Videos
|
Business

Silver Rate / ସୁନା ଶସ୍ତା ଭିତରେ ଦିନକରେ ୧୨ ହଜାର ମହଙ୍ଗା ହେଲା ରୁପା, ଭାଙ୍ଗିଲା ସବୁ ରେକର୍ଡ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ସୁନା ଶସ୍ତା ଭିତରେ ଦିନକରେ ୧୨ ହଜାର ମହଙ୍ଗା ହେଲା ରୁପା, ଭାଙ୍ଗିଲା ସବୁ ରେକର୍ଡ
Silver Rate Today: Record High Shocks Investors

Key Points

ସୋମବାର ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ସୋମବାର ରୁପା ଦର ପ୍ରାୟ ୬ ପ୍ରତିଶତ ବଢ଼ିଛି । ଫଳରେ କେଜି ପିଛା ରୁପା ଦର ୨ ଲକ୍ଷ ୫୪ ହଜାର ୧୭୪ ଟଙ୍କାରେ ପହଞ୍ଚିଛି ।
ନୂଆଦିଲ୍ଲୀ: ରୁପା ଭାଙ୍ଗିଲା ସବୁ ରେକର୍ଡ । ପ୍ରଥମଥର ପାଇଁ ଅଢ଼େଇ ଲକ୍ଷ ଡେଇଁଲା ଦର । ଡିସେମ୍ବର ୨୯ ସୋମବାର ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ସୋମବାର ରୁପା ଦର ପ୍ରାୟ ୬ ପ୍ରତିଶତ ବଢ଼ିଛି । ଫଳରେ କେଜି ପିଛା ରୁପା ଦର ୨ ଲକ୍ଷ ୫୪ ହଜାର ୧୭୪ ଟଙ୍କାରେ ପହଞ୍ଚିଛି ।

ଅର୍ଥାତ୍ ଗୋଟିଏ ଦିନରେ ରୁପା ଦାମ କେଜି ପିଛା ୧୨ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବିଗତ ସପ୍ତାହକରେ ରୁପା ଦରମ ପ୍ରାୟ ୧୫ ପ୍ରତିଶତ ବଢ଼ିଛି । ଏହା ପୂର୍ବରୁ ଶୁକ୍ରବାର କେଜି ପିଛା ରୁପା ଦର ୨ ଲକ୍ଷ ୪୨ ହଜାର ଟଙ୍କା ରହିଥିଲା ।

ଏଥିସହ ପଢ଼ନ୍ତୁ: ପ୍ଲାଟଫର୍ମ ବନାମ ପାର୍ଟନର; ଡିସେମ୍ବର ୩୧ରେ ଦେଶରେ ଗିଗ୍ ୱାର୍କରଙ୍କ ବିରୋଧ ପ୍ରଦର୍ଶନ

କାହିଁକି ବଢ଼ୁଛି ରୁପା ଦର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୁପା ଦର ଦ୍ରୁତଗତିରେ ବଢ଼ିବା ପଛରେ ଅନେକ କାରଣ ରହିଛି । ସବୁଠୁ ବଡ଼ କାରଣ ହେଉଛି- ବିଗତ ୭ ବର୍ଷ ହେଲା ଦୁନିଆରେ ରୁପା ଯୋଗାଣ ହ୍ରାସ ପାଇଛି । ଯେତେବେଳେ କି ସମାନ ସମୟରେ ରୁପାର ଚାହିଦା ବଢ଼ି ଚାଲିଛି ।

ଏବେ ସୋଲାର୍ ପ୍ୟାନେଲ୍ ତିଆରି, ବିଦ୍ୟୁତ୍ ଚାଳିତ ବ୍ୟାଟେରି ଗାଡ଼ି, ମୋବାଇଲ୍, ଲାପଟପ୍ ଭଳି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରେ ରୁପାର ବହୁଳ ବ୍ୟବହାର ହେଉଛି । ଅକ୍ଷୟ ଶକ୍ତି ଓ ନୂଆ ଟେକ୍ନୋଲୋଜିରେ ରୁପାର ଚାହିଦା ଦରକୁ ବଢ଼ାଇ ଦେଇଛି ।

ଆହୁରି ବଢ଼ିବ କି ରୁପା ?

ବଜାର ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ରୁପା ଦାମ ଖସିବାର ସମ୍ଭାବନା ବହୁତ କମ୍ । ରୁପାର ଚମକ ଆହୁରି ବଢ଼ିପାରେ । ଆଗାମୀ ଦିନରେ ରୁପା ଦର କେଜି ପିଛା ୨ ଲକ୍ଷ ୭୫ ହଜାର ଛୁଇଁପାରେ । ବିଦେଶୀ ବଜାରରେ ରୁପାର ଚାହିଦା ଏଭଳି ରହିଲେ ୨୦୨୬ରେ ରୁପାରେ ନିବେଶକାରୀଙ୍କୁ ଲାଭ ମିଳିପାରେ ।

ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍

ରୁପା କିଣିବେ ନା ଅପେକ୍ଷା କରିବେ ?


ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଏବେ ରୁପା କିଣିବେ ନା ଘରେ ଥିବା ରୁପାକୁ ବିକ୍ରି କରି ଲାଭ ପାଇବେ । ବିଶେଷଜ୍ଞଙ୍କ ଅନୁସାରେ, "ଯଦି ଆପଣ ବହୁ ପୂର୍ବରୁ ରୁପା କିଣିଛନ୍ତି, ତାହେଲେ ଏବେ ବିକ୍ରି କରି ଭଲ ଆୟ କରିପାରିବେ । କିନ୍ତୁ ଆପଣ ଯଦି ଏବେ ରୁପାରେ ନିବେଶ କଥା ଭାବୁଛନ୍ତି, ତାହେଲେ ଟିକେ ଅଟକିଯିବା ଭଲ ହେବ । କାରଣ ରୁପା ଦର ଦ୍ରୁତଗତିରେ ଉପରକୁ ଉଠିଛି । ଦୀର୍ଘକାଳୀନ ନିବେଶରେ ଭଲ ଆୟ ଦେବ ।"

Related Topics

Explore more stories