Stock Market Crash / ଗୁରୁବାର ସେୟାର ମାର୍କେଟରେ ବଡ଼ କ୍ରାସ୍, ୧୨୦୦ ପଏଣ୍ଟ ହ୍ରାସ ପାଇଲା ସେନ୍ସେକ୍ସ
·49 mins ago·2 min read

Key Points
ସେନ୍ସେକ୍ସରେ ରକ୍ତସ୍ନାନ
ନିଫ୍ଟି ବି ଧରାଶାୟୀ
୧୨୦୦ ପଏଣ୍ଟ ଖସିଲା ସେନ୍ସେକ୍ସ
ନିଫ୍ଟି ବି ଧରାଶାୟୀ
୧୨୦୦ ପଏଣ୍ଟ ଖସିଲା ସେନ୍ସେକ୍ସ
ସେୟାର ବଜାରରେ ଅଶୁଭ ଗୁରୁବାର । ଆଜି ବଜାର ଖୋଲିବା ମାତ୍ର ବଜାରରେ ଦେଖିବାକୁ ମିଳିଛି ବଡ଼ କ୍ରାସ୍ । କାରବାର ଆରମ୍ଭରୁ ସେନ୍ସେକ୍ସ ୭୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ମଧ୍ୟ ୨୦୦ ପଏଣ୍ଟରୁ ଅଧିକ ତଳକୁ ଯାଇଥିଲା । ତେବେ ଦିନ ବଢ଼ିବା ସହିତ ସେନ୍ସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ମଧ୍ୟ ୨୩,୦୦୦ ସ୍ତର ନିକଟକୁ ଆସିଥିଲା ।
ଗୁରୁବାର ସେନ୍ସେକ୍ସ ଏହାର ପୂର୍ବଦିନର ୭୪,୮୨୮ ପଏଣ୍ଟ ସ୍ତର ତୁଳନାରେ ହ୍ରାସ ସହ ୭୪,୨୭୨ ପଏଣ୍ଟରେ ଖୋଲିଥିଲା । କାରବାର ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ସୂଚକାଙ୍କ ୭୦୦ ପଏଣ୍ଟରୁ ଅଧିକ ଖସି ୭୪,୧୨୦ ପଏଣ୍ଟ ନିକଟକୁ ପହଞ୍ଚିଥିଲା ।
ସେହିପରି ଏନଏସଇ ନିଫ୍ଟି ମଧ୍ୟ ହ୍ରାସ ସହିତ ଦିନର କାରବାର ଆରମ୍ଭ କରିଥିଲା । ପୂର୍ବଦିନର ୨୩,୪୪୬ ପଏଣ୍ଟ ତୁଳନାରେ ନିଫ୍ଟି ୨୩,୨୨୧ ପଏଣ୍ଟରେ ଖୋଲିଥିଲା । ପରେ ଏହା ୨୩,୨୦୫ ପଏଣ୍ଟ ନିକଟକୁ ଖସିଯାଇଥିଲା ।
ଦିନ ୨ଟା ସମୟରେ ବଜାରରେ ଆହୁରି ହ୍ରାସ ଦେଖିବାକୁ ମିଳିଥିଲା । ସେନ୍ସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇ ୭୩,୫୮୨ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟି ୩୭୫ ପଏଣ୍ଟ ଖସି ୨୩,୦୪୮ ପଏଣ୍ଟ ସ୍ତରକୁ ଆସିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସେୟାର ବଜାରରେ ଦେଖାଯାଇଥିବା ହ୍ରାସ ମଧ୍ୟରେ ବଡ଼ ବଡ଼ କମ୍ପାନୀର ସେୟାର ମଧ୍ୟ ପ୍ରଭାବିତ ହୋଇଥିଲା । ଲାର୍ଜ କ୍ୟାପ୍ ସେୟାର ମଧ୍ୟରେ ବାଜାଜ୍ ଫାଇନାନ୍ସ ପ୍ରାୟ ୫ ପ୍ରତିଶତ, ଆକ୍ସିସ୍ ବ୍ୟାଙ୍କ ୩.୭୦ ପ୍ରତିଶତ, ବାଜାଜ୍ ଫିନସର୍ଭ ୩.୫୦ ପ୍ରତିଶତ ଏବଂ କୋଟକ୍ ବ୍ୟାଙ୍କ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଥିଲା ।
ସେହିପରି ମିଡ୍କ୍ୟାପ୍ ବର୍ଗରେ ପଲିସି ବଜାରର ସେୟାର ପ୍ରାୟ ୧୦ ପ୍ରତିଶତ, ଏମଏଫଏସଏଲ୍ ୯.୧୦ ପ୍ରତିଶତ, AU ବ୍ୟାଙ୍କ ୫ ପ୍ରତିଶତ, IDFC ଫର୍ଷ୍ଟ ବ୍ୟାଙ୍କ ୩.୩୦ ପ୍ରତିଶତ ଏବଂ ୟେସ୍ ବ୍ୟାଙ୍କ ୨.୬୦ ପ୍ରତିଶତ ହ୍ରାସ ପାଇଥିଲା ।
NSE IPO ନେଇ ନିବେଶକଙ୍କ ଚିନ୍ତା
ଏପଟେ ସେୟାର ବଜାରରେ ଏଭଳି ଭାରି ହ୍ରାସ ମଧ୍ୟରେ NSEର IPO ଲିଷ୍ଟିଂକୁ ନେଇ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ପ୍ରାୟ ୨୨,୫୬୧.୫୭ କୋଟି ଟଙ୍କା ଆକାରର ଏହି ଆଇପିଓ ସେପ୍ଟେମ୍ବର ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିଲା ଏବଂ ଏହାକୁ ନିବେଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଥିଲା । କିନ୍ତୁ NSE ଆଜି ୧୮୦୦ ଟଙ୍କାରେ ମାର୍କେଟରେ ଲିଷ୍ଟିଂ ହୋଇଥିଲା ।

Related Topics
Explore more stories