RBI Action / RBIର ବଡ଼ ଆକ୍ସନ୍; ଗୋଟିଏ ଝଟ୍କାରେ ୬୩ଟି ଫାଇନାନ୍ସ କମ୍ପାନୀର ଲାଇସେନ୍ସ ରଦ୍ଦ
·53 mins ago·2 min read

Key Points
୬୩ଟି ଆର୍ଥିକ ସଂସ୍ଥା ଉପରେ RBI ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ । ନଭେମ୍ବର ୧୬ ତାରିଖରେ RBIର ବିଜ୍ଞପ୍ତି ଅନୁସାରେ, ୪୯ଟି NBFC ଅର୍ଥାତ୍ ଅଣ-ବ୍ୟାଙ୍କିଂ ଆର୍ଥିକ ସଂସ୍ଥାର ଲାଇସେନ୍ସ ବାତିଲ୍ କରାଯାଇଛି ।
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବଡ଼ କାର୍ଯ୍ୟାନୁଷ୍ଠାନ । ୬୩ଟି ଆର୍ଥିକ ସଂସ୍ଥା ଉପରେ ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ । ନଭେମ୍ବର ୧୬ ତାରିଖରେ RBIର ବିଜ୍ଞପ୍ତି ଅନୁସାରେ, ୪୯ଟି NBFC ଅର୍ଥାତ୍ ଅଣ-ବ୍ୟାଙ୍କିଂ ଆର୍ଥିକ ସଂସ୍ଥାର ଲାଇସେନ୍ସ ବାତିଲ୍ କରାଯାଇଛି । ଏହି ନିର୍ଦ୍ଦେଶନାମା ଅକ୍ଟୋବର ୧ରୁ ଅକ୍ଟୋବର ୨୯ ମଧ୍ୟରେ ଜାରି କରାଯାଇଛି ।
ଏଥିସହ ୧୩ଟି NBFC ଓ ଗୋଟିଏ ହାଉସିଂ ଫାଇନାନ୍ସ କମ୍ପାନୀ ନିଜ ଆଡ଼ୁ ଲାଇସେନ୍ସ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି କାର୍ଯ୍ୟାନୁଷ୍ଠାନ RBIର ଅଧିନିୟମ-୧୯୩୪ ଅନୁସାରେ ଗ୍ରହଣ କରାଯାଇଛି ।
କାହିଁକି ବାତିଲ୍ ହେଲା ଲାଇସେନ୍ସ ?
RBI ଅନୁସାରେ, ୧୪ଟି ଆର୍ଥିକ ସଂସ୍ଥା ବିଭିନ୍ନ କାରଣରୁ ସ୍ଵ-ଇଚ୍ଛାରେ ସେମାନଙ୍କ ପଞ୍ଜିକରଣ ଫେରାଇ ଦେଇଛନ୍ତି । ସେଥିରୁ ୬ଟି କମ୍ପାନୀ NBFC କାରବାର ବନ୍ଦ କରି ଦେଇଛନ୍ତି । ଏଥିସହ ଅନ୍ୟ ୫ଟି କମ୍ପାନୀକୁ ଆଉ ପଞ୍ଜିକରଣର ଆବଶ୍ୟକତା ନାହିଁ । ଆଉ ୩ଟି କମ୍ପାନୀର ମିଶ୍ରଣ କିମ୍ବା ଅନ୍ୟ କାରଣରୁ ବନ୍ଦ ହୋଇ ଯାଇଛି । ତେଣୁ, ସେମାନଙ୍କ ଲାଇସେନ୍ସ (ପଞ୍ଜିକରଣ) ବାତିଲ୍ କରି ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଡିଜିଟାଲ୍ ପେମେଣ୍ଟରେ ସାଇବର ଠକେଇ ରୋକିବାକୁ RBIର ନୂଆ ନିୟମ
ଏବେ ଲାଇସେନ୍ସ ବାତିଲ୍ ପରେ ଏହି କମ୍ପାନୀ ଗୁଡ଼ିକ NBFC ଭାବେ କାମ କରିପାରିବେ ନାହିଁ । ଏହାର ସ୍ପଷ୍ଟ ଅର୍ଥ ହେଲା- ଲାଇସେନ୍ସ ବାତିଲ୍ ପରେ କମ୍ପାନୀ ଗୁଡ଼ିକ NBFC ଭାବେ ଆଉ ଋଣ ଦେଇ ପାରିବେ ନାହିଁ କିମ୍ବା ଆର୍ଥିକ କାରବାର କରିପାରିବେ ନାହିଁ ।
କାହିଁକି ଲାଇସେନ୍ସ ବାତିଲ୍ କରେ RBI ?
ସବୁଠୁ ବଡ଼ ପ୍ରଶ୍ନ ହେଲା RBI କାହିଁକି ଆର୍ଥିକ ସଂସ୍ଥାର ଲାଇସେନ୍ସ ବାତିଲ୍ କରୁଛି ? ଏହା ପଛରେ ଏକାଧିକ କାରଣ ରହିଛି । କୌଣସି କମ୍ପାନୀ ନିୟମ ପାଳନ ନ କଲେ, ନିର୍ଦ୍ଧାରିତ ସର୍ତ୍ତ ପୂରା ନକଲେ କିମ୍ବା କାରବାର ବନ୍ଦ କଲେ ଲାଇସେନ୍ସ ବା ଅନୁମତି ପତ୍ର ବାତିଲ୍ କରାଯାଇଥାଏ ।
ସାଧାରଣ ଲୋକ କ'ଣ କରିବେ ?
ସବୁଠାରୁ ବଡ଼ କଥା ହେଲା- ଏବେ ଯଦି କେହି କୌଣସି NBFC ଠାରୁ ଋଣ ନେବାକୁ ଯାଉଛନ୍ତି, ତାହେଲେ ଆପଣ କମ୍ପାନୀର RBI ପଞ୍ଜିକରଣ ଯାଞ୍ଚ କରନ୍ତୁ । କୌଣସି ବି ଅଜ୍ଞାତ ଆର୍ଥିକ ସଂସ୍ଥା ଚକ୍କରରେ ପଡ଼ନ୍ତୁ ନାହିଁ । ସବୁବେଳେ RBIର ୱେବସାଇଟ୍କୁ ଯାଇ କମ୍ପାନୀର ପଞ୍ଜିକରଣ ସ୍ଥିତି ଦେଖି ନିଅନ୍ତୁ ।