Videos
|
Business

Skoda Superb / ଡିଜେଲ୍ ଇଞ୍ଜିନ୍ ସହ ଫେରୁଛି ଏହି କାର୍; ଗୋଟିଏ ଲିଟରରେ ଚାଲିବ ୪୦ କିମି

Sushanta Sahoo
Browse all articles by Sushanta Sahoo
·53 mins ago·2 min read
ଡିଜେଲ୍ ଇଞ୍ଜିନ୍ ସହ ଫେରୁଛି ଏହି କାର୍; ଗୋଟିଏ ଲିଟରରେ ଚାଲିବ ୪୦ କିମି
New Skoda Superb Diesel to Return to India in 2027

Key Points

ମୁମ୍ବାଇରେ ଅନ୍-ରୋଡ୍ ପ୍ରାଇସ୍ ପ୍ରାୟ ୬୫ ଲକ୍ଷ ଟଙ୍କା ପାଖାପାଖି ରହିପାରେ । ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ୨୦୨୭ ବର୍ଷରୁ ଲାଗୁ ହେବାକୁ ଯାଉଛି । ତେଣୁ, ଆମଦାନୀ ଶୁଳ୍କ ହ୍ରାସ ପାଇବ ।
ନୂଆଦିଲ୍ଲୀ: କାରରୁ ଅଧିକ ମାଇଲେଜ ଚାହୁଁଥିବା ଲୋକଙ୍କ ପାଇଁ ଭଲ ଖବର । ଭାରତୀୟ ବଜାରକୁ ପୁଣିଥରେ ଫେରୁଛି Škoda Superb। କମ୍ପାନୀ ନୂଆ Superbକୁ ଡିଜେଲ ଇଞ୍ଜିନ ସହ ଭାରତରେ ଆଣିବାକୁ ଘୋଷଣା କରିଛି । କୁହାଯାଉଛି ଏହ କାର୍ ଲିଟର ପିଛା ୪୦ କିଲୋମିଟର ମାଇଲେଜ୍ ଦେବ ।

୨୦୨୬ ଅଗଷ୍ଟରେ Skoda Auto India ଏହି ମଡେଲ ପାଇଁ ଇଣ୍ଟରେଷ୍ଟ ରେଜିଷ୍ଟ୍ରେସନ ଆରମ୍ଭ କରିଥିଲା । କମ୍ପାନୀ ଅନୁସାରେ, ଗାଡ଼ିର ଡେଲିଭରି ୨୦୨୭ ମସିହାର ଦ୍ୱିତୀୟ ତ୍ରୈମାସିକ ଶେଷ ଆଡ଼କୁ ଆରମ୍ଭ ହେବ ।

ନୂଆ Superbରେ 2.0 TDI ଡିଜେଲ ଇଞ୍ଜିନ ଦିଆଯାଇଛି । ଏହା ୭-ସ୍ପିଡ୍ DSG ଅଟୋମେଟିକ୍ ଗିୟରବକ୍ସ ସହ ଆସୁଛି । Skodaର ଅଫିସିଆଲ୍ ମଡେଲ୍ ପେଜ୍‌ରେ ଏହି ଇଞ୍ଜିନର ମ୍ୟାକ୍ସିମମ୍ ଟର୍କ ୩୬୦ Nm ବୋଲି ଦିଆଯାଇଛି ।

ଏହି ଗାଡ଼ିରେ ଆରାମ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଇଛି । Cognac leather interior ସହ ଆଗ ସିଟ୍‌ରେ ଇଲେକ୍ଟ୍ରିକ୍ ଆଡଜଷ୍ଟମେଣ୍ଟ, ହିଟିଂ, ଭେଣ୍ଟିଲେସନ୍ ଓ ମାସେଜ୍ ଫଙ୍କସନ୍ ରହିଛି । Rear Sleep Package ମଧ୍ୟ ଦିଆଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁରକ୍ଷା ଓ ଡ୍ରାଇଭିଂ ସହାୟତା ପାଇଁ ନୂଆ Superbରେ ADAS ଫିଚର୍‌ର ଏକ ସୁଇଟ୍ ରହିବ । ଏହା ସହ LED Matrix headlamps ଏବଂ Dynamic Chassis Control ଭଳି ଫିଚର ମଧ୍ୟ ରହିଛି ।

ଏଥିସହ ପଢ଼ନ୍ତୁ: ୨୦୨୭ ଫେବୃଆରୀ-ମାର୍ଚ୍ଚ ନା ମେ ? କେବେ ଆସିବ ରିପୋର୍ଟ; ଫାଇଦା କେବେ ମିଳିବ..

Skoda କହିଛି, ନୂଆ Superb ତାଙ୍କର flagship luxury Sedan ଭାବେ ଭାରତକୁ ଫେରିବ । ଏହି ମଡେଲ୍‌ରେ ଡିଜେଲ୍ ପାୱାରଟ୍ରେନ୍‌ର ପୁନରାଗମନକୁ କମ୍ପାନୀ ବିଶେଷ ଭାବେ ଉଲ୍ଲେଖ କରିଛି । ବର୍ତ୍ତମାନ କମ୍ପାନୀର ଅଫିସିଆଲ୍ ୱେବସାଇଟ୍‌ରେ Superb ପାଇଁ ଇଣ୍ଟରେଷ୍ଟ ଦେବାର ବିକଳ୍ପ ରହିଛି ।

ନୂଆ Superb ସହ Skoda ଭାରତରେ ପୁଣି ଥରେ ଏହି ପ୍ରିମିୟମ୍ ସେଡାନ୍ ସେଗମେଣ୍ଟରେ ନିଜ ଉପସ୍ଥିତି ବଢ଼ାଇବାକୁ ଯାଉଛି । ୨୦୨୦ରେ ଦେଶରେ BS6 ଲାଗୁ ପରେ ପ୍ରଥମଥର ପାଇଁ Volkswagen ଗ୍ରୁପ କୌଣସି ଡିଜେଲ୍ ଇଞ୍ଜିନ୍ କାର୍ ଭାରତୀୟ ବଜାରରେ ଆଣିବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ମୁମ୍ବାଇରେ ଏହାର ଅନ୍-ରୋଡ୍ ପ୍ରାଇସ୍ ପ୍ରାୟ ୬୫ ଲକ୍ଷ ଟଙ୍କା ପାଖାପାଖି ରହିପାରେ । ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ୨୦୨୭ ବର୍ଷରୁ ଲାଗୁ ହେବାକୁ ଯାଉଛି । ତେଣୁ, ଆମଦାନୀ ଶୁଳ୍କ ହ୍ରାସ ପାଇବ । ଯଦି କମ୍ପାନୀ ଏହାର ଫାଇଦା ଉଠାଇ ଦର କମ୍ କରେ ତାହେଲେ ଏହି ସେଗମେଣ୍ଟରେ ରାଜ କରୁଥିବା ଏକମାତ୍ର ପ୍ରିମିୟମ୍ ସେଡାନ୍ Toyota Camry ପାଇଁ ମଜଭୁତ୍ ବଜେଟ୍ ଫ୍ରେଣ୍ଡଲି ବିକଳ୍ପ ସାବ୍ୟସ୍ତ ହେବ ।