Middle East War Impact / ଯୁଦ୍ଧ ମାଡ଼ରେ ପୁଣି ଦୋହଲିଲା ସେୟାର ବଜାର

Key Points
ଭାରତୀୟ ସେୟାର ବଜାର ଉପରେ ଯୁଦ୍ଧ ମାଡ଼
କ୍ରମାଗତ ତିନି ଦିନ ଧରି ବଢ଼ିବା ପରେ ଆଜି ବଜାରରେ ବଡ଼ ଧରଣର ହ୍ରାସ
ବଜାର ଖୋଲିବା ମାତ୍ରେ ସେନସେକ୍ସ ୧୯୫୩ ପଏଣ୍ଟ ଡାଉନ୍
ଯୁଦ୍ଧ ମାଡ଼ରେ ପୁଣି ଦୋହଲିଲା ସେୟାର ବଜାର ... ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁ ଖୋଲୁ ୧୯୫୩ ପଏଣ୍ଟ ଡାଉନ୍ । କ୍ରମାଗତ ତିନି ଦିନ ଧରି ବଢ଼ିବା ପରେ ଆଜି ବଜାରରେ ବଡ଼ ଧରଣର ହ୍ରାସ । ନିଫ୍ଟି ଖସିଲା ୪୫୩ ପଏଣ୍ଟ ।
ଭାରତୀୟ ସେୟାର ବଜାର ଉପରେ ଯୁଦ୍ଧ ମାଡ଼ । ପୁଣି ଖସିଲା ସେୟାର ବଜାର । କ୍ରମାଗତ ତିନି ଦିନ ଧରି ବଢ଼ିବା ପରେ ଆଜି ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ମାତ୍ରେ ସେନସେକ୍ସ ୧୯୫୩ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫ୍ଟି ୪୫୩ ପଏଣ୍ଟ ତଳକୁ ଖସିଛି ।
ଇରାନ ପକ୍ଷରୁ ଗଲ୍ଫ ବା ଉପସାଗରୀୟ ଅଞ୍ଚଳର ପ୍ରମୁଖ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପରେ ଏଭଳି ସ୍ଥିତି ଉପୁଜିଛି । ଫଳରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ଅଧିକ ହୋଇଯାଇଛି । ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ ।
ଫଳରେ ଆମେରିକୀୟ ବଣ୍ଡ୍ ଗୁଡ଼ିକ ନିବେଶକଙ୍କ ପାଇଁ ଆକର୍ଷଣୀୟ ରହିବ ଏବଂ ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକ ମାନେ ଆହୁରି ଅଧିକ ସେୟାର ବିକ୍ରି କରିବାର ସମ୍ଭାବନା ରହିଛି ।
ରିପୋର୍ଟ ଅନୁସାରେ, ଯୁଦ୍ଧ ପାଇଁ ହଠାତ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା ୧୧୩ ଡଲାର ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳର ଦାମ୍ ଆଗକୁ ଆହୁରି ବଢିପାରେ । ତେବେ ଏହାର ସିଧାସଳଖ ଏସିଆରେ ଥିବା ବିଭିନ୍ନ ଦେଶର ସେୟାର ବଜାର ଉପରେ ପଡିଛି । ଏପରିକି ଭାରତୀୟ ସେୟାର ବଜାର ଖୋଲୁ ଖୋଲୁ କ୍ରାଶ୍ କରିଯାଇଛି ।
ବିଏସଇ ସେନସେକ୍ସ ବୁଧବାର ୭୬,୭୦୪ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା୭୪୭୫୦ଅଙ୍କରେ ଖୋଲିଥିଲା । ଏହାର କିଛି ମିନିଟ୍ ପରେ ଏହା ୭୪,୬୮୫ ଅଙ୍କକୁ ଖସି ଆସିଥିଲା । ଏପରିକି ନିଫ୍ଟି ମଧ୍ୟ ଖସିଛି । ବୁଧବାର ନିଫ୍ଟି ୨୩,୭୭୭ରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୨୩,୧୯୭ରେ ଖୋଲିଛି ।
ବିଦେଶୀ ବଜାରରେ ହାହାକାର
ଭାରତୀୟ ସେୟାର ବଜାର ଖସିବା ନେଇ ବିଦେଶରୁ ସଙ୍କେତ ମିଳି ସାରିଥିଲା । ଇରାନ କତାର ସ୍ଥିତ ସବୁଠୁ ବଡ ଏଲଏନଜି ପ୍ଲାଣ୍ଟକୁ ଟାର୍ଗେଟ୍ କରିବା ପରେ ଗଲଫ୍ ଦେଶରେ ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ ଭଳି ଦେଶରେ ବଜାର କ୍ରାଶ୍ କରିଯାଇଛି ।
ଏଥିସହ ପଢ଼ନ୍ତୁ: ୫ ମିନିଟ୍ରେ ୧୩ ଲକ୍ଷ କୋଟି ସ୍ଵାହା; ୨୪୦୦ ପଏଣ୍ଟ ଖସିଲା Sensex
📱 Get Argus News App
✨Related Topics
Explore more stories