Videos
|
Business

Smartphone Price Hike / ମହଙ୍ଗା ହେବ ସ୍ମାର୍ଟଫୋନ୍! ୩୦% ବଢ଼ିପାରେ ଦାମ୍, ଜାଣନ୍ତୁ କାହିଁକି

Bikash Mohanty
Browse all articles by Bikash Mohanty
·1 hour ago·2 min read
ମହଙ୍ଗା ହେବ ସ୍ମାର୍ଟଫୋନ୍! ୩୦% ବଢ଼ିପାରେ ଦାମ୍, ଜାଣନ୍ତୁ କାହିଁକି
Mobile Phone

Key Points

ମହଙ୍ଗା ହେବ ସ୍ମାର୍ଟଫୋନ୍!
୩୦% ବଢ଼ିପାରେ ଦାମ୍
ମେମୋରି ଚିପ୍ ଦର ବଢିବା ଏହାର ପ୍ରମୁଖ କାରଣ
ଭୂବନେଶ୍ବର: ମୋବାଇଲ୍ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଅଧିକ ବୋଝ। କାରଣ ଆଗାମୀ ଦିନରେ ମହଙ୍ଗା ହୋଇପାରେ ସ୍ମାର୍ଟଫୋନ୍। ବିଶେଷକରି ପ୍ରିମିୟମ୍ ଓ ଫ୍ଲାଗସିପ୍ ମଡେଲ୍‌ଗୁଡ଼ିକର ମୂଲ୍ୟରେ ବଡ଼ ବୃଦ୍ଧି ହେବାର ଆଶଙ୍କା ରହିଛି। ଏକ ରିପୋର୍ଟ ଅନୁସାରେ, ବର୍ଷ ଶେଷ ସୁଦ୍ଧା କିଛି ପ୍ରିମିୟମ୍ ସ୍ମାର୍ଟଫୋନ୍‌ର ଦାମ୍ ୩୦ ପ୍ରତିଶତରୁ ଅଧିକ ବଢ଼ିପାରେ।

କାହିଁକି ବଢ଼ିବ ଫୋନ୍‌ର ଦାମ୍?

କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ, ସ୍ମାର୍ଟଫୋନ୍ ନିର୍ମାଣରେ ବ୍ୟବହୃତ ମେମୋରୀ ଚିପ୍‌ର ମୂଲ୍ୟ ବୃଦ୍ଧି ଏହାର ପ୍ରମୁଖ କାରଣ। DRAM ଏବଂ NAND ଭଳି ମେମୋରୀ ଚିପ୍‌ର ଚାହିଦା ବଢ଼ିବା ସହ ଏହାର ଦାମ୍ ମଧ୍ୟ ବଢ଼ୁଛି। ବିଶ୍ୱବ୍ୟାପୀ AI ଡାଟା ସେଣ୍ଟରର ସଂଖ୍ୟା ଓ ଚାହିଦା ବଢ଼ିବା ଯୋଗୁଁ ମେମୋରୀ ଚିପ୍‌ର ଆବଶ୍ୟକତା ବୃଦ୍ଧି ପାଇଛି। ଏହାର ପ୍ରଭାବ ସ୍ମାର୍ଟଫୋନ୍ ଉତ୍ପାଦନ ଖର୍ଚ୍ଚ ଉପରେ ପଡ଼ୁଛି। ରିପୋର୍ଟରେ ଦିଆଯାଇଥିବା ଆକଳନ ଅନୁସାରେ, ୨୦୨୫ ଆରମ୍ଭରେ ଫୋନ୍ ନିର୍ମାଣ ଖର୍ଚ୍ଚର ପ୍ରାୟ ୧୩ ପ୍ରତିଶତ ମେମୋରୀ ଚିପ୍‌ ପାଇଁ ଖର୍ଚ୍ଚ ହେଉଥିଲା। ଏହି ଅଂଶ ବର୍ଷ ଶେଷ ସୁଦ୍ଧା ୪୩ ପ୍ରତିଶତକୁ ବଢ଼ିପାରେ ବୋଲି ଆକଳନ କରାଯାଇଛି।

ପଢନ୍ତୁ  ଏହି ଖବର: ଇନଷ୍ଟାଗ୍ରାମରେ ଲାଗିବ ଏଆଇର ନଜର, ଏଣିକି କମ୍ ଦେଖାଯିବ ଏହି ସବୁ ପୋଷ୍ଟ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ଫୋନ୍‌ର ଦାମ୍ ବଢ଼ିପାରେ?

ଏହି ମୂଲ୍ୟ ବୃଦ୍ଧିର ପ୍ରଭାବ ପ୍ରିମିୟମ୍ ଓ ଫ୍ଲାଗସିପ୍ ସ୍ମାର୍ଟଫୋନ୍‌ ଉପରେ ଅଧିକ ପଡ଼ିପାରେ। Apple ଓ Samsung ଭଳି ପ୍ରମୁଖ ବ୍ରାଣ୍ଡର ଦାମୀ ମଡେଲ୍‌ଗୁଡ଼ିକ ମଧ୍ୟ ଏହାର ପ୍ରଭାବରୁ ବାଦ୍ ପଡ଼ିନପାରନ୍ତି। ପୂର୍ବରୁ ୫୦ ହଜାରରୁ ୭୦ ହଜାର ଟଙ୍କା ମଧ୍ୟରେ ମିଳୁଥିବା କିଛି ଫୋନ୍‌ର ଦାମ୍ ଆଗକୁ ଆହୁରି ବଢ଼ିପାରେ। ଗ୍ରାହକଙ୍କ ପକେଟ୍‌ ଉପରେ ପ୍ରଭାବ ଫୋନ୍ ନିର୍ମାଣ ଖର୍ଚ୍ଚ ବଢ଼ିଲେ କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରିପାରନ୍ତି। ଏହାର ପ୍ରଭାବ ନୂଆ ଫୋନ୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ଉପରେ ପଡ଼ିବ। ତେଣୁ ଫୋନ୍ କିଣିବା ପୂର୍ବରୁ ବଜାର ଦର, ଫିଚର୍ସ ଓ ବିଭିନ୍ନ ଅଫର୍‌ର ତୁଳନା କରିବା ଜରୁରୀ। ତେବେ ମନେ ରଖନ୍ତୁ, ୩୦ ପ୍ରତିଶତ ମୂଲ୍ୟ ବୃଦ୍ଧି ଏକ ଆକଳନ; ସମସ୍ତ ଫୋନ୍‌ର ଦାମ୍ ଏତିକି ବଢ଼ିବା ନିଶ୍ଚିତ ନୁହେଁ।