Videos
|
Business

Car Price Hike / ଡିସେମ୍ବର ୧ରୁ ମହଙ୍ଗା ହେବ TATAର କାର; ଜାଣନ୍ତୁ କେତେ ବଢ଼ିବ ଦାମ୍ ?

Sushanta Sahoo
Browse all articles by Sushanta Sahoo
·20 mins ago·2 min read
ଡିସେମ୍ବର ୧ରୁ ମହଙ୍ଗା ହେବ TATAର କାର; ଜାଣନ୍ତୁ କେତେ ବଢ଼ିବ ଦାମ୍ ?
Tata Car Prices to Rise From December 2026

Key Points

ଆପଣ ଯଦି ଆଗକୁ କାର୍ କିଣିବାର ଯୋଜନା କରିଛନ୍ତି ତାହେଲେ ଆପଣଙ୍କ ପକେଟକୁ ନିଶ୍ଚିତ ବାଧିବ । କାରଣ ଟାଟା ମୋଟର୍ସ ନୂଆ କାର୍ ସହ SUVର ମୂଲ୍ୟ ଡିସେମ୍ବର ୧ ତାରିଖରୁ ବଢ଼ାଇବା ନେଇ ଘୋଷଣା କରିଛି ।
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ତଥା ପ୍ରମୁଖ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଝଟ୍‌କା ଦେବାକୁ ଯାଉଛି । ଟାଟା ମୋଟର୍ସ ତାର ପୋର୍ଟଫୋଲିଓର ଦର ବୃଦ୍ଧି ଘୋଷଣା କରିଛି । ଏହି ନିଷ୍ପତ୍ତି ଫଳରେ ଟାଟାର ପେଟ୍ରୋଲ୍-ଡିଜେଲ୍ ଚାଳିତ କାର୍ ସହ ଇଲେକ୍ଟ୍ରିକ୍ କାର୍ ମଧ୍ୟ କ୍ରୟ କରିବା ମହଙ୍ଗା ହୋଇଯିବ ।

ଏଭଳି ସ୍ଥିତିରେ ଆପଣ ଯଦି ଆଗକୁ କାର୍ କିଣିବାର ଯୋଜନା କରିଛନ୍ତି ତାହେଲେ ଆପଣଙ୍କ ପକେଟକୁ ନିଶ୍ଚିତ ବାଧିବ । କାରଣ ଟାଟା ମୋଟର୍ସ ନୂଆ କାର୍ ସହ SUVର ମୂଲ୍ୟ ଡିସେମ୍ବର ୧ ତାରିଖରୁ ବଢ଼ାଇବା ନେଇ ଘୋଷଣା କରିଛି । ତେଣୁ, ଆପଣ ଡିସେମ୍ବର ୧ ପରେ କାର୍ କିଣିଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।

ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ୍ ଲିମିଟେଡ୍ (TMPV)ର ସୂଚନା ଅନୁସାରେ, କମ୍ପାନୀ ତାର ସମଗ୍ର ପୋର୍ଟଫୋଲିଓରେ ଦର ପ୍ରାୟ ୦.୫ ପ୍ରତିଶତ ବଢ଼ାଇବାକୁ ଯାଉଛି । ନୂଆ ବର୍ଦ୍ଧିତ ଦର ୨୦୨୬ ଡିସେମ୍ବର୧ ତାରିଖରୁ ଲାଗୁ ହେବ । ପେଟ୍ରୋଲ୍ ଓ ଡିଜେଲ୍ ସହ ବ୍ୟାଟେରୀ ଚାଳିତ କାର୍ ଦର ମଧ୍ୟ ବଢ଼ିବ ।

ଏଥିସହ ପଢ଼ନ୍ତୁ: ହଠାତ୍ ଧରାଶାୟୀ ଷ୍ଟକ୍ ମାର୍କେଟ୍, କ୍ଷଣକରେ ଛାରଖାର ନିବେଶକଙ୍କ ₹୫ ଲକ୍ଷ କୋଟି 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ବଢ଼ୁଛି ଦାମ ?

କମ୍ପାନୀ ଅନୁସାରେ, ଗାଡ଼ି ନିର୍ମାଣରେ ଲାଗୁଥିବା କଞ୍ଚା ମାଲ୍ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଲଗାତାର ବଢ଼ି ଚାଲିଛି । ପରିବହନ ଖର୍ଚ୍ଚ ମଧ୍ୟ ଢେର୍ ବଢ଼ିଛି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ନୂଆ ଗାଡ଼ି ନିର୍ମାଣ ଉପରେ । ଏବେ ପର୍ଯ୍ୟନ୍ତ ଟାଟା ମୋଟର୍ସ ବର୍ଦ୍ଧିତ ଖର୍ଚ୍ଚକୁ ବହନ କରି ଆସୁଥିଲା । କିନ୍ତୁ, ଲଗାତାର ଖର୍ଚ୍ଚ ବୃଦ୍ଧି ପରେ କମ୍ପାନୀ ନୂଆ ଗାଡ଼ି ଦର ବୃଦ୍ଧି ନିଷ୍ପତ୍ତି ଘୋଷଣା କରିଛି ।

ଟାଟା ମୋଟର୍ସ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ, ଗାଡ଼ି ଗୁଡ଼ିକର ମୂଲ୍ୟରେ ପାଖାପାଖି ୦.୫ ପ୍ରତିଶତ ବୃଦ୍ଧି କରାଯିବ । କିନ୍ତୁ ଏହି ସମସ୍ତ କାର ଏବଂ ଭାରିଆଣ୍ଟ ଉପରେ ସମାନ ଭାବେ ଲାଗୁ ହେବ ନାହିଁ । ଭିନ୍ନ-ଭିନ୍ନ ମଡେଲ୍ ଓ ଭାରିଆଣ୍ଟ ଅନୁସାରେ ଦରରେ ପରିବର୍ତ୍ତନ ଆସିବ । ଦର ବୃଦ୍ଧି ସତ୍ତ୍ଵେ ଗ୍ରାହକ ପ୍ରତି ଗାଡ଼ିରେ ଦେୟ ହିସାବରେ ମୂଲ୍ୟ ପାଇବେ ବୋଲି କମ୍ପାନୀ ଦାବି କରିଛି ।

ମାରୁତି ବି ବଢ଼ାଇଛି ଦର

ନିକଟରେ ମାରୁତି ସୁଜୁକି ମଧ୍ୟ ତାର କାର ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲା । ୨୦୨୬ ନଭେମ୍ବର ୨୨ରୁ ମାରୁତି ସୁଜୁକିର କାର ମୂଲ୍ୟ ବୃଦ୍ଧି ପାଇଛି । ମାରୁତି ପ୍ରାୟ ୦.୩୧ ପ୍ରତିଶତ ଦର ବଢ଼ାଇଛି ।