Videos
|
Business

RBI New Rules / ଡିଜିଟାଲ୍ ପେମେଣ୍ଟରେ ସାଇବର ଠକେଇ ରୋକିବାକୁ RBIର ନୂଆ ନିୟମ

Sushanta Sahoo
Browse all articles by Sushanta Sahoo
·35 mins ago·2 min read
ଡିଜିଟାଲ୍ ପେମେଣ୍ଟରେ ସାଇବର ଠକେଇ ରୋକିବାକୁ RBIର ନୂଆ ନିୟମ
New Guidelines for Digital Payments

Key Points

ଗ୍ରାହକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ । ଲୋକଙ୍କ ବ୍ୟାଙ୍କ ଖାତା ଓ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏବେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛି RBI ।
ମୁମ୍ବାଇ: ଅନଲାଇନ୍ ପେମେଣ୍ଟ ଓ ଡିଜିଟାଲ୍ କାରବାର ବଢ଼ିବା ସହ ସାଇବର ଠକେଇ ମାମଲା ମଧ୍ୟ ବଢ଼ୁଛି । ଲୋକଙ୍କ ବ୍ୟାଙ୍କ ଖାତା ଓ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏବେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)।

ନୂଆ ନିୟମ ଅନୁସାରେ, ନନ୍-ବ୍ୟାଙ୍କ ପେମେଣ୍ଟ ସିଷ୍ଟମ୍ ଅପରେଟରମାନଙ୍କୁ ସାଇବର ଆକ୍ରମଣ, ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ୍ ବନ୍ଦ ହେବା କିମ୍ବା ପେମେଣ୍ଟ ସେଟଲମେଣ୍ଟରେ ବିଳମ୍ବ ଭଳି ଅସାଧାରଣ ଘଟଣା ବିଷୟରେ ୬ ଘଣ୍ଟା ମଧ୍ୟରେ RBIକୁ ଜଣାଇବାକୁ ପଡ଼ିବ । ଏହାଦ୍ୱାରା ଏଭଳି ଘଟଣା ଉପରେ ଶୀଘ୍ର ନଜର ରଖିବା ଓ ଆବଶ୍ୟକ ପଦକ୍ଷେପ ନେବା ସହଜ ହୋଇ ପାରିବ ।

କେଉଁ ସଂସ୍ଥା ଉପରେ ଲାଗୁ ହେବ ଏହି ନିୟମ ?

RBIର ନୂଆ ନିର୍ଦ୍ଦେଶ ଅନୁସାରେ, ଏହି ନିୟମ ଅନୁମୋଦିତ ନନ୍-ବ୍ୟାଙ୍କ ପେମେଣ୍ଟ ସିଷ୍ଟମ୍ ଅପରେଟର (PSO)ଙ୍କ ପାଇଁ ଲାଗୁ ହେବ । ଏଥିରେ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହ କାର୍ଡ ନେଟୱର୍କ କମ୍ପାନୀ, ପେମେଣ୍ଟ ଏଗ୍ରିଗେଟର, ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (PPI) ଜାରି କରୁଥିବା ସଂସ୍ଥା, ହ୍ୱାଇଟ୍ ଲେବଲ୍ ATM ଅପରେଟର ଆଦି ରହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆସନ୍ତା ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ ଓ କେଉଁ ସହରରେ ରହିବ ଛୁଟି 

ବଡ଼ ଓ ମଧ୍ୟମ ଧରଣର ପେମେଣ୍ଟ ଅପରେଟରଙ୍କ ପାଇଁ ଏହି ନିୟମ RBIର ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶ ପାଇବା ଦିନଠାରୁ ଲାଗୁ ହୋଇଛି । ଛୋଟ ପେମେଣ୍ଟ ଅପରେଟରଙ୍କ ପାଇଁ ୧ ଏପ୍ରିଲ ୨୦୨୮ରୁ ଏହା ଲାଗୁ କରାଯିବ ।

ଗ୍ରାହକଙ୍କ ସୁରକ୍ଷାକୁ ଗୁରୁତ୍ୱ

ନୂଆ ନିୟମରେ ଗ୍ରାହକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପେମେଣ୍ଟ ସଂସ୍ଥାଗୁଡ଼ିକୁ ସନ୍ଦେହଜନକ କାରବାର ଉପରେ ନଜର ରଖିବା, ଗ୍ରାହକଙ୍କୁ ଠକେଇ ସମ୍ପର୍କିତ କାରବାର ଜଣାଇବାର ସୁବିଧା ଦେବା ଏବଂ ଅନଧିକୃତ କାରବାରର ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିପାଇଁ ୨୪ ଘଣ୍ଟା ସେବା ମଧ୍ୟ ରଖିବାକୁ ହେବ ।

ସୂଚନାଯୋଗ୍ୟ, ଆରବିଆଇର ୬ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବା ନିୟମଟି ପେମେଣ୍ଟ ସଂସ୍ଥାଗୁଡ଼ିକ ପାଇଁ । ଏହା ଗ୍ରାହକଙ୍କ ପାଇଁ ଠକେଇ ଅଭିଯୋଗ କରିବାର ୬ ଘଣ୍ଟାର ସମୟସୀମା ନୁହେଁ ।