Videos
|
National

Stock Market Crash / ହଠାତ୍ ଧରାଶାୟୀ ଷ୍ଟକ୍ ମାର୍କେଟ୍, କ୍ଷଣକରେ ଛାରଖାର ନିବେଶକଙ୍କ ₹୫ ଲକ୍ଷ କୋଟି

Debashree Debasmita Sahoo
Browse all articles by Debashree Debasmita Sahoo
·24 mins ago·2 min read
ହଠାତ୍ ଧରାଶାୟୀ ଷ୍ଟକ୍ ମାର୍କେଟ୍, କ୍ଷଣକରେ ଛାରଖାର ନିବେଶକଙ୍କ ₹୫ ଲକ୍ଷ କୋଟି
Stock Market Crash

Key Points

ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା
ପୋଛି ହୋଇଗଲା ୫ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି
ସେନସେକ୍ସ ୧,୦୦୦+ ପଏଣ୍ଟ ଖସି ୮୨,୯୦୯ ସ୍ତରରେ
ନିଫ୍ଟି-୫୦ ୩୧୩ ପଏଣ୍ଟ ଖସି ୨୫,୪୮୮ ସ୍ତରରେ
ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ଦିନ ନିବେଶକମାନଙ୍କୁ ଲାଗିଛି ଏକ ବଡ଼ ଝଟକା । ଗତ କିଛି ଦିନ ଧରି ସେୟାର ବଜାରରେ ଯେଉଁ ରେକର୍ଡ ବ୍ରେକିଂ ଗତି ଦେଖିବାକୁ ମିଳୁଥିଲା, ଆଜି ସେଥିରେ ଲାଗିଛି ବ୍ରେକ୍ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା BSE ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ବା NSE ନିଫ୍ଟି-ଫିଫଟି ଉଭୟ ସୂଚକାଙ୍କରେ ଆଜି ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ମାତ୍ର କିଛି ଘଣ୍ଟାର କାରବାର ଭିତରେ ନିବେଶକଙ୍କ ପ୍ରାୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ପୋଛି ହୋଇଯାଇଛି ।

ସେନସେକ୍ସ କାରବାର ସମୟରେ ହଜାରେ ପଏଣ୍ଟରୁ ଅଧିକ ଖସି ୮୨,୮୬୨ ସ୍ତରକୁ ଚାଲିଆସିଛି । ସେହିପରି ନିଫ୍ଟି-ଫିଫଟି ୫୨୫ ପଏଣ୍ଟ ତଳକୁ ଖସି ୨୫,୪୬୭ ସ୍ତରରେ କାରବାର କରୁଛି । ଷ୍ଟକ୍ ବଜାରର ଆରମ୍ଭକୁ ଦେଖିଲେ , ଏହା ୩୦-ସେୟାର ସହିତ ବିଏସଇ ସେନ୍ସେକ୍ସ ୮୩,୯୧୯ରେ ବନ୍ଦ ହୋଇଥିଲା । କିନ୍ତୁ ସେୟାର ବଜାରରେ କାରବାର ଆଗକୁ ବଢିବା ସହିତ ଏହା ଦ୍ରୁତ ଗତିରେ ୧୮୦୦ ଅଙ୍କ ହ୍ରାସ ପାଇ ୮୨,୮୬୨ରେ ପହଞ୍ଚିଛି । ସେପଟେ ଏନଏସଇ ନିଫ୍ଟି କଥା କହିଲେ, ଏହା ମଧ୍ୟ ଧରାଶାୟୀ ହୋଇଛି । ଗତ ସପ୍ତାହରେ ଏହା ୨୫,୮୦୦ରେ ବନ୍ଦ ହୋଇଥିଲା । ଆଜି ବଜାର ଖୋଲିବା ପରେ ୨୫,୯୨୯ରେ କାରବାର ଆରମ୍ଭ କରି ୨୫,୯୯୨ରେ ପହଞ୍ଚିଥିଲା । ହେଲେ ହଠାତ୍ ଏହା ଖସିବାକୁ ଲାଗିଥିଲା । ଏବେ ୫୨୫ ପଏଣ୍ଟ ଖସି ୨୫,୪୬୭ ସ୍ତରକୁ ଖସିଆସିଛି ।

  • ବଜାର ଖସିବାର ୪ଟି ପ୍ରମୁଖ କାରଣ
ତେବେ ପ୍ରଶ୍ନ ଉଠୁଛି, ହଠାତ୍ ଏଭଳି ବଡ଼ ଧରଣର କ୍ରାସ୍ କାହିଁକି ହେଲା ? ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆଜିର ଏହି ବଜାର ହ୍ରାସ ପଛରେ ରହିଛି ୪ଟି ପ୍ରମୁଖ କାରଣ । ଗତ କିଛି ସପ୍ତାହ ଧରି ଭାରତୀୟ ସେୟାର ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା । ନଭେମ୍ବର ମାସରେ ନିଫ୍ଟି ପ୍ରାୟ ୧୦ ପ୍ରତିଶତରୁ ଅଧିକ ବଢ଼ି ୨୦୨୦ ମସିହା ପରଠାରୁ ସର୍ବଶ୍ରେଷ୍ଠ ମାସିକ ପ୍ରଦର୍ଶନ କରିବାକୁ ଯାଉଥିଲା । ବଜାର ତା'ର ସର୍ବକାଳୀନ ରେକର୍ଡସ୍ତରର ଖୁବ୍ ପାଖାପାଖି ପହଞ୍ଚି ଯାଇଥିବାରୁ, ନିବେଶକମାନେ ଉଚ୍ଚ ଦରରେ ସେୟାର ବିକ୍ରି କରି ନିଜର ଲାଭ ସୁରକ୍ଷିତ କରିବାକୁ ଚାହିଁଛନ୍ତି ।

ପଢନ୍ତୁ ଏହି ଖବର: ୩% ନୁହେଁ ୬% ହୋଇପାରେ ଇନକ୍ରିମେଣ୍ଟ; ଦରମା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ୍ୱିତୀୟ କାରଣ ହେଲା ଆମେରିକୀୟ ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି ଆଶଙ୍କା । ତୃତୀୟ କାରଣ ହେଉଛି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ପୁଣି ଦୁର୍ବଳ ହୋଇଛି । ଚତୁର୍ଥ କାରଣ ହେଲା, ବଜାରର ସବୁଠୁ ବଡ଼ ଓ ପ୍ରଭାବଶାଳୀ କମ୍ପାନୀଗୁଡ଼ିକର ସେୟାରରେ ଆଜି ବଡ଼ ଧରଣର ବିକ୍ରି ଦେଖିବାକୁ ମିଳିଛି। HDFC ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ICICI ବ୍ୟାଙ୍କ, SBI ଏବଂ ଆକ୍ସିସ୍ ବ୍ୟାଙ୍କ ଭଳି କମ୍ପାନୀର ସେୟାର ୨.୫ ପ୍ରତିଶତ ପର୍ଯ୍ୟନ୍ତ ଖସିଛି । ଏସବୁ ଭିତରେ ଆଇଟି ସେକ୍ଟର ଆଜି ବଜାରକୁ କିଛି ମାତ୍ରାରେ ସମ୍ଭାଳିବାକୁ ଚେଷ୍ଟା କରିଛି ।