Videos
|
International

US Midterm Elections Trump Memes / ମଧ୍ୟାବଧି ନିର୍ବାଚନରେ ଚିତପଟାଙ୍ଗ ମାରିଲେ ଟ୍ରମ୍ପ; ସୋସିଆଲ ମିଡିଆରେ ଛାଇଗଲା ମୀମ୍ସ୍

Subhramjit Ray
Browse all articles by Subhramjit Ray
·1 hour ago·3 min read
ମଧ୍ୟାବଧି ନିର୍ବାଚନରେ ଚିତପଟାଙ୍ଗ ମାରିଲେ ଟ୍ରମ୍ପ; ସୋସିଆଲ ମିଡିଆରେ ଛାଇଗଲା ମୀମ୍ସ୍
US Midterm Elections Trump Memes

Key Points

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ପରେ, ସୋସିଆଲ ମିଡିଆରେ ତାଙ୍କର ମୀମ୍ସ ଭାଇରାଲ ହେଉଛି। ସବୁଠାରୁ ଭାଇରାଲ ମୀମ୍ସ ମଧ୍ୟରୁ ଗୋଟିଏରେ ଲୋକେ ତାଙ୍କୁ ଡଷ୍ଟବିନ ବିତରେ ଫିଙ୍ଗି ଦେଉଥିବାର ଦେଖାଯାଉଛି।
ଆମେରିକାରେ ଅନୁଷ୍ଠିତ ହୋଇଥିବା ୨୦୨୬ ମଧ୍ୟାବଧି ନିର୍ବାଚନରେ ​​ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ଜୋରଦାର ଝଟକା। ଏହି ନିର୍ବାଚନରେ ଶାସକ ଦଳ ରିପବ୍ଲିକାନ୍ ପାର୍ଟି ବଡ଼ ଧରଣର ପରାଜୟ ବରଣ କରିଛି। ବିରୋଧି ଡେମୋକ୍ରାଟିକ୍ ପାର୍ଟି ଆମେରିକୀୟ ସଂସଦ (କଂଗ୍ରେସ)ର ଉଭୟ ସଦନ ସିନେଟ୍ ଏବଂ ପ୍ରତିନିଧି ସଭାରେ (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ୍) ବହୁମତ ହାସଲ କରିଛି। ଡେମୋକ୍ରାଟିକ୍ ପାର୍ଟି ପ୍ରାୟ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାନସାସ୍ ରାଜ୍ୟରେ ନିର୍ବାଚନ ଜିତିଛି। ଗତ ୧୯୩୨ ମସିହାରେ ଶେଷ ଥର ପାଇଁ ଏହି ରାଜ୍ୟରେ ଜଣେ ଡେମୋକ୍ରାଟିକ୍ ସିନେଟର ନିର୍ବାଚିତ ହୋଇଥିଲେ। ଆମେରିକାର ମଧ୍ୟାବଧି ନିର୍ବାଚନରେ ​ଶୋଚନୀୟ ପରାଜୟ ପରେ, ସୋସିଆଲ ମିଡିଆରେ ମୀମ୍ସ୍ ର ବନ୍ୟା ମାଡ଼ି ଆସିଛି। ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଇଛି।

ଟ୍ରମ୍ପଙ୍କୁ ଡଷ୍ଟବିନ୍ ରେ ଫିଙ୍ଗି ଦେଲେ ଲୋକ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମୀମ୍ସ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ତାଙ୍କୁ ନିଜ ହାତରେ ଉଠାଇ ଡଷ୍ଟବିନ୍ ମଧ୍ୟରେ ଫିଙ୍ଗି ଦେଉଥିବା ଦେଖାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମୀମ୍ ଭାରତରେ ଅବସ୍ଥାପିତ ଇରାନୀ ଦୂତାବାସର ସରକାରୀ X ହ୍ୟାଣ୍ଡେଲ ଦ୍ୱାରା ମଧ୍ୟ ସେୟାର କରାଯାଇଛି। ଏହା ସହିତ ଅନେକ ଲୋକ ଟ୍ରମ୍ପଙ୍କୁ X ରେ ଡଷ୍ଟବିନ୍ ମଧ୍ୟରେ ଫିଙ୍ଗି ଦେଉଥିବାର ଏହି ମୀମ୍ ଭିଡି଼ଓ ସେୟାର କରିବାରେ ଲାଗିଛନ୍ତି।


ଟ୍ରମ୍ଫଙ୍କ ମୀମ୍ସ ସହ ଜଡ଼ିତ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯାହା ମଧ୍ୟରୁ ଗୋଟିଏ ହେଉଛି ଷ୍ଟାଚ୍ୟୁ ଅଫ୍ ଲିବର୍ଟି ପ୍ରତିମୂର୍ତ୍ତି। ଯେଉଁଠାରେ ଉଠାଯାଇଥିବା ପତାକାରେ ଲେଖାଯାଇଛି, "ଆମେରିକାକୁ ପୁଣିଥରେ ଟ୍ରମ୍ପ ହୀନ କରନ୍ତୁ।" (Make America Trump Less Again)। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ "ଆମେରିକାକୁ ପୁଣି ଥରେ ମହାନ କରନ୍ତୁ" (Make America Great Again) ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ପ୍ରଚାର ସ୍ଲୋଗାନ ରହିଥିଲା। ସେହି ସ୍ଲୋଗାନ ଉପରେ ଆଧାର କରି ତାଙ୍କ ବିଷୟରେ ଏବେ ଏହି ମୀମ୍ସ ସେୟାର କରାଯାଉଛି।

X ରେ ତାଙ୍କର ଆଉ ଏକ ମୀମ୍ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଥମେ ସିଡ଼ି ତଳକୁ ଯାଉଥିବାର ଦେଖାଯାଉଛି। ଟ୍ରମ୍ପ ଏହାକୁ ଅନୁକରଣ କରି ସିଡ଼ିରେ ତଳକୁ ଖସିବାକୁ ଚେଷ୍ଟା କରିବା ସମୟରେ ଡଷ୍ଟବିନ ମଧ୍ୟରେ ପଡ଼ି ଯାଉଛନ୍ତି।


୨୦୨୬ ଆମେରିକୀୟ ମଧ୍ୟାବଧି ନିର୍ବାଚନ ଫଳାଫଳ
ପ୍ରତିନିଧି ସଭା (United States House of Representatives): ଆମେରିକୀୟ ସଂସଦର ନିମ୍ନ ସଦନର ସମସ୍ତ ୪୩୫ ଆସନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିରୋଧି ଡେମୋକ୍ରାଟିକ୍ ପାର୍ଟି ୨୨୬ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଶାସକ ଦଳ ରିପବ୍ଲିକାନ୍ ପାର୍ଟି ୧୩୭ ଆସନରେ ଆଗୁଆ ରହିଛି।

ସିନେଟ୍ (United States Senate): ଆମେରିକୀୟ ସଂସଦର ଉଚ୍ଚ ସଦନର ସିନେଟ୍ ର ସମସ୍ତ ୧୦୦ ଆସନ ମଧ୍ୟରୁ ୩୫ ସିଟ୍ ପାଇଁ ମଧ୍ୟାବଧି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପରିସଂଖ୍ୟାନ ଅନୁସାରେ, ଏପର୍ଯ୍ୟନ୍ତ ୩୧ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏହା ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟି ୧୯ ଏବଂ ରିପବ୍ଲିକାନ୍ ପାର୍ଟି ୧୨ ଆସନରେ ବିଜୟୀ ହୋଇଛି। ବାକି ଚାରୋଟି ଆସନ ପାଇଁ ଭୋଟ୍ ଗଣତି ଚାଲିଛି। ଏହି ଫଳାଫଳ ସହିତ, ଡେମୋକ୍ରାଟିକ୍ ପାର୍ଟି ୫୩ ଏବଂ ରିପବ୍ଲିକାନ୍ ପାର୍ଟି ୪୩ ଆସନ ପାଇଛି।

ଗଭର୍ଣ୍ଣର (US Governors): ମୋଟ ୩୬ ଆସନ ମଧ୍ୟରୁ ୨୬ ରାଜ୍ୟ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଡେମୋକ୍ରାଟ୍ ୧୭ ଏବଂ ରିପବ୍ଲିକାନ୍ ୯ ଆସନ ଜିତିଛନ୍ତି। ୧୦ ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ଗଣତି ସମାପ୍ତ ହେବା ପରେ ଚୂଡ଼ାନ୍ତ ଫଳାଫଳ ଜଣାପଡିବ। ହେଲେ ତଥାପି ବର୍ତ୍ତମାନର ସଂଖ୍ୟା ନିଶ୍ଚିତ କରେ ଯେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡୋନାଲ୍ଡ ​​ଟ୍ରମ୍ପ ତାଙ୍କର ଲୋକପ୍ରିୟତା ହରାଇଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: