Sugar Price Hike / ଚିନି ଦର ବୃଦ୍ଧି ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ; ଆମଦାନୀ ହେବ ୧୦ ଲକ୍ଷ ଟନ୍ ଚିନି
·1 hour ago·2 min read

Key Points
ରାକ୍ଷୀ, ଗଣେଶ ଚତୁର୍ଥୀ, ନବରାତ୍ରୀ ଓ ଦୀପାବଳି ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ଚିନି ଦର । ଫଳରେ ପାର୍ବଣ ଋତୁରେ ଏଥରକ ଆହୁରି ମହଙ୍ଗା ହୋଇଯିବ ମିଠା । ବିଗତ କିଛିଦିନ ମଧ୍ୟରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି ।
ନୂଆଦିଲ୍ଲୀ: ପାର୍ବଣ ଆରମ୍ଭ ପୂର୍ବରୁ ଦରବୃଦ୍ଧି । ରାକ୍ଷୀ, ଗଣେଶ ଚତୁର୍ଥୀ, ନବରାତ୍ରୀ ଓ ଦୀପାବଳି ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ଚିନି ଦର । ଫଳରେ ପାର୍ବଣ ଋତୁରେ ଏଥରକ ଆହୁରି ମହଙ୍ଗା ହୋଇଯିବ ମିଠା । ବିଗତ କିଛିଦିନ ମଧ୍ୟରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି । ବଢ଼ୁଥିବା ଚିନି ଦରରେ ଲଗାମ କଷିବାକୁ ସରକାର ବଡ଼ ଓ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।
୨୦ ଦିନରେ ବଢ଼ିଲାଣି ୨୦ ଟଙ୍କା
ହଠାତ୍ ଚିନି ଦର କାହିଁକି ବଢ଼ିଲା ? ମାତ୍ର ୨୦ ଦିନ ଭିତରେ କାହିଁକି ଚିନ ୨୦ ଟଙ୍କା ମହଙ୍ଗା ହୋଇ ଯାଇଛି । ତଥ୍ୟ ଅନୁସାରେ, ବର୍ଷ ଆରମ୍ଭରୁ ଚିନି ବସ୍ତା ଦର ପ୍ରାୟ ୩୯୦୦ ଟଙ୍କା (ପ୍ରତି କ୍ଵିଣ୍ଟାଲ୍) ରହିଥିଲା । ଏବେ ଚିନି କ୍ଵିଣ୍ଟାଲ୍ ପିଛା ଦର ବୃଦ୍ଧି ପାଇ ୫୪୦୦ରୁ ୫୫୦୦ ଟଙ୍କାରେ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: ଶେୟାର ନା ଟଙ୍କା ଛାପିବା ମେସିନ୍ ! ଗୋଟିଏ ଦିନରେ ୧୭୭% ବଢ଼ିଲା ମୂଲ୍ୟ
ସେହିଭଳି ଖୁଚୁରା ବଜାରରେ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ଚିନି ଦର । ପୂର୍ବରୁ ଖୁଚୁରା ବଜାରରେ ଚିନି ଦର କେଜି ପିଛା ୪୬ ଟଙ୍କା ରହିଥିଲା । ଏବେ ତାହା ବୃଦ୍ଧି ପାଇ ୬୫ ଟଙ୍କାରୁ ୬୯ ଟଙ୍କା ମଧ୍ୟରେ ରହିଛି । ଅର୍ଥାତ୍ ମାତ୍ର ୨୦ ଦିନ ଭିତରେ ଚିନି ୨୦ ଟଙ୍କା ବଢିଛି ।
ତେବେ ଚିନି ଦର ହଠାତ୍ କାହିଁକି ବୃଦ୍ଧି ପାଇଲା ? ବଜାରକୁ ନୂଆ ଚିନି ଆସିବା ପୂର୍ବରୁ ବଜାର ଓ ଗୋଦାମରେ ଚିନିର ମହଜୁଦ୍ ପରିମାଣ ଖସିଥିଲା । ଚାହିଦା ଅଧିକ ବଢ଼ିବା ଓ କମ୍ ଯୋଗାଣ କାରଣରୁ ଦର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।
ସରକାରଙ୍କ ପଦକ୍ଷେପ
ଚିନି ଦରକୁ ନିୟନ୍ତ୍ରଣରେ ରଖିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଦେଶରେ ୨୦୨୬ ଅକ୍ଟୋବର ପର୍ଯ୍ୟନ୍ତ ୧୦ ଲକ୍ଷ ଟନ୍ ଚିନି (Raw Sugar) ଆମଦାନୀକୁ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଶୁଳ୍କ-ମୁକ୍ତ ଘୋଷଣା କରିଛି । ଫଳରେ ବିଦେଶରୁ ଶସ୍ତା ଦରରେ ଦେଶକୁ ଚିନି ଆମଦାନୀ କରାଯାଇ ପାରିବ । ବଜାରରେ ଯୋଗାଣ ବଢ଼ିବା ସହ ଦର ନିୟନ୍ତ୍ରଣରେ ରହିବ ।
ଏଥିସହ ପଢ଼ନ୍ତୁ: ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଦେବାକୁ ପଡିବ TAX, ଜାଣନ୍ତୁ ନୂଆ ନିୟମ
ବଜାରରେ କୌଣସି ସାମଗ୍ରୀର ଚାହିଦା ବଢ଼ିବା ସମୟରେ ଅନେକ ଅସାଧୁ ବ୍ୟବସାୟୀ ସାମଗ୍ରୀର କଳାବଜାରୀ ସୁଯୋଗରେ ରହିଥାନ୍ତି । ତେଣୁ ସରକାର କଳାବଜାରୀ ରୋକିବା ପାଇଁ କଡ଼ା ନିୟମ କରିଛନ୍ତି । ବଡ଼ କମ୍ପାନୀ, ବେକରୀ ଆଦି ମାସକରେ ସର୍ବାଧିକ ୧୦ ଟନ୍ ଚିନି ବ୍ୟବହାର କରିପାରିବେ । ମାତ୍ର ୧୫ ଦିନର ଚାହିଦା ଅନୁସାରେ, ଷ୍ଟକ୍ ରଖିପାରିବେ । ସେହିଭଳି ବଡ଼ ବ୍ୟବସାୟୀ ସର୍ବାଧିକ ୪ ହଜାର କ୍ଵିଣ୍ଟାଲ୍ ଚିନି ଗଚ୍ଛିତ ରଖିବାକୁ ସରକାର ସୀମା ନିର୍ଦ୍ଧାରଣ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories