SBI Card New Rules / SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ଡିସେମ୍ବର ୧ରୁ ବଦଳିବ ବଡ଼ ନିୟମ
·1 hour ago·2 min read

Key Points
SBI Credit Card ୟୁଜର୍ସ ସାବଧାନ
ଡିସେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ
ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ?
ଦିଲ୍ଲୀ: ଆପଣ SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଡିସେମ୍ବର ୧ରୁ ବଦଳିବାକୁ ଯାଉଛି SBI କାର୍ଡର କିଛି ନିୟମ ଏହି ପରିବର୍ତ୍ତନ ଯୋଗୁଁ ଗ୍ରାହକଙ୍କ ଟ୍ରାନ୍ସପୋର୍ଟେସନ୍ ଏବଂ ଫ୍ୟୁଏଲ୍ ବାବଦ ଖର୍ଚ୍ଚ ବଢ଼ିପାରେ ତେଣୁ ନୂଆ ନିୟମ ବିଷୟରେ ଜାଣି ରଖିବା ଜରୁରୀ ।
SBI Card ପକ୍ଷରୁ ଗତ ଅକ୍ଟୋବର ୨୭ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରାଯାଇଥିଲା । ନୂଆ ନିୟମ ଅନୁଯାୟୀ, ଗୋଟିଏ ବିଲିଂ ସାଇକେଲରେ ୩୦ ହଜାର ଟଙ୍କାରୁ ଅଧିକ ଟ୍ରାନ୍ସପୋର୍ଟେସନ୍ ଟ୍ରାଞ୍ଜାକ୍ସନ୍ ଏବଂ ୫୦ ହଜାର ଟଙ୍କାରୁ ଅଧିକ ଫ୍ୟୁଏଲ୍ ଖର୍ଚ୍ଚ ଉପରେ ଅତିରିକ୍ତ ଚାର୍ଜ ଲାଗୁ ହେବ ।
ଟ୍ରାନ୍ସପୋର୍ଟେସନ୍ ଖର୍ଚ୍ଚ ଉପରେ ୧% ଚାର୍ଜ
ଡିସେମ୍ବର ୧ରୁ SBI କ୍ରେଡିଟ୍ କାର୍ଡ ମାଧ୍ୟମରେ ୩୦ ହଜାର ଟଙ୍କାରୁ ଅଧିକ ପ୍ରତ୍ୟେକ ଟ୍ରାନ୍ସପୋର୍ଟେସନ୍ ଟ୍ରାଞ୍ଜାକ୍ସନ୍ ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । MCC 4111, 4784 ଏବଂ 4131 ଅନ୍ତର୍ଗତ ଟ୍ରାଞ୍ଜାକ୍ସନ୍ଗୁଡ଼ିକ ଏହି ନିୟମରେ ସାମିଲ ହେବ ।
ଉଦାହରଣ ସ୍ୱରୂପ, ଯଦି କୌଣସି ଗ୍ରାହକ ୩୫ ହଜାର ଟଙ୍କାର ଟ୍ରାନ୍ସପୋର୍ଟେସନ୍ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୩୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ ସେହିପରି ୫୦ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ୍ ଉପରେ ୫୦୦ ଟଙ୍କା ଅତିରିକ୍ତ ଶୁଳ୍କ ଲାଗିବ ।
ଫ୍ୟୁଏଲ୍ ଖର୍ଚ୍ଚ ଉପରେ ମଧ୍ୟ ଲାଗିବ ଅତିରିକ୍ତ ଚାର୍ଜ
କେବଳ ଟ୍ରାନ୍ସପୋର୍ଟେସନ୍ ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଖର୍ଚ୍ଚ ଉପରେ ମଧ୍ୟ ନୂଆ ନିୟମ ଲାଗୁ ହେବ । ଗୋଟିଏ ବିଲିଂ ସାଇକେଲରେ ଯୋଗ୍ୟ ଫ୍ୟୁଏଲ୍ ଟ୍ରାଞ୍ଜାକ୍ସନ୍ର ମୋଟ ମୂଲ୍ୟ ୫୦ ହଜାର ଟଙ୍କା ଅତିକ୍ରମ କଲେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି କୌଣସି SBI କ୍ରେଡିଟ୍ କାର୍ଡ ଗ୍ରାହକ ଗୋଟିଏ ବିଲିଂ ସାଇକେଲରେ ମୋଟ ୫୫ ହଜାର ଟଙ୍କାର ଯୋଗ୍ୟ ଫ୍ୟୁଏଲ୍ ଟ୍ରାଞ୍ଜାକ୍ସନ୍ କରନ୍ତି, ତେବେ ୧ ପ୍ରତିଶତ ହିସାବରେ ୫୫୦ ଟଙ୍କା ଅତିରିକ୍ତ ଚାର୍ଜ ଲାଗିବ ।
ତେଣୁ SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଡିସେମ୍ବର ୧ରୁ ନିଜର ଟ୍ରାନ୍ସପୋର୍ଟେସନ୍ ଏବଂ ଫ୍ୟୁଏଲ୍ ଖର୍ଚ୍ଚ ଉପରେ ନଜର ରଖିବା ଜରୁରୀ । ନଚେତ୍ ବିଲ୍ ପେମେଣ୍ଟ ସମୟରେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ ।

Related Topics
Explore more stories