Operation Sindoor / ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍
·3 months ago·2 min read

Key Points
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତି ମାନିଛନ୍ତି । କହିଛନ୍ତି, "ଭାରତ କରିଥିବା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ନଷ୍ଟ ହେବା ସେଠାରେ ମୁତୟନ ଯବାନ ମଧ୍ୟ ରକ୍ତାକ୍ତ ହୋଇଥିଲେ ।"
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରର ୮ ମାସ ପରେ ସତ ମାନିଛି ପାକିସ୍ତାନ । ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣରେ ପାକିସ୍ତାନର ନୂର୍ ଖାନ ଏୟାରବେସ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏକଥା ମାନିଛନ୍ତି ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର ।
ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ସହିଥିବା କ୍ଷୟକ୍ଷତିର ସତ ମାନିଛନ୍ତି । ସେ କହିଛନ୍ତି, "ନୂର୍ ଖାନ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ହୋଇଥିଲା, ସେନା ଯବାନ ମଧ୍ୟ ଆହତ ହୋଇଥିଲେ ।"
ଏଥିସହ ପଢ଼ନ୍ତୁ: ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ରେ ନିଆଁ, ଜୀବନ୍ତ ଜଳିଗଲେ ଯାତ୍ରୀ
ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତି ମାନିଛନ୍ତି । କହିଛନ୍ତି, "ଭାରତ କରିଥିବା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ନଷ୍ଟ ହେବା ସେଠାରେ ମୁତୟନ ଯବାନ ମଧ୍ୟ ରକ୍ତାକ୍ତ ହୋଇଥିଲେ ।"
ଇଶାକ ଡାର୍ କହିଛନ୍ତି, ସ୍ଵଳ୍ପ ସମୟ ମଧ୍ୟରେ ପାକିସ୍ତାନକୁ ଏକସଙ୍ଗରେ ଭାରତ ବିପୁଳ ଡ୍ରୋନ୍ ପଠାଇଥିଲା । ଅପରେସନ୍ ସିନ୍ଦୂରର ୩୬ ଘଣ୍ଟାରେ ଭାରତ ୮୦ଟି ଡ୍ରୋନ୍ ପଠାଇଥିଲା । ମେ ୧୦ ତାରିଖ ସକାଳେ ନୂର୍ ଖାନ ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା ।
୧୧ ଏୟାରବେସ୍ ଉପରେ ଆକ୍ରମଣ
ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତ ଆକ୍ରମଣ କରିଥିଲା । ନୂର୍ ଖାନ ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା । ଆକାଶ ମାର୍ଗରୁ ଭାରତ କରିଥିବା ଆକ୍ରମଣରେ ପାକିସ୍ତାନର ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ପାକିସ୍ତାନର ବିମାନବନ୍ଦରରେ ଥିବା ହ୍ୟାଙ୍ଗର୍ ଓ ରନୱେ କ୍ଷତିଗ୍ରସ୍ତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
ଆକ୍ରମଣକୁ ମାନିଥିଲେ ରାଷ୍ଟ୍ରପତି
ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରି ଶନିବାର ଅପରେସନ୍ ସିନ୍ଦୂରକୁ ବଡ଼ ମନ୍ତବ୍ୟ ଦେଇଥିଲେ । କହିଥିଲେ, "ଭାରତୀୟ ଯବାନଙ୍କ ସାହସ, ସାମର୍ଥ୍ୟ ଦେଖି ପାକିସ୍ତାନର ବଡ଼ ନେତା ମଧ୍ୟ ଡରି ଯାଇଥିଲେ । ନିଜକୁ ବଞ୍ଚାଇବା ଲାଗି ଅନେକ ବଡ଼ ନେତା ବଙ୍କରରେ ଲୁଚିବା କଥା ଚିନ୍ତା କରୁଥିଲେ ।"
ଅପରେସନ୍ ସିନ୍ଦୂରରେ ପାକିସ୍ତାନର କ୍ଷୟକ୍ଷତି ନେଇ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରି ଖୁଲାସା କରିଛନ୍ତି । ଭାରତର ଆକ୍ରମଣ ସମୟରେ ପାକିସ୍ତାନ ପୁରା ବିଚଳିତ ଥିଲା ବୋଲି ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରି କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories