Videos
|
Business

Bank Holidays / ଆସନ୍ତା ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ ଓ କେଉଁ ସହରରେ ରହିବ ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·51 mins ago·2 min read
ଆସନ୍ତା ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ ଓ କେଉଁ ସହରରେ ରହିବ ଛୁଟି
Bank Holidays November 16–22

Key Points

ନଭେମ୍ବର ୧୬ରୁ ୨୨ ଯାଏଁ,
କେତେ ଦିନ ବ୍ୟାଙ୍କ ବନ୍ଦ ?
କାମ ପୂର୍ବରୁ ଚେକ୍ କରନ୍ତୁ
ନୂଆଦିଲ୍ଲୀ: ଯଦି ଆପଣ ଆସନ୍ତା ସପ୍ତାହରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଦେଖିନିଅନ୍ତୁ ବ୍ୟାଙ୍କ ଛୁଟି ତାଲିକା । କାରଣ ନଭେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସହରରେ ମୋଟ ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ଏହି ଛୁଟି ତାଲିକାରେ ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ଆକ୍ସିସ୍ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଭଳି ସରକାରୀ ଏବଂ ଘରୋଇ ବ୍ୟାଙ୍କ ସାମିଲ ରହିଛି ।

  • କେଉଁ ଦିନ କେଉଁଠି ବନ୍ଦ ରହିବ ବ୍ୟାଙ୍କ ?
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ)ର ବ୍ୟାଙ୍କ ଛୁଟି କ୍ୟାଲେଣ୍ଡର ଅନୁସାରେ, ନଭେମ୍ବର ୧୬ ତାରିଖ ସୋମବାର ଛଠ୍ ପୂଜା ଅବସରରେ ବିହାରର ପାଟନା ଓ ଝାଡ଼ଖଣ୍ଡର ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ । ଏହି ଦୁଇ ସହରରେ ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ସମେତ ଅନ୍ୟ ବ୍ୟାଙ୍କଗୁଡ଼ିକର ଶାଖାରେ କାରବାର ହେବ ନାହିଁ ।

ସେହିପରି ନଭେମ୍ବର ୨୦ ତାରିଖ ଶୁକ୍ରବାର ଇଗାସ୍-ବଗ୍ୱାଲ୍ ବା ବୁଢୀ ଦିୱାଲି ପର୍ବ ପାଇଁ ଉତ୍ତରାଖଣ୍ଡର ଡେରାଡୁନରେ ବ୍ୟାଙ୍କ ବନ୍ଦ ରହିବ । ଏହା ଉତ୍ତରାଖଣ୍ଡର ଏକ ପାରମ୍ପରିକ ଲୋକପର୍ବ । ତେଣୁ ଏହି ଦିନ କେବଳ ଉତ୍ତରାଖଣ୍ଡରେ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବ । ଅନ୍ୟ ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ । ଏହାବ୍ୟତୀତ ନଭେମ୍ବର ୨୨ ତାରିଖ ରବିବାର ହୋଇଥିବାରୁ ଦେଶବ୍ୟାପୀ ସମସ୍ତ ବ୍ୟାଙ୍କର ଶାଖା ବନ୍ଦ ରହିବ । ଏହା ବ୍ୟାଙ୍କଗୁଡ଼ିକର ନିୟମିତ ସାପ୍ତାହିକ ଛୁଟି ।

ପଢନ୍ତୁ ଏହି ଖବର: ଆପଣ UPI ବ୍ୟବହାରକାର କରୁଛନ୍ତି କି ? ସତର୍କ ରୁହନ୍ତୁ! କମ୍ପାନିଙ୍କୁ ବ୍ୟାଙ୍କର କଡ଼ା ନିର୍ଦ୍ଦେଶ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଚାଲୁ ରହିବ ଡିଜିଟାଲ୍ ବ୍ୟାଙ୍କିଂ ସେବା
ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହି ଛୁଟି ଦିନଗୁଡ଼ିକରେ ଡିଜିଟାଲ୍ ବ୍ୟାଙ୍କିଂ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ । ଗୁଗଲ୍ ପେ, ଫୋନ୍ ପେ, ପେଟିଏମ୍ ଭଳି UPI ଆପ୍ ଜରିଆରେ ଟଙ୍କା ପଠାଇବା ଓ ଗ୍ରହଣ କରିବା ସମ୍ଭବ ହେବ । ଏହାସହ ମୋବାଇଲ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଓ ଏଟିଏମ୍ ସେବା ମଧ୍ୟ ଜାରି ରହିବ । ତେଣୁ ବ୍ୟାଙ୍କରେ ଅଫ୍‌ଲାଇନ୍‌ରେ କରିବାକୁ ଥିବା ଜରୁରୀ କାମ ଥିଲେ, ଛୁଟି ତାଲିକା ଦେଖି ଆଗୁଆ ଯୋଜନା କରିନିଅନ୍ତୁ । ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।