Tomato Price / ଯୁଦ୍ଧ ପାଇଁ ହାହାକାର; UAEରେ କନ୍ଦାଉଛି ପିଆଜ; ଟମାଟୋ କେଜିକୁ ୨୫୦ ଟଙ୍କା
·6 months ago·2 min read

Key Points
କ୍ଷେତ୍ରୀୟ ସଂକଟର ବଡ଼ ପ୍ରଭାବ ଦୁଇ ଦିନ ହେଲା ଦେଖିବାକୁ ମିଳିଛି । ଦୈନନ୍ଦିନ ରୋଷେଇରେ ବ୍ୟବହୃତ ଟମାଟୋ-ପିଆଜ ଭଳି ପରିବାର ଦର ଅଚାନକ ଆକାଶ ଛୁଆଁ ହୋଇଛି ।
ନୂଆଦିଲ୍ଲୀ: ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ, ପ୍ରଭାବିତ ଅନେକ ଦେଶ । ହର୍ମୁଜ ପ୍ରଣାଳୀ ଦେଇ ତୈଳବାହୀ ଜାହାଜ ଯିବା ଆସିବା ଉପରେ ପ୍ରତିବନ୍ଧକ ବିଭିନ୍ନ ଦେଶକୁ ସଂକଟ ଆଡ଼କୁ ଟାଣି ନେଇଛି । ସାରା ଦୁନିଆରେ ଉତ୍ତେଜନା ଲାଗି ରହିଥିବା ବେଳେ ୟୁଏଇରେ ଦରବୃଦ୍ଧି ଜନତାଙ୍କ ମେରୁଦଣ୍ଡ ଭାଙ୍ଗିଲାଣି । ବିଶେଷକରି ଟମାଟୋ ଓ ପିଆଜ ଦର ବୃଦ୍ଧି ଲୋକଙ୍କ ପକେଟକୁ ବାଧୁଛି ।
ୟୁଏଇ (UAR)ର ଅର୍ଥ ମନ୍ତ୍ରଣାଳୟ ଅନୁସାରେ, କ୍ଷେତ୍ରୀୟ ସଂକଟର ବଡ଼ ପ୍ରଭାବ ଦୁଇ ଦିନ ହେଲା ଦେଖିବାକୁ ମିଳିଛି । ଦୈନନ୍ଦିନ ରୋଷେଇରେ ବ୍ୟବହୃତ ଟମାଟୋ-ପିଆଜ ଭଳି ପରିବାର ଦର ଅଚାନକ ଆକାଶ ଛୁଆଁ ହୋଇଛି । ଖଲିଜ ଟାଇମ୍ସ ରିପୋର୍ଟ ଅନୁସାରେ, ୟୁଏଇର ସୁପରମାର୍କେଟ୍ରେ କେଜିଏ ଟମାଟୋ ୧୦ ଦିହରମ (ପ୍ରାୟ ୨୫୦ ଟଙ୍କା) ପହଞ୍ଚିଛି । ଯାହାକି ପୂର୍ବରୁ କେଜି ପିଛା ପ୍ରାୟ ୫ ଦିହରମ ଥିଲା ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ମଧ୍ୟରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
କନ୍ଦାଇଲାଣି ପିଆଜ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇରାନ ଯୁଦ୍ଧରେ କେବଳ ଟମାଟୋ ଦର ବଢ଼ିନି ବରଂ ଲୋକଙ୍କୁ ପିଆଜ କନ୍ଦାଇବା ଆରମ୍ଭ କରିଛି । ଗତ ସପ୍ତାହରେ ପିଆଜ କେଜି ପିଛା ଦର ୪ ଦିହରମ ଥିଲା । ଯାହାକି ଏବେ ବଢ଼ି ୭ ଦିହରମ (ପ୍ରାୟ ୧୭୫ ଟଙ୍କା)କୁ ବୃଦ୍ଧି ପାଇଛି । ପିଆଜ, ଟମାଟୋ ସହ ଅନ୍ୟ ଫଳ ଓ ପରିବା ଦର ବଢ଼ିଛନ୍ତି ସ୍ଥାନୀୟ ଲୋକେ କହିଛନ୍ତି ।
ଦୁବାଇ ବାସିନ୍ଦା ଅବଦୁଲ୍ଲା କହିଛନ୍ତି, "ମଧ୍ୟପ୍ରାଚ୍ୟ ଅଶାନ୍ତି ଆରମ୍ଭରୁ ବଜାରରେ ବିଭିନ୍ନ ସାମଗ୍ରୀର ଦର ସାମାନ୍ୟ ବଢ଼ିଥିବା ନଜର ଆସିଥିଲା । ଏବେ କିନ୍ତୁ ସମସ୍ତ ଫଳ ଓ ପରିବାର ଦର ହଠାତ୍ ଅହେତୁକ ବୃଦ୍ଧି ପାଇଛି ।"
ବିଭିନ୍ନ ଦୈନନ୍ଦିନ ସାମଗ୍ରୀର ଦର ହଠାତ୍ ବଢ଼ିବା ଖବର ଆସିବା ପରେ UAE ଅର୍ଥବ୍ୟବସ୍ଥା ମନ୍ତ୍ରଣାଳୟ ପଦକ୍ଷେପ ନେଇଛି । ଆର୍ଥିକ ବିକାଶ ବିଭାଗ ସ୍ଵତନ୍ତ୍ର ନୀରିକ୍ଷଣ ଦଳକୁ ମୁତୟନ କରିଛି । ଏହି ଦଳ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ରୋକିବା ଉପରେ ଦୃଷ୍ଟି ହେବ ।
ଏଥିସହ ପଢ଼ନ୍ତୁ: ବନ୍ଦ ହେବନି ମଧ୍ୟପ୍ରାଚ୍ୟ ଯୁଦ୍ଧ…”ରକ୍ତପାତର ପ୍ରତିଶୋଧ ନିଆଯିବ”
ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, "ମନ୍ତ୍ରୀ ନିଜେ ଟମାଟୋ, ପିଆଜ ଆଦି ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ସ୍ଵୀକାର କରିଛନ୍ତି ଏବଂ ଦର ଉପରେ ମନ୍ତ୍ରଣାଳୟ ନଜର ରଖିଛି । ଏଥିସହ ଦରବୃଦ୍ଧି ପାଇଥିବା ସାମଗ୍ରୀର ଆମଦାନୀ କରାଯାଉଛି, ଫଳରେ ଦରଦାମ ନିଶ୍ଚିତ ଭାବେ କମ୍ ହେବ ।"
ଅନୁମତି ବିନା ବଢ଼ିବନି ଦାମ
ଦରବୃଦ୍ଧି ଭିତରେ UAEର ସରକାର ଖାଇବା ତେଲ, ଅଣ୍ଡା, କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ, ଚାଉଳ, ଚିନି, କୁକୁଡ଼ା ପାଳନ, ଡାଲି, ରୋଟି ଓ ଗହମ ଆଦି ସାମଗ୍ରୀର ମୂଲ୍ଯ ନିର୍ଦ୍ଧାରଣ ଉପରେ ନିଷ୍ପତ୍ତି ନେଇଛନ୍ତି । ଏହି ଖାଦ୍ୟ ସାମଗ୍ରୀ ଗୁଡ଼ିକର ମୂଲ୍ୟ ମନ୍ତ୍ରଣାଳୟର ସ୍ଵୀକୃତି ବିନା ବୃଦ୍ଧି କରାଯାଇ ପାରିବ ନାହିଁ ।

Related Topics
Explore more stories