Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - RBIର ବଡ଼ ଆକ୍ସନ୍; ବାତିଲ୍ ହେଲା Paytm ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ

Business

RBI Action on Paytm / RBIର ବଡ଼ ଆକ୍ସନ୍; ବାତିଲ୍ ହେଲା Paytm ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ

Sushanta Sahoo
Browse all articles by Sushanta Sahoo
·5 days ago·2 min read
RBIର ବଡ଼ ଆକ୍ସନ୍; ବାତିଲ୍ ହେଲା Paytm ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ
Paytm Bank License Cancelled

Key Points

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସକୁ ଆରିବିଆଇ ରଦ୍ଦ କରି ଦେଇଛି । ପେଟିଏମ୍ ଏଣିକି କୌଣସି ପ୍ରକାର ବ୍ୟାଙ୍କିଂ କାରବାର କରିପାରିବ ନାହିଁ ।
ମୁମ୍ବାଇ: ପେଟିଏମ୍ (Paytm) ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ଆକ୍ସନ୍ ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ଶୁକ୍ରବାର ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସକୁ ଆରିବିଆଇ ରଦ୍ଦ କରି ଦେଇଛି ।

ବ୍ୟାଙ୍କିଂ ପରିଚାଳନା ଅଧିନିୟମ, ୧୯୪୯ ଅନୁସାରେ ହୋଇଥିବା ଅଡିଟ୍ ରିପୋର୍ଟରେ ପେଟିଏମ୍ ବିରୋଧରେ ପ୍ରମାଣ ମିଳିଛି । ଯେଉଁଥିରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ ତଥ୍ୟ ସୁରକ୍ଷାର ଉଲ୍ଲଂଘନ ଓ ଜମାକାରୀଙ୍କ ସ୍ଵାର୍ଥ ରକ୍ଷା କରିନଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍: ଧର୍ମେନ୍ଦ୍ର ପ୍ରଧାନ

ଏହା ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସକୁ ଆରବିଆଇ ବାତିଲ୍ କରିଛି । ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌କୁ ତୁରନ୍ତ ବ୍ୟାଙ୍କିଂ କାରବାରରୁ ରୋକି ଦିଆଯାଇଛି । ଅର୍ଥାତ୍ ପେଟିଏମ୍ ଏଣିକି କୌଣସି ପ୍ରକାର ବ୍ୟାଙ୍କିଂ କାରବାର କରିପାରିବ ନାହିଁ ।

ୱାଲେଟ୍ ଜମା ମନା

ଆରବିଆଇର ଏହି ନୂତନ ନିର୍ଦ୍ଦେଶନାମା ଅନୁସାରେ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ବ୍ୟାଙ୍କିଂ କାରବାର ଉପରେ ପ୍ରତିବନ୍ଧକ ଲଗାଇଛି । ଗ୍ରାହକ ଏଣିକି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଖାତା କିମ୍ବା ୱାଲେଟ୍‌ରେ ଟଙ୍କା ଜମା କରିପାରିବେ ନାହିଁ । ଆରବିଆଇ ଅନୁସାରେ, ଏବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ପାଖରେ ୱାଇଡିଙ୍ଗ-ଅପ୍ ପ୍ରକ୍ରିୟାରେ ଦେଣନେଣ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଅଛି ।

ଦୀର୍ଘଦିନ ଧରି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ବନ୍ଦ ପାଇଁ ଚାଲିଥିବା ପ୍ରକ୍ରିୟାର ଏହା ହେଉଛି ଅନ୍ତିମ କାର୍ଯ୍ୟାନୁଷ୍ଠାନ । ଆରବିଆଇ ପୂର୍ବରୁ ନୂଆ ଗ୍ରାହକ ଯୋଡ଼ିବା ଏବଂ ଜମା ସ୍ଵୀକାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଆରବିଆଇ ।

ଏଥିସହ ପଢ଼ନ୍ତୁ: କମ ନିବେଶରେ ସୁରକ୍ଷିତ ଆୟ; ମାସକୁ ଦିଅନ୍ତୁ ମାତ୍ର ₹୩୭୬, ବୃଦ୍ଧାବସ୍ଥାରେ ମିଳିବ ମାସିକ ₹୫୦୦୦

ସେତେବେଳେ ପେଟିଏମ୍ ଉପରେ ସ୍ଵଳ୍ପ ପ୍ରତିବନ୍ଧକ ଲାଗୁ ହୋଇଥିଲା । ୨୦୨୪ରେ ପେଟିଏମ୍ ପରିଚାଳନାକୁ ନେଇ ବାରମ୍ବାର ସମସ୍ୟା ଦେଖା ଦେଇଥିଲେ । ଏହାପରେ ଆରବିଆଇ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ପ୍ରତିବନ୍ଧକ କଡ଼ାକଡ଼ି କରିଥିଲା ।

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ଲାଇସେନ୍ସ ବାତିଲ୍ ପଛରେ ଆରବିଆଇ ଏକାଧିକ କାରଣ ଦର୍ଶାଇଛି । ଯେଉଁଥିରେ ବ୍ଯାଙ୍କର କାର୍ଯ୍ୟ ଲେଣ୍ଡର ଓ ଜମାକାରୀଙ୍କ ସ୍ଵାର୍ଥ ବିରୋଧୀ ବୋଲି ଦର୍ଶାଇଛି । ଏହା ଜମାକାରୀଙ୍କ ପାଇଁ କ୍ଷତିକାରକ ଥିଲା ବୋଲି କହିଛି ଆରବିଆଇ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RBI Cancels Paytm Payments Bank License, Banking Services Halted | Argus News | Argus News