Moderna Share Price / ଶେୟାର ନା ଟଙ୍କା ଛାପିବା ମେସିନ୍ ! ଗୋଟିଏ ଦିନରେ ୧୭୭% ବଢ଼ିଲା ମୂଲ୍ୟ
·1 hour ago·2 min read

Key Points
୧ ଦିନରେ ୧୭୭% ବଢ଼ିଲା ଶେୟାର ମୂଲ୍ୟ
କ୍ୟାନସର ଭ୍ୟାକ୍ସନ୍ ଖବର ପରେ ନିବେଶକ ମାଲାମାଲ୍
ମୋଡେର୍ଣ୍ଣା ଷ୍ଟକ୍ରେ ବଡ଼ ଧମାକା

ଶେୟାର ବଜାରରେ କେଉଁ ଶେୟାର କେବେ ନିବେଶକଙ୍କ ଭାଗ୍ୟ ବଦଳାଇଦେବ, ତାହା ଅନୁମାନ କରିବା ସହଜ ନୁହେଁ । ହେଲେ ଆମେରିକାର ଏକ ବାୟୋଟେକ୍ କମ୍ପାନୀର ଶେୟାର ଯାହା କରିଛି, ତାହା ନିବେଶକଙ୍କୁ ଚମକାଇ ଦେଇଛି । ଗୋଟିଏ ଦିନରେ ଶେୟାର ମୂଲ୍ୟ ପ୍ରାୟ ୧୭୭ ପ୍ରତିଶତ ବୃଦ୍ଧି ପାଇଛି ।
ମୋଡେର୍ଣ୍ଣା (Moderna) ଭାରତୀୟ ଶେୟାର ବଜାରରେ ତାଲିକାଭୁକ୍ତ ନୁହେଁ । ଏହା ଆମେରିକାର ଷ୍ଟକ୍ ମାର୍କେଟ୍ରେ ଲିଷ୍ଟେଡ୍ । ରିପୋର୍ଟ ଅନୁଯାୟୀ, ପୂର୍ବ କାରବାର ଦିନରେ ମଡର୍ନା ଶେୟାର ୬୨.୫୧ ଡଲାରରେ ବନ୍ଦ ହୋଇଥିଲା । ତେବେ ପରବର୍ତ୍ତୀ କାରବାରରେ ଏହା ଖୋଲିବା ମାତ୍ରେ ୧୧୬.୦୨ ଡଲାରରେ ପହଞ୍ଚିଯାଇଥିଲା ।
ଏହାପରେ ଷ୍ଟକ୍ର ଗତି ଆହୁରି ତୀବ୍ର ହୋଇଥିଲା । କାରବାର ସମୟରେ ମୋଡେର୍ଣ୍ଣା ଶେୟାର ୧୭୬.୬୬ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ଏହାର ନୂଆ ଅଲ୍ଟାଇମ୍ ହାଇ ଭାବେ ରେକର୍ଡ ହୋଇଛି । ଶେଷରେ ଆମେରିକୀୟ ଷ୍ଟକ୍ ମାର୍କେଟ୍ରେ ମଡର୍ନା ଶେୟାର ଗୋଟିଏ ଦିନରେ ୧୭୩% ବୃଦ୍ଧି ସହ ୧୭୪.୩୮ ଡଲାରରେ ବନ୍ଦ ହୋଇଥିଲା ।
ଗୋଟିଏ ବର୍ଷରେ ୬ ଗୁଣା ହେଲା ନିବେଶ ?
ମୋଡେର୍ଣ୍ଣା ଶେୟାର କେବଳ ଗୋଟିଏ ଦିନରେ ନୁହେଁ, ଗତ ଏକ ବର୍ଷ ଧରି ମଧ୍ୟ ନିବେଶକଙ୍କୁ ଜବରଦସ୍ତ ରିଟର୍ଣ୍ଣ ଦେଇଆସିଛି । ଏହି ସମୟ ମଧ୍ୟରେ ଷ୍ଟକ୍ରେ ୫୪୮.୪୯% ବୃଦ୍ଧି ହୋଇଥିବା ଦାବି କରାଯାଇଛି । ଶେୟାର ମୂଲ୍ୟରେ ପ୍ରାୟ ୧୪୭.୪୯ ଡଲାରର ବୃଦ୍ଧି ହୋଇଛି ।
ଗତ ଛଅ ମାସର ରିଟର୍ଣ୍ଣ ମଧ୍ୟ ଚମତ୍କାର ରହିଛି । ଏହି ସମୟରେ ମୋଡେର୍ଣ୍ଣା ଷ୍ଟକ୍ ପ୍ରାୟ ୨୫୦% ରିଟର୍ଣ୍ଣ ଦେଇଥିବାବେଳେ, ଗତ ଏକ ମାସରେ ମଧ୍ୟ ଏହାର ମୂଲ୍ୟ ପ୍ରାୟ ୧୯୪% ବଢ଼ିଥିବା କୁହାଯାଇଛି ।
କ୍ୟାନ୍ସର ଭ୍ୟାକ୍ସିନ୍ ଖବର ପରେ ଦୌଡ଼ିଲା ଷ୍ଟକ୍
ଏବେ କମ୍ପାନୀର ଏକ ନୂଆ କ୍ୟାନ୍ସର ଚିକିତ୍ସା ସମ୍ପର୍କିତ ଖବର ନିବେଶକଙ୍କ ଧ୍ୟାନ ଆକର୍ଷଣ କରିଛି । ମୋଡେର୍ଣ୍ଣା ଓ ମର୍କ ମିଳିତ ଭାବେ ବିକଶିତ କରୁଥିବା ପରୀକ୍ଷାମୂଳକ mRNA କ୍ୟାନ୍ସର ଚିକିତ୍ସା ମେଲାନୋମା ବିରୋଧରେ ଶେଷ ପର୍ଯ୍ୟାୟର କ୍ଲିନିକାଲ୍ ଟ୍ରାଏଲ୍ରେ ଲକ୍ଷ୍ୟ ହାସଲ କରିଥିବା ଦୁଇ କମ୍ପାନୀ ପକ୍ଷରୁ କୁହାଯାଇଛି ।
ମେଲାନୋମା ହେଉଛି ଚର୍ମ କ୍ୟାନ୍ସରର ଏକ ଗୁରୁତର ପ୍ରକାର । ଏହି ପରୀକ୍ଷଣର ସଫଳତାକୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ବୋଲି ମ୍ୟାସାଚୁସେଟ୍ସ ଜେନେରାଲ୍ ବ୍ରିଘମ୍ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍ର ମେଲାନୋମା ସେଣ୍ଟର ନିର୍ଦ୍ଦେଶକ ଡା. ରାୟାନ୍ ସୁଲିଭାନ୍ ମତ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories