଦେଉ ନଥିଲେ IAS ଅଧିକାରୀ, ତା'ପରେ...
ସୂଚନାଯୋଗ୍ୟ, ପୂର୍ବରୁ ଟ୍ରେନ୍ ଯାତ୍ରୀ ଅଣସଂରକ୍ଷିତ ଜେନରାଲ୍ ଟିକେଟ୍ ପାଇଁ UTS ଆପ୍ ଉପରେ ନିର୍ଭର କରୁଥିଲେ । ବିଶେଷ କରି ସ୍ଥାନୀୟ ପାସେଞ୍ଜର ଟ୍ରେନ୍ ଓ ସ୍ଵଳ୍ପ ଦୂରଗାମୀ ଯାତ୍ରୀଙ୍କ କାର୍ଯ୍ୟରେ ଆସୁଥିଲା । ଏଣିକି ଉକ୍ତ ଯାତ୍ରୀ RailOne ମଧ୍ୟମରେ ସମସ୍ତ ସୁବିଧା ପାଇ ପାରିବେ ।
UTS ଆପ୍ ବ୍ୟବହାରକାରୀଙ୍କୁ Railone ଆପ୍ରେ ଆକାଉଣ୍ଟ ତିଆରି କରିବାକୁ ପଡ଼଼ିବ । ଏଥିରେ ଆପଣ IRCTCର ୟୁଜର ନେମ ଓ ପାସୱାର୍ଡର ବ୍ୟବହାର କରି ସମସ୍ତ ଟିକେଟ୍ ବୁକି କରି ପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories