Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

କାଲି ଖସିଥିଲା, ଆଜି ବଢ଼ିଲା: Sensexରେ ୧୨୦୦ ପଏଣ୍ଟ ଅଭିବୃଦ୍ଧି

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାଲି ଖସିଥିଲା, ଆଜି ବଢ଼ିଲା: Sensexରେ ୧୨୦୦ ପଏଣ୍ଟ ଅଭିବୃଦ୍ଧି

ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ସୋମବାର ଦୋହଲି ଯାଇଥିବା ଭାରତୀୟ ସେୟାର ବଜାର ମଙ୍ଗଳବାର ଆରମ୍ଭରୁ ଭଲ କାରବାର କରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଆଜି ୧୨୦୦ ପଏଣ୍ଟ ବଢ଼ିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୫୦ ପଏଣ୍ଟ ବୃଦ୍ଧି ପାଇଛି ।


ଆରମ୍ଭରୁ ଉଭୟ ନିଫ୍ଟିଂ ଓ ସେନସେକ୍ସ ବଢ଼ିଥିବା ବେଳେ ପରେ କିଛି କମିଥିବା ନଜର ଆସୁଛି । ଏହାରି ଭିତରେ ଟାଟା ଷ୍ଟିଲ୍, ଟାଟା ମୋଟର୍ସରୁ ନେଇ ଆଦାନୀ ପୋର୍ଟସ୍ ସେୟାର ଗ୍ରୀନ୍ ଜୋନ୍‌ରେ କାରବାର କରୁଛି । ସୋମବାର ସେନସେକ୍ସ ୭୩ ହଜାର ୧୩୭.୯୦ ପଏଣ୍ଟରେ ବନ୍ଦ ହୋଇତିବା ବେଳେ ମଙ୍ଗଳବାର ୭୪ ହଜାର ୦୧୩.୭୩ ପଏଣ୍ଟରେ କାରବାର ଆରମ୍ଭ କରିଛି ।


ସୋମବାର ୨୨ ହଜାର ୧୬୧.୬୦ ପଏଣ୍ଟରେ ବନ୍ଦ ହୋଇଥିବା ନିଫ୍ଟି ଆଜି ୨୨ ହଜାର ୪୪୬.୭୫ ପଏଣ୍ଟରେ କାରବାର ଆରମ୍ଭ କରିଛି । କେବଳ ଭାରତ ନୁହେଁ ସୋମବାର ବିଶ୍ଵର ଏକାଧିକ ବଜାର ପ୍ରଭାବିତ ହୋଇଥିଲା । ଏହା ପରେ ଜାପାନ ଓ ହଂକଂର ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାପାନର ନିକ୍କେଇ ୭ ପ୍ରତିଶତ ଅଭିବୃଦ୍ଧି କରିଥିବା ବେଳେ ହଂକଂର ହ୍ୟାଙ୍ଗସାଙ୍ଗ ଇଣ୍ଡେକ୍ସ ୩ ପ୍ରତିଶତ ବଢ଼ିଛି । ଏସବୁ ଭିତରେ ନିବେଶକଙ୍କ ନଜର ରହିଛି ଆରବିଆଇ ଉପରେ । ଆରବିଆଇର ମନିଟାରୀ ପଲିସି ବୈଠକର ନିଷ୍ପତ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକର ଚତୁର୍ଥ ତ୍ରୈମାସିକ ଫଳାଫଳ ଏହି ସପ୍ତାହକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

Sponsored
Sensex, Nifty rebound from overnight losses to open firm | Argus News