Cash Withdrawal / SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ୧ ଅକ୍ଟୋବରରୁ ବଦଳିବ ATM ଓ କ୍ୟାଶ୍ ୱିଡ୍ରଲ୍ ନିୟମ

Key Points
SBIର ନୂଆ ନିୟମ ATMରୁ ଟଙ୍କା ଉଠାଇବା ମହଙ୍ଗା
SBI ଖାତାଧାରୀ ସାବଧାନ ୧ ଅକ୍ଟୋବରରୁ ବଦଳିବ ନିୟମ ।
ATM ଟ୍ରାଞ୍ଜାକ୍ସନ୍ରେ ପରିବର୍ତ୍ତନ SBI ଗ୍ରାହକ ଜାଣନ୍ତୁ ନୂଆ ନିୟମ ।
ଆପଣଙ୍କ ଖାତା ଯଦି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ୧ ଅକ୍ଟୋବର ୨୦୨୬ରୁ SBIର ATM ଓ କ୍ୟାଶ୍ ୱିଡ୍ରଲ୍ ସମ୍ବନ୍ଧୀୟ କିଛି ନିୟମ ବଦଳିବାକୁ ଯାଉଛି ।
ବିଶେଷକରି ସାଲାରି ପ୍ୟାକେଜ୍ ଆକାଉଣ୍ଟ ଏବଂ BSBD (Basic Savings Bank Deposit) ଆକାଉଣ୍ଟ ଧାରକଙ୍କ ପାଇଁ ଫ୍ରି ଟ୍ରାଞ୍ଜାକ୍ସନ୍ ସୀମା ଓ ସୀମା ଅତିକ୍ରମ କଲେ ଲାଗୁଥିବା ଚାର୍ଜରେ ପରିବର୍ତ୍ତନ ହେବ ।
ସାଲାରି ଆକାଉଣ୍ଟ ପାଇଁ ନୂଆ ନିୟମ
SBIର ସାଲାରି ଆକାଉଣ୍ଟ ଧାରକମାନେ ଅନ୍ୟ ବ୍ୟାଙ୍କର ATM କିମ୍ବା ADWM ବ୍ୟବହାର କରିବା ସମୟରେ ଏଣିକି ଅଧିକ ସତର୍କ ରହିବାକୁ ପଡ଼ିବ । ଏପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କର ATM/ADWMରେ ପ୍ରତିମାସ ୧୦ଟି ମାଗଣା ଟ୍ରାଞ୍ଜାକ୍ସନ୍ ମିଳୁଥିଲା । ଏଥିରେ ଟଙ୍କା ଉଠାଇବା ଭଳି ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ ସହିତ ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଣ୍ଟ ଭଳି ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ ମଧ୍ୟ ସାମିଲ ଥିଲା । କିନ୍ତୁ ୧ ଅକ୍ଟୋବରରୁ ଏହି ଫ୍ରି ଲିମିଟ୍ ୧୦ରୁ କମି ୫ଟି ପ୍ରତିମାସ ହୋଇଯିବ ।
୫ଟି ଫ୍ରି ଟ୍ରାଞ୍ଜାକ୍ସନ୍ ପରେ କେତେ ଚାର୍ଜ ?
ଫ୍ରି ଲିମିଟ୍ ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ATM ବ୍ୟବହାର କଲେ ଚାର୍ଜ ଦେବାକୁ ପଡ଼ିପାରେ ।
କ୍ୟାଶ୍ ୱିଡ୍ରଲ୍: ପ୍ରତି ଟ୍ରାଞ୍ଜାକ୍ସନ୍ ₹୨୩ + GST
ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍: ପ୍ରତି ଟ୍ରାଞ୍ଜାକ୍ସନ୍ ₹୧୧ + GST
ତେବେ ମନେ ରଖନ୍ତୁ, SBIର ନିଜସ୍ୱ ATM ବ୍ୟବହାର କିମ୍ବା ସାଧାରଣ ସେଭିଂସ୍ ଆକାଉଣ୍ଟ ପାଇଁ ଏହି ପରିବର୍ତ୍ତନ ସମାନ ଭାବରେ ଲାଗୁ ହେବ ନାହିଁ ।
BSBD ଅର୍ଥାତ୍ ଜିରୋ ବାଲାନ୍ସ ଆକାଉଣ୍ଟରେ କ’ଣ ବଦଳିବ ?
କମ୍ ଆୟ ବର୍ଗର ଲୋକଙ୍କ ପାଇଁ ଥିବା Basic Savings Bank Deposit (BSBD) ଆକାଉଣ୍ଟ ନେଇ ମଧ୍ୟ ନୂଆ ନିୟମ ରହିଛି । ଏହି ଆକାଉଣ୍ଟରେ ପ୍ରତିମାସର ପ୍ରଥମ ୪ଟି କ୍ୟାଶ୍ ୱିଡ୍ରଲ୍ ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ଟଙ୍କା ଉଠାଣ SBI ATM, ଅନ୍ୟ ବ୍ୟାଙ୍କ ATM, ବ୍ରାଞ୍ଚ କିମ୍ବା AEPS ମାଧ୍ୟମରେ କଲେ ମଧ୍ୟ ଏହି ୪ଟି ଫ୍ରି ଚାନ୍ସ ଲାଗୁ ହେବ । କିନ୍ତୁ ୪ଟି ଫ୍ରି ୱିଡ୍ରଲ୍ ଶେଷ ହେବା ପରେ ୫ମ ଥରରୁ ପ୍ରତ୍ୟେକ କ୍ୟାଶ୍ ୱିଡ୍ରଲ୍ ପାଇଁ ୧୫ + GST ଚାର୍ଜ ଦେବାକୁ ପଡ଼ିବ ।
BSBD ଆକାଉଣ୍ଟର ମୁଖ୍ୟ ବିଶେଷତା
BSBD ଆକାଉଣ୍ଟରେ ସାଧାରଣତଃ ମିନିମମ୍ ବାଲାନ୍ସ ରଖିବାର ବାଧ୍ୟତା ନଥାଏ । ଏହା ସହିତ SBIରେ ଅନ୍ୟ ଏକ ସେଭିଂସ୍ ଆକାଉଣ୍ଟ ରହିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହା ବନ୍ଦ କରିବାର ନିୟମ ରହିଛି । ଏହି ଆକାଉଣ୍ଟ ସହ ସାଧାରଣତଃ ଚେକ୍ବୁକ୍ ମିଳେ ନାହିଁ । ତେବେ ବାର୍ଷିକ ମେଣ୍ଟେନାନ୍ସ ଚାର୍ଜ ବିନା RuPay ଡେବିଟ୍ କାର୍ଡ ମିଳିପାରେ ।
କାର୍ଡ ବିନା ATMରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କ ପାଇଁ ରିଲିଫ୍
କାର୍ଡ ବ୍ୟବହାର ନକରି YONO ଭଳି ଆପ୍ ମାଧ୍ୟମରେ ATMରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କ ପାଇଁ ଖୁସିର ଖବର । କାର୍ଡଲେସ୍ କ୍ୟାଶ୍ ୱିଡ୍ରଲ୍ ପାଇଁ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନ୍ ସୁବିଧା ଜାରି ରହିବ ଏବଂ ଏଥିପାଇଁ ନୂଆ ଚାର୍ଜ ଲାଗୁ ହେବ ନାହିଁ ବୋଲି ଉଲ୍ଲେଖ ରହିଛି ।
SBI ଗ୍ରାହକ କ’ଣ କରିବେ?
ଯଦି ଆପଣ SBIର ସାଲାରି ଆକାଉଣ୍ଟ ଧାରକ, ତେବେ ଅନ୍ୟ ବ୍ୟାଙ୍କର ATM ବଦଳରେ ସମ୍ଭବ ହେଲେ SBI ATM ବ୍ୟବହାର କରନ୍ତୁ । ଅନାବଶ୍ୟକ ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଣ୍ଟ ପାଇଁ ଅନ୍ୟ ବ୍ୟାଙ୍କ ATM ବ୍ୟବହାର ନକରିବା ମଧ୍ୟ ଚାର୍ଜ ଏଡ଼ାଇବାରେ ସାହାଯ୍ୟ କରିପାରେ ।
କାର୍ଡଲେସ୍ କ୍ୟାଶ୍ ୱିଡ୍ରଲ୍ ସୁବିଧା ଥିଲେ ତାହା ମଧ୍ୟ ବ୍ୟବହାର କରିପାରିବେ । ତେବେ ନୂଆ ନିୟମ ଲାଗୁ ହେବା ପୂର୍ବରୁ ନିଜ ଆକାଉଣ୍ଟର ପ୍ରକାର ଓ ଲାଗୁଥିବା ଚାର୍ଜ ବିଷୟରେ SBIର ଅଧିକୃତ ସୂଚନା ଯାଞ୍ଚ କରିନେବା ଭଲ ।
📱 Get Argus News App
✨Related Topics
Explore more stories