Videos
|
Business

8th Pay Commission / ୨୦୨୭ ଫେବୃଆରୀ-ମାର୍ଚ୍ଚ ନା ମେ ? କେବେ ଆସିବ ରିପୋର୍ଟ; ଫାଇଦା କେବେ ମିଳିବ..

Debashree Debasmita Sahoo
Browse all articles by Debashree Debasmita Sahoo
·45 mins ago·2 min read
୨୦୨୭ ଫେବୃଆରୀ-ମାର୍ଚ୍ଚ ନା ମେ ? କେବେ ଆସିବ ରିପୋର୍ଟ; ଫାଇଦା କେବେ ମିଳିବ..
8th Pay Commission

Key Points

ଅଷ୍ଟମ ବେତନ ଆୟୋଗ ରିପୋର୍ଟ
ଅପେକ୍ଷା କରିବସିଛନ୍ତି କେନ୍ଦ୍ରୀୟ କର୍ମଚାରୀ
କେବେଠୁ ଲାଗୁ ହେବ ନୂଆ ବେତନ ନିୟମ
ସୂଚନା ଦେଲେ ଏକ୍ସପର୍ଟ
କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ପାଉଥିବା ଲୋକଙ୍କ ନଜର ଏବେ ଅଷ୍ଟମ ବେତନ ଆୟଗର ଟିକନିକ୍ ଖବର ଉପରେ ରହିଛି । ଅକ୍ଟୋବର ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହାପରେ ୨୨ ଓ ୨୩ ତାରିଖରେ ମୁମ୍ବାଇରେ ମଧ୍ୟ ଏକ ବୈଠକ ବସିବ । ସବୁରି ପରେ କର୍ମଚାରୀଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ, କେତେବେଳେ ଆସିବ ଅଷ୍ଟମ ବେତନ ଆୟୋଗର ରିପୋର୍ଟ ? ନୂଆ ବେତନର ଲାଭ କେବେଠୁ ମିଳିବ ? ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଏକ୍ସପର୍ଟ ।

ଅଷ୍ଟମ ବେତନ ଆୟୋଗକୁ ରିପୋର୍ଟ ଦେବା ଲାଗି ୧୮ ମାସ ସମୟ ଦିଆଯାଇଛି । ୨୦୨୫ ନଭେମ୍ବର ୩ ତାରିଖରୁ ଏହି ସମୟସୀମା ଆରମ୍ଭ ହୋଇଛି । ଏହି ଡେଡଲାଇନ୍‌କୁ ଏବେ ୧୧ ମାସ ହେଲାଣି । ଯଦି ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ନହୁଏ, ତେବେ ଆୟୋଗ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ସମୟ ମାଗିପାରେ । ଦେଶର ପ୍ରମୁଖ ସହରଗୁଡ଼ିକରେ ଏନେଇ ବୈଠକ ବସିସାରିଛି । ଡେରାଡୁନ, ପୁଣେ, ହାଇଦ୍ରାବାଦ, ଶ୍ରୀନଗର, ଲଦାଖ, ଲକ୍ଷ୍ନୌ, ଭୁବନେଶ୍ଵର, କୋଲକାତା, ଜୟପୁର, ଚେନ୍ନାଇ, ପୁଡୁଚେରୀ ଓ ଚଣ୍ଡିଗଡ଼ ସମେତ ଅନେକ ସ୍ଥାନରେ ବୈଠକ ହୋଇସାରିଛି । ଏହି ବୈଠକରେ କର୍ମଚାରୀ, ପେନସନଧାରୀ ଓ ଅନ୍ୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଉଛି ।

  • ରିପୋର୍ଟ କେବେ ଆସିବ ?
ଅଲ୍ ଇଣ୍ଡିଆ ନ୍ୟୁ ପେନସନ ସ୍କିମ ଏମ୍ପଲଇଜ୍ ଆସୋସିଏସନର ସଭାପତି ମଞ୍ଜିତ ସିଂହ ପଟେଲଙ୍କ କହିବା ମୁତାବକ, ଯଦି ନଭେମ୍ବର ସୁଦ୍ଧା ଜରୁରୀ ବୈଠକ ସରିଯାଉଛି ତେବେ ରିପୋର୍ଟ ଫେବୃଆରୀ କିମ୍ବା ମାର୍ଚ୍ଚରେ ସରକାରଙ୍କୁ ପ୍ରଦାନ କରାଯିବ । ସେପଟେ ଅଲ୍ ଇଣ୍ଡିଆ ଡିଫେନ୍ସ ଏମ୍ପଲଇଜ୍ ଫେଡେରେସନର ମହାସଚିବ ସି. ଶ୍ରୀକୁମାରଙ୍କ କହିବା କଥା ହେଉଛି ଯେ ମେ ୨୦୨୭ ମଧ୍ୟରେ ରିପୋର୍ଟ ଆସିପାରେ ।

ପଢନ୍ତୁ ଏହି ଖବର: ୨୫ବର୍ଷ ମଧ୍ୟରେ ଏପରି ହୋଇନଥିଲା...ଲଗାତାର ୮ମ ସପ୍ତାହରେ ଖସିଲା ସେୟାର ବଜାର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ରିପୋର୍ଟ ଆସିବା ପରେ କଣ ହେବ ?
ସରକାରଙ୍କ ନିକଟରେ ରିପୋର୍ଟ ପହଞ୍ଚିବା ପରେ ବେତନ ଆୟୋଗ ସିଧା ନୂଆ ଦରମା ଲାଗୁ କରିବେ । ଆୟୋଗ ପ୍ରଥମେ ଅଲଗା ଅଲଗା ପକ୍ଷଙ୍କ ସହ କଥାବାର୍ତ୍ତା କରିବା ପରେ ନିଜ ସୁପାରିଶ ପ୍ରସ୍ତୁତ କରେ । ଏହାପରେ ରିପୋର୍ଟ କେନ୍ଦ୍ର ସରକାର ସ୍ତରକୁ ଯାଏ । ସରକାର ସୁପାରିଶର ସମୀକ୍ଷା କରିବା ଲାଗି ମନ୍ତ୍ରୀମାନଙ୍କୁ ଡାକି ଏହା ଉପରେ ବିଚାର କରନ୍ତି । ଏହାପରେ ସରକାର ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରନ୍ତି । ଏଠାରେ କହିରଖୁଛୁ କି, ସପ୍ତମ ବେତନ ଆୟୋଗ ୨୦୧୪ରେ ଗଠିତ ହୋଇଥିଲା ଓ ନଭେମ୍ବର ୨୦୧୫ରେର ରିପୋର୍ଟ ପ୍ରଦାନ କରିଥିଲା । ସେହିପରି ୬ଷ୍ଠ ବେତନ ଆୟୋଗ ଅକ୍ଟୋବର ୨୦୦୬ରେ ଗଠିତ ହୋଇଥିଲା ଓ ୨୦୦୮ରେ ରିପୋର୍ଟ ପ୍ରଦାନ କରିଥିଲା ।