Bank Holidays October 2026 / ଅକ୍ଟୋବର ୨୪ରୁ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ରହିବ ଛୁଟି
·1 hour ago·2 min read

Key Points
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର
୩ ଦିନ ଧରି ବ୍ୟାଙ୍କରେ ଝୁଲିବ ତାଲା
ଜାଣନ୍ତୁ କେଉଁଠି ଓ କାହିଁକି ରହିବ ଛୁଟି
୩ ଦିନ ଧରି ବ୍ୟାଙ୍କରେ ଝୁଲିବ ତାଲା
ଜାଣନ୍ତୁ କେଉଁଠି ଓ କାହିଁକି ରହିବ ଛୁଟି
ଯଦି ଆପଣ ଆସନ୍ତା କିଛି ଦିନ ମଧ୍ୟରେ ବ୍ୟାଙ୍କକୁ ଯାଇ କୌଣସି ଜରୁରୀ କାମ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣି ନିଅନ୍ତୁ । କାହିଁକି ନା ଅକ୍ଟୋବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କେତେକ ସହର ଓ ରାଜ୍ୟରେ ତିନି ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ସମୟରେ ବ୍ୟାଙ୍କ ଶାଖାକୁ ଯାଇ କାରବାର କରିବାକୁ ଚାହୁଁଥିବା ଗ୍ରାହକମାନେ ଅସୁବିଧାରେ ପଡ଼ିପାରନ୍ତି ।
କେଉଁ ତାରିଖରେ ରହିବ ବ୍ୟାଙ୍କ ଛୁଟି ?
ଅକ୍ଟୋବର ୨୪ ତାରିଖ ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ନିୟମ ଅନୁଯାୟୀ, ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କଗୁଡ଼ିକରେ ଛୁଟି ରହିଥାଏ ।
ଅଧିକ ପଢ଼ନ୍ତୁ: ସରକାର ୧ ବର୍ଷ ପାଇଁ ପ୍ରତି ମାସରେ ୧୭,୫୦୦ ଟଙ୍କା ଦେଉଛନ୍ତି: ନିଜର ଷ୍ଟାର୍ଟଅପ୍ ଆରମ୍ଭ କରନ୍ତୁ
ଏହାପରେ ଅକ୍ଟୋବର ୨୫ ତାରିଖ ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଅକ୍ଟୋବର ୨୬ ତାରିଖ ସୋମବାର କେତେକ ରାଜ୍ୟରେ ଲକ୍ଷ୍ମୀ ପୂଜା, ବିଲୟ ଦିବସ (Accession Day) କିମ୍ବା ମହର୍ଷି ବାଲ୍ମୀକି ଜୟନ୍ତୀ ଅବସରରେ ବ୍ୟାଙ୍କ ଛୁଟି ରହିବ ।
କେଉଁ କେଉଁ ସହରରେ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ?
ଅଗରତାଲା, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଜମ୍ମୁ, ଶିମଲା ଓ ଶ୍ରୀନଗର ଭଳି ସହରରେ ଅକ୍ଟୋବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କ୍ରମାଗତ ତିନି ଦିନ ବ୍ୟାଙ୍କ ଶାଖା ବନ୍ଦ ରହିବାର ସୂଚନା ଦିଆଯାଇଛି । ବିଶେଷକରି ଜମ୍ମୁ-କାଶ୍ମୀରରେ ଅକ୍ଟୋବର ୨୬ ତାରିଖରେ ବିଲୟ ଦିବସ ପାଳନ କରାଯାଉଥିବାରୁ ବ୍ୟାଙ୍କ ଛୁଟି ରହିବ । ତେବେ ଏହି ଛୁଟି ସମସ୍ତ ରାଜ୍ୟରେ ସମାନ ଭାବରେ ଲାଗୁ ହେବ ନାହିଁ । ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB)ର ଶାଖାଗୁଡ଼ିକ ସମ୍ପୃକ୍ତ ରାଜ୍ୟର ଛୁଟି ତାଲିକା ଅନୁଯାୟୀ ବନ୍ଦ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ୟାଙ୍କ ବନ୍ଦ ରହିଲେ କେମିତି କରିବେ କାରବାର ?
ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକମାନେ ଅନେକ ଡିଜିଟାଲ୍ ସେବାର ଲାଭ ଉଠାଇପାରିବେ । ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଓ UPI ମାଧ୍ୟମରେ ଟଙ୍କା ପଠାଇବା ଏବଂ ଅନ୍ୟାନ୍ୟ ଅନଲାଇନ୍ କାରବାର କରିହେବ । ଏହାସହ ATM ମାଧ୍ୟମରେ ମଧ୍ୟ ଟଙ୍କା ଉଠାଇପାରିବେ ।

Related Topics
Explore more stories