Videos
|
Business

Banking News / SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ୨୮ରୁ ୩୦ ସେପ୍ଟେମ୍ବର ମାଗଣାରେ ଉଠାଇପାରିବେ ଟଙ୍କା

Rashmita Mishra
Browse all articles by Rashmita Mishra
·2 hours ago·2 min read
SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ୨୮ରୁ ୩୦ ସେପ୍ଟେମ୍ବର ମାଗଣାରେ ଉଠାଇପାରିବେ ଟଙ୍କା
Digital Banking

Key Points

ଏହି ୩ ଦିନ ମାଗଣାରେ ଉଠିବ ଟଙ୍କା । 
SBI ଗ୍ରାହକଙ୍କ ପାଇଁ ବଡ଼ ଖବର... 
୨୮ରୁ ୩୦ ସେପ୍ଟେମ୍ବର ମାଗଣାରେ ଉଠାଇପାରିବେ ଟଙ୍କା । 

ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଗ୍ରାହକ, ତେବେ ଆସନ୍ତା ବ୍ୟାଙ୍କ ଧର୍ମଘଟକୁ ନେଇ ଚିନ୍ତିତ ଥିଲେ ଆପଣଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରସ୍ତାବିତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି SBI ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରାଯାଇଛି ।
ବ୍ୟାଙ୍କର ସୂଚନା ଅନୁସାରେ, ୨୮, ୨୯ ଏବଂ ୩୦ ସେପ୍ଟେମ୍ବରରେ SBI ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ଅତିରିକ୍ତ ATM ଟ୍ରାଞ୍ଜାକ୍ସନ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ ।

ଯେକୌଣସି ବ୍ୟାଙ୍କର ATMରୁ ଟଙ୍କା ଉଠାଇପାରିବେ
ସାଧାରଣତଃ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କର ATM ବ୍ୟବହାର କଲେ ନିର୍ଦ୍ଧାରିତ ମାଗଣା ସୀମା ପରେ ଅତିରିକ୍ତ ଚାର୍ଜ ଲାଗିପାରେ । କିନ୍ତୁ ଧର୍ମଘଟ ସମୟରେ SBI ଗ୍ରାହକଙ୍କୁ ଏହି ଚାର୍ଜରୁ ରିହାତି ଦେବାକୁ ଘୋଷଣା କରିଛି ।

ଅର୍ଥାତ୍ ୨୮ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଗ୍ରାହକମାନେ HDFC, ICICI, PNB କିମ୍ବା ଅନ୍ୟ ବ୍ୟାଙ୍କର ATM ବ୍ୟବହାର କରି ଆବଶ୍ୟକ ଅନୁଯାୟୀ ଟଙ୍କା ଉଠାଇପାରିବେ । SBIର ଏହି ପଦକ୍ଷେପର ଉଦ୍ଦେଶ୍ୟ ଧର୍ମଘଟ ସମୟରେ ଗ୍ରାହକଙ୍କୁ ନଗଦ ଟଙ୍କାର ସୁବିଧା ଯୋଗାଇବା ।

ଏଥି ସହ ପଢନ୍ତୁ: SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ୧ ଅକ୍ଟୋବରରୁ ବଦଳିବ ATM ଓ କ୍ୟାଶ୍ ୱିଡ୍ରଲ୍ ନିୟମ

ATM ସହ ଡିଜିଟାଲ୍ ବ୍ୟାଙ୍କିଂ ମଧ୍ୟ ଚାଲୁ ରହିବ
ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିଲେ ମଧ୍ୟ ଡିଜିଟାଲ୍ ବ୍ୟାଙ୍କିଂ ସେବାଗୁଡ଼ିକ ଚାଲୁ ରହିବ । YONO, ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର, ବିଲ୍ ପେମେଣ୍ଟ ଓ ଅନ୍ୟାନ୍ୟ ସାଧାରଣ କାରବାର କରାଯାଇପାରିବ । UPI ମାଧ୍ୟମରେ Google Pay, PhonePe ଓ Paytm ଭଳି ଆପ୍‌ରେ ମଧ୍ୟ ଡିଜିଟାଲ୍ ପେମେଣ୍ଟ କରିପାରିବେ । ଏହା ସହିତ WhatsApp Banking ମାଧ୍ୟମରେ ମଧ୍ୟ କିଛି ବ୍ୟାଙ୍କିଂ ସେବା ନିଆଯାଇପାରିବ । ଜରୁରୀ ସମୟରେ SBI ଗ୍ରାହକମାନେ 1800 1234 କିମ୍ବା 1800 2100 ନମ୍ବରରେ ଯୋଗାଯୋଗ କରିପାରିବେ ।

୨୭ ସେପ୍ଟେମ୍ବରରେ ଖୋଲା ରହିବ ବ୍ୟାଙ୍କ
ଯଦି ଶାଖାକୁ ଯାଇ କୌଣସି ଜରୁରୀ କାମ କରିବାର ଅଛି, ତେବେ ୨୭ ସେପ୍ଟେମ୍ବରରେ କାମଟି ସାରିନେବାକୁ ପରାମର୍ଶ ଦିଆଯାଇଛି । ଧର୍ମଘଟ ପୂର୍ବରୁ ଗ୍ରାହକଙ୍କ ସୁବିଧା ପାଇଁ ୨୭ ସେପ୍ଟେମ୍ବର ରବିବାର ଦିନ SBI ସମେତ ସରକାରୀ ବ୍ୟାଙ୍କ ଶାଖା ଖୋଲା ରହିବ ବୋଲି ଏହି ସୂଚନାରେ ଦାବି କରାଯାଇଛି ।

ତେଣୁ ଶାଖା ସମ୍ବନ୍ଧୀୟ ଜରୁରୀ କାମ, କାଗଜପତ୍ର କିମ୍ବା ବଡ଼ ନଗଦ କାରବାର ଥିଲେ ଆଗୁଆ କରିନେବା ଭଲ । ଅନ୍ୟପଟେ, ଧର୍ମଘଟ ସମୟରେ ଦୈନନ୍ଦିନ ଖର୍ଚ୍ଚ ପାଇଁ ATM ଓ ଡିଜିଟାଲ୍ ବ୍ୟାଙ୍କିଂ ସେବା ବ୍ୟବହାର କରିପାରିବେ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: