Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - SBI ଦେଉଛି ଶସ୍ତା ହୋମ ଲୋନ୍‌, ଆଉ ରହିଲା ୨ ଦିନ ବାକି

Business

SBI ଦେଉଛି ଶସ୍ତା ହୋମ ଲୋନ୍‌, ଆଉ ରହିଲା ୨ ଦିନ ବାକି

Banajyotshna Ray
Browse all articles by Banajyotshna Ray
·2 years ago·1 min read
SBI ଦେଉଛି ଶସ୍ତା ହୋମ ଲୋନ୍‌, ଆଉ ରହିଲା ୨ ଦିନ ବାକି

ଅର୍ଗସ ବ୍ୟୁରୋ: ନିଜର ଗୋଟିଏ ସୁନ୍ଦର ଘର ଥିବ। ଏହା କାହାର ବା ସ୍ୱପ୍ନ ନଥାଏ। ହେଲେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗେ। ବର୍ତ୍ତମାନ ଆଉ ଏତେ କଷ୍ଟ କରିବାକୁ ପଡିବ ନାହିଁ। କାହିଁକି ନା ଏବେ ଆପଣଙ୍କ  ପାଇଁ  ଏସବିଆଇ ନେଇ ଆସୁଛି ଲୋନ। ଭାରତୀୟ ଷ୍ଟେଟ ବ୍ୟାଙ୍କଠାରୁ ଶସ୍ତା ହୋମ ଲୋନ ଏହି ଶେଷ ସୁଯୋଗର ଲାଭ ଉଠାଇପାରିବେ। ଖୁବଶୀଘ୍ର ଏସବିଆଇର ହୋମ ଲୋନ ସରିବାକୁ ଆସୁଛି । ଏହା ଅଧିନରେ ସିବିଲ ସ୍କୋର ଆଧାରରେ ଘରୋଇ ଲୋନର ସାଧାରଣ ସୁଧ ହାରରେ ୦.୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି  ଦିଆଯାଉଛି। ଏହି ସ୍ୱତନ୍ତ୍ର ହୋମ ଲୋନ କେବଳ ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ବୈଧ ଅଟେ।

୦.୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଫ୍ଲେକ୍ସିପେ, ଏନଆରଆଇ, ଦରମା ଶ୍ରେଣୀ ସହିତ ସମସ୍ତ ହୋମ ଲୋନ ପାଇଁ ବୈଧ। ହୋମ ଲୋନ ଉପରେ ସୁଧ ହାର ସିଭିଲ ସ୍କୋର ଉପରେ ନିର୍ଭର କରେ। ବର୍ତ୍ତମାନ ଏହି ଲାଭ ଉଠାଇବାକୁ ଗ୍ରାହକଙ୍କୁ ଆଉ ମାତ୍ର ୨ ଦିନ ଅଛି।

ସିଭିଲ ସ୍କୋର କଣ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିବିଲ ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହା କୌଣସି ବ୍ୟକ୍ତିର ଆର୍ଥିକ ବିଶ୍ୱସନୀୟତା ଏବଂ ଇତିହାସ ବିଷୟରେ କହିଥାଏ। ଏହା ୩୦୦ରୁ ୯୦୦ ମଧ୍ୟରେ ମାପ କରାଯାଏ। ହୋମ ଲୋନ, ବ୍ୟକ୍ତିଗତ ଲୋନ, କ୍ରେଡିଟ୍‌ କାର୍ଡ ଏବଂ କାର୍‌ ଲୋନ ଇତ୍ୟାଦି ନେବାବେଳେ ସିବିଲ ସ୍କୋର ବ୍ୟବହୃତ ହୁଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


 

Argus Whatsapp Channel Mobile Top
Sponsored
sbi home loan offer ends on 31 january 2024 | Argus News