Videos
|
Business

SBI ATM Charges / SBIରେ ଅଛି କି ଆପଣଙ୍କ ଆକାଉଣ୍ଟ ? ତେବେ ହୋଇଯାଆନ୍ତୁ ସତର୍କ, ବଦଳିବ ଏହି ନିୟମ

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
SBIରେ ଅଛି କି ଆପଣଙ୍କ ଆକାଉଣ୍ଟ ? ତେବେ ହୋଇଯାଆନ୍ତୁ ସତର୍କ, ବଦଳିବ ଏହି ନିୟମ
SBI ATM Charges

Key Points

SBI ଗ୍ରାହକଙ୍କ ପାଇଁ ବଡ଼ ଖବର
୧ ଅକ୍ଟୋବରରୁ ବଦଳିବ ATM ନିୟମ
ATMରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିପାରେ ଅଧିକ ଚାର୍ଜ
ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI)ରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆସନ୍ତା ମାସ ପହିଲାରୁ ଅର୍ଥାତ ୧ ଅକ୍ଟୋବର ୨୦୨୬ରୁ SBIର କିଛି ATM ଟ୍ରାଞ୍ଜାକ୍ସନ୍ ନିୟମରେ ପରିବର୍ତ୍ତନ ହେବ । ଯାହାଫଳରେ ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ଶେଷ ହେବା ପରେ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ ସହ GST। ତେବେ କେତେ ଥର ATM ବ୍ୟବହାର କଲେ ଚାର୍ଜ ଲାଗିବ ଏବଂ ଯେଉଁମାନଙ୍କର ସାଲାରି ଆକାଉଣ୍ଟ ଅଛି ସେମାନଙ୍କ ପାଇଁ କ'ଣ ବଦଳିବ ?

SBIର ସୂଚନା ଅନୁସାରେ, ବ୍ରାଞ୍ଚ ମାଧ୍ୟମରେ ଖୋଲାଯାଇଥିବା Basic Savings Bank Deposit (BSBD) ଆକାଉଣ୍ଟ ପାଇଁ ନୂଆ ଚାର୍ଜ ୧ ଅକ୍ଟୋବରରୁ ଲାଗୁ ହେବ। ଗ୍ରାହକମାନେ ପ୍ରତି ମାସରେ ୪ ଥର ମାଗଣାରେ ଟଙ୍କା ଉଠାଇ ପାରିବେ । କିନ୍ତୁ ଏହା ପରେ ପ୍ରତ୍ୟେକ ଥର ଟଙ୍କା ଉଠାଇଲେ ୧୫ ଟଙ୍କା ସହ GST ଦେବାକୁ ପଡ଼ିବ । ଅର୍ଥାତ୍, ଯଦି ଆପଣ ଗୋଟିଏ ମାସରେ ୪ଥର ATMରୁ ଟଙ୍କା ଉଠାଇ ସାରିଛନ୍ତି, ତେବେ ୫ମ ଥରରୁ ଚାର୍ଜ ଲାଗିବ ।

SBI ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ବି ନିୟମ ବଦଳିବ

ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ୧ ଅକ୍ଟୋବର ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବ । ଅନ୍ୟ ବ୍ୟାଙ୍କର ATM ଏବଂ Automated Deposit and Withdrawal Machines (ADWMs)ରେ SBI ଡେବିଟ୍ କାର୍ଡ ବ୍ୟବହାର କରି ମାସକୁ ମାତ୍ର ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ କରିପାରିବେ । ପୂର୍ବରୁ ଏହି ସୀମା ୧୦ଟି ଟ୍ରାଞ୍ଜାକ୍ସନ୍ ଥିଲା ।

କେବଳ ଟଙ୍କା ଉଠାଇବା ନୁହେଁ, ଏହା ମଧ୍ୟ ଗଣାଯିବ

ଆଉ ଏକ ଜରୁରୀ କଥା ହେଉଛି, ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ ମଧ୍ୟରେ ଉଭୟ Financial ଏବଂ Non-Financial ଟ୍ରାଞ୍ଜାକ୍ସନ୍ ସାମିଲ ରହିବ । ଅର୍ଥାତ୍ ATMରୁ କ୍ୟାଶ୍ ଉଠାଇବା ସହିତ ବାଲାନ୍ସ ଚେକ୍ କରିବା କିମ୍ବା ମିନି ଷ୍ଟେଟମେଣ୍ଟ ବାହାର କରିବା ଭଳି ସେବା ମଧ୍ୟ ଏହି ମାସିକ ସୀମାରେ ଗଣାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫ୍ରି ଲିମିଟ୍ ପରେ କେତେ ଚାର୍ଜ ?

ମାଗଣା ସୀମା ଶେଷ ହେବା ପରେ କରାଯାଇଥିବା Financial Transaction ପାଇଁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍ ଉପରେ ୨୩ ଟଙ୍କା ସହ GST ଚାର୍ଜ ଲାଗିବ । ସେହିପରି Non-Financial Transaction ପାଇଁ ୧୧ ଟଙ୍କା ସହ GST ଦେବାକୁ ପଡ଼ିବ ।

ତେଣୁ SBI ଗ୍ରାହକମାନେ ଅକ୍ଟୋବରରୁ ATM ବ୍ୟବହାର କରିବା ସମୟରେ ନିଜର ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ଉପରେ ନଜର ରଖିବା ଜରୁରୀ । ନଚେତ୍ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ ।