Global Stock Market / ଟ୍ରମ୍ପଙ୍କ ପରାଜୟରେ ନିବେଶକଙ୍କ ମଉଜ…ଖୋଲୁ ଖୋଲୁ ରକେଟ୍ ହେଲା ସେୟାର ବଜାର
·11 mins ago·2 min read

Key Points
ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପରାସ୍ତ ହେବାପରେ ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି
ମଧ୍ୟବର୍ତ୍ତୀ କାଳୀନ ବା ମିଡ୍ ଟର୍ମ୍ ନିର୍ବାଚନରେ ପରାସ୍ତ ହୋଇଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି । ଏହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡିଛି । ସେୟାର ବଜାରରେ ସପ୍ତାହର ଚତୁର୍ଥ କାରବାର ଦିନରେ ଦମଦାର ଆରମ୍ଭ କରିଛି ମାର୍କେଟ୍ । ଏପରିକି ତୈଳ ଦର ହ୍ରାସ ପାଇଛି । ଖୁବ୍ କମ୍ ସମୟରେ ତୈଳ ଦର କ୍ରାସ୍ କରିଯାଇଛି ।
ତୈଳ ଦର କମିବା ପରେ ସାରା ବିଶ୍ୱର ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ସେନସେକ୍ସ ଏବଂ ନିଫ୍ଟି ରକେଟ୍ ବେଗରେ ଆଗକୁ ବଢିଛନ୍ତି । ବିଏସଇ ସେନସେକ୍ସର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଖୋଲିବା ପରେ ୧୬୦୦ ଅଙ୍କ ବୃଦ୍ଧି ପାଇଛି । ସେହିପରି ଏନଏସଇ ନିଫ୍ଟି ମଧ୍ୟ ୪୦୦ ଅଙ୍କ ବୃଦ୍ଧି ପାଇଛି ।
ବୁଧବାର ସେନସେକ୍ସ ୭୭୩୦୧ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ଖୋଲିବା ପରେ ୧୬୨୧ ପଏଣ୍ଟ ବୃଦ୍ଧି ପାଇ ୭୮୯୨୨ରେ ପହଁଚିଥିଲା । ନିଫ୍ଟି ବୁଧବାର ୨୩୯୬୦ରେ ବନ୍ଦ ହୋଇଥିଲା । ଗୁରୁବାର ଏଥିରେ ୪୩୨ ଅଙ୍କ ବୃଦ୍ଧି ପାଇ ୨୪୩୯୨ ସ୍ତରରେ ପହଁଚିଥିଲା ।
କୁହାଯାଉଛି ଯେ, ଟ୍ରମ୍ପଙ୍କ ପରାଜୟ ପରେ ସାରା ବିଶ୍ୱର ସେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି । ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି । ଅନେକାଂଶ ଜାଗାରେ ଡେମୋକ୍ରାଟିକ୍ ପାର୍ଟିର ନେତା ବିଜୟୀ ହୋଇଛନ୍ତି । ସିନେଟରେ ୪୩୫ ଆସନରୁ ଡେମୋକ୍ରାଟିକ୍ ପାର୍ଟି ୨୨୮ ସିଟ୍ ଜିତିଛି । ରିପବ୍ଲିକାନ ପାର୍ଟି ମାତ୍ର ୧୩୯ ସିଟ୍ ଜିତିଛି । ସିନେଟରେ ବହୁମତ ପାଇଁ ୨୧୮ ସିଟ୍ ଦରକାର । ହେଲେ ଟ୍ରମ୍ପଙ୍କ ପାର୍ଟି ବହୁମତ ହରାଇଛି ।
୧. ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରଦର୍ଶନ ବିଶ୍ୱ ବଜାରରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି। ଆମେରିକାର ବାଣିଜ୍ୟ ଏବଂ ଭୌଗୋଳିକ-ରାଜନୈତିକ ନୀତିଗୁଡ଼ିକରେ କୋହଳତା ଆସିପାରେ ବୋଲି ନିବେଶକମାନେ ଆଶା ରଖିଛନ୍ତି।
୨. ବ୍ରେଣ୍ଟ କ୍ରୁଡ୍ (କଞ୍ଚା ତେଲ)ର ମୂଲ୍ୟ ହ୍ରାସ ପାଇ ବର୍ତ୍ତମାନ ପ୍ରତି ବ୍ୟାରେଲ୍ ପିଛା ପ୍ରାୟ ୯୩.୫୦ ଡଲାରରେ ପହଞ୍ଚିଛି। ଭାରତ ନିଜର ଆବଶ୍ୟକୀୟ କଞ୍ଚା ତେଲର ଏକ ବଡ଼ ଅଂଶ ଆମଦାନୀ କରୁଥିବାରୁ, ମୂଲ୍ୟରେ ଏହି ହ୍ରାସ ଭାରତୀୟ ଅର୍ଥନୀତି ଏବଂ ଏଠାକାର କମ୍ପାନୀଗୁଡ଼ିକ ପାଇଁ ଏକ ଆଶ୍ୱସ୍ତିର ବିଷୟ ହୋଇଛି।
୩. ବିଦେଶୀ ସଂସ୍ଥାଗତ ନିବେଶକ (FIIs) କ୍ରମାଗତ ଭାବରେ ଭାରତୀୟ ଷ୍ଟକ୍ ବଜାରରେ ନିବେଶ କରୁଛନ୍ତି (ଅର୍ଥାତ୍ ଶେୟାର କିଣୁଛନ୍ତି)। କେବଳ ବୁଧବାର ଦିନ, ବିଦେଶୀ ନିବେଶକମାନେ ପ୍ରାୟ ୭,୨୮୪ କୋଟି ଟଙ୍କା ମୂଲ୍ୟର ଭାରତୀୟ ଶେୟାର କିଣିଛନ୍ତି।
୪. ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିର ପ୍ରଦର୍ଶନ ପରେ, 'ଡାଓ ଜୋନ୍ସ' (Dow Jones) ସୂଚକାଙ୍କରେ ପ୍ରାୟ ୩% ବୃଦ୍ଧି ଦେଖିବାକୁ ମିଳିଥିଲା। ଏହାର ଏକ ସକାରାତ୍ମକ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଛି।
୫. ଦ୍ୱିତୀୟ ତ୍ରୈମାସିକରେ କର୍ପୋରେଟ୍ କମ୍ପାନୀଗୁଡ଼ିକର ମଜବୁତ ଆୟ ନିବେଶକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି।

- ବଜାରରେ ଆସିଥିବା ଏହି ଉତ୍ଥାନ ପଛର ୫ଟି ମୁଖ୍ୟ କାରଣ କ’ଣ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories