Videos
|
Business

Stock Market Crash / ସେୟାର ମାର୍କେଟରେ ବଡ଼ କ୍ରାସ୍‌, ଗୋଟିଏ ଦିନରେ ନିବେଶକଙ୍କ ୧୦ ଲକ୍ଷ କୋଟି ସ୍ୱାହା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସେୟାର ମାର୍କେଟରେ ବଡ଼ କ୍ରାସ୍‌, ଗୋଟିଏ ଦିନରେ ନିବେଶକଙ୍କ ୧୦ ଲକ୍ଷ କୋଟି ସ୍ୱାହା
Stock Market Crash

Key Points

ନିବେଶକଙ୍କୁ ବଡ଼ ଝଟକା
ଗୋଟିଏ ଦିନରେ ୧୦ ଲକ୍ଷ କୋଟି ସ୍ବାହା
ଜାଣନ୍ତୁ କାହିଁକି ଖସିଲା ସେୟାର ବଜାର

ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ସେନସେକ୍ସ ଓ ନିଫ୍ଟି ଉଭୟରେ ହ୍ରାସ ଯୋଗୁଁ ନିବେଶକମାନଙ୍କ ଚିନ୍ତା ବଢ଼ିଛି । ସପ୍ତାହର ଅସ୍ଥିର କାରବାର ଏବଂ ସେନ୍ସେକ୍ସର ସାପ୍ତାହିକ ଏକ୍ସପାୟାରି ମଧ୍ୟରେ ଗୁରୁବାର ବଜାର ଉପରେ ବିକ୍ରି ଚାପ ଆହୁରି ବଢ଼ିଥିଲା । ବିଏସଇ ସେନସେକ୍ସ ୧.୬୯ ପ୍ରତିଶତ ବା ୧,୨୩୧.୯୧ ପଏଣ୍ଟ ହ୍ରାସ ପାଇ ୭୧,୪୦୬.୭୯ ସ୍ତରକୁ ଖସିଥିଲା। ସେହିପରି ନିଫ୍ଟି-୫୦ରେ ୧.୮୨ ପ୍ରତିଶତ ବା ୪୧୩.୦୫ ପଏଣ୍ଟର ହ୍ରାସ ଦେଖାଯାଇଥିଲା। ଏହା ପରେ ନିଫ୍ଟି ପ୍ରାୟ ୨୨,୧୯୦ ସ୍ତରକୁ ଖସିଥିଲା ।

ନିବେଶକଙ୍କ ୧୦.୫୨ ଲକ୍ଷ କୋଟି ଟଙ୍କା କ୍ଷତି

ବଜାରରେ ଏହି ବଡ଼ ଧରଣର ବିକ୍ରି ଯୋଗୁଁ ନିବେଶକମାନେ ଭାରି କ୍ଷତି ସହିଛନ୍ତି । ତଥ୍ୟ ଅନୁସାରେ, ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୧୦.୫୨ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି ।

ବୁଧବାର ବଜାର ବନ୍ଦ ସମୟରେ ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ମାର୍କେଟ କ୍ୟାପିଟାଲାଇଜେସନ୍ ପ୍ରାୟ ୪,୭୨,୩୫,୨୭୩.୩୯ କୋଟି ଟଙ୍କା ଥିଲା । ଗୁରୁବାର ଏହା ହ୍ରାସ ପାଇ ପ୍ରାୟ ୪,୬୧,୮୩,୬୫୯.୩୩ କୋଟି ଟଙ୍କାରେ ପହଞ୍ଚିଛି ।

ପୂରା ସପ୍ତାହ ବଜାରରେ ଚାପ

ଏହି ସପ୍ତାହ ଭାରତୀୟ ସେୟାର ବଜାର ପାଇଁ ଭଲ ରହିନାହିଁ । ସୋମବାର ବଜାର ଖୋଲିବା ସମୟରେ କିଛିଟା ସକାରାତ୍ମକ ଗତି ଦେଖାଯାଇଥିଲା । ମଙ୍ଗଳବାର ମଧ୍ୟ ବଜାରର ସ୍ଥିତି ମୋଟାମୋଟି ଠିକ୍ ଥିଲା। କିନ୍ତୁ ବୁଧବାରଠାରୁ ବଜାରରେ ବିକ୍ରି ଚାପ ବଢ଼ିଥିଲା। ଗୁରୁବାର ଏହି ଚାପ ଆହୁରି ତୀବ୍ର ହୋଇ ସେନ୍ସେକ୍ସ ଓ ନିଫ୍ଟି ଉଭୟ ଭାରି ହ୍ରାସ ପାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଖସିଲା ସେୟର ବଜାର ?

ବଜାରର ଏହି ହ୍ରାସ ପଛରେ ଅନେକ କାରଣ ରହିଛି । ସେଥିମଧ୍ୟରୁ ଆରବିଆଇର ରେପୋ ରେଟ୍ ବୃଦ୍ଧିକୁ ଏକ ପ୍ରମୁଖ କାରଣ ଭାବେ ଦର୍ଶାଯାଉଛି । ବୁଧବାର ଆରବିଆଇର ତିନି ଦିନିଆ ବୈଠକ ଶେଷ ହୋଇଥିଲା ଏବଂ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଥିଲା । ଏହାର ପ୍ରଭାବ ବଜାର ଉପରେ ପଡ଼ିଥିବା କୁହାଯାଉଛି ।

ଏହା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା, ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଏବଂ ଟଙ୍କା ଉପରେ ବଢ଼ୁଥିବା ଚାପ ମଧ୍ୟ ଭାରତୀୟ ସେୟର ବଜାର ପାଇଁ ଚିନ୍ତାର କାରଣ ପାଲଟିଛି ।

ଅନ୍ୟପଟେ ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ସେୟାର ବଜାରରୁ ଟଙ୍କା ପ୍ରତ୍ୟାହାର କରୁଥିବାରୁ ବଜାର ଉପରେ ବିକ୍ରି ଚାପ ବଢ଼ିଛି। ଏହି ସବୁ କାରଣ ମିଶି ଗୁରୁବାର ଦଲାଲ ଷ୍ଟ୍ରିଟ୍‌ରେ ବଡ଼ ଧରଣର ହ୍ରାସ ଦେଖାଯାଇଛି।