Videos
|
International

Middle East War / ବନ୍ଦ ହେବନି ମଧ୍ୟପ୍ରାଚ୍ୟ ଯୁଦ୍ଧ…”ରକ୍ତପାତର ପ୍ରତିଶୋଧ ନିଆଯିବ”

Ritu Das
Browse all articles by Ritu Das
·6 months ago·2 min read
ବନ୍ଦ ହେବନି ମଧ୍ୟପ୍ରାଚ୍ୟ ଯୁଦ୍ଧ…”ରକ୍ତପାତର ପ୍ରତିଶୋଧ ନିଆଯିବ”
India

Key Points

ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମନେଇ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେ “ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବେ।”
ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମନେଇ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେ “ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବେ।” ସେ ପିଲାମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ କିଛି ମଧ୍ୟ ଭୁଲି ନାହାନ୍ତି। ଜଣ ଜଣଙ୍କ ମୃତ୍ୟୁର ବଦଲା ନିଆଯିବ। କାହାକୁ ଛଡ଼ାଯିବନି। ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ହରମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ବିଶ୍ୱ ତୈଳ ସଙ୍କଟ ଜାରି ରହିବ।

ଏହାସହ ସେ କହିଛନ୍ତି କି ବାପାଙ୍କ ମୃତ୍ୟୁର ବଦଲା ନ ନେଲା ଯାଏଁ, ଏଯୁଦ୍ଧ ଜାରି ରହିବ। ମୁଜତାବା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସାମରିକ ଘାଟି ଖାଲି କରିବାକୁ ପଡିବ। ସେ କହିଛନ୍ତି, “ଏହା ନହେବା ପର୍ଯ୍ୟନ୍ତ ଆମେ ଆକ୍ରମଣ ଜାରି ରଖିବୁ।” ମୋଜତବା ହେଉଛନ୍ତି ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସୟଦ ଆୟାତୋଲ୍ଲା ଅଲି ଖାମନେଇଙ୍କ ପୁଅ, ଯାହାକୁ ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁ ନଥିଲେ ଯେ ଖାମନେଇଙ୍କୁ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ନିଯୁକ୍ତ କରାଯାଉ। ଇରାନର ନୂତନ ସର୍ବୋଚ୍ଚ ନେତା ହେବା ପରେ ଏହା ମୋଜତାବାଙ୍କ ପ୍ରଥମ ବାର୍ତ୍ତା, ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ଶୀଘ୍ର ଶେଷ ହେବ ନାହିଁ। ଯାହାକି ସାରା ବିଶ୍ବରେ ଯୁଦ୍ଧ ସଙ୍କଟକୁ ଆହୁରୀ ବଢାଇ ଦେଇଛି।

ଗତ 15 ଦିନ ଧରି, ଏହି ମଧ୍ୟପ୍ରାଚ୍ୟ ଯୁଦ୍ଧ ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସ ମୂଲ୍ୟକୁ ଆକାଶଛୁଆଁ କରିଛି। ତୈଳ ଏବଂ ଗ୍ୟାସ ସଙ୍କଟ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ମୋଜତବାଙ୍କ ଘୋଷଣା ବିଶ୍ୱକୁ ଆହୁରି ଚିନ୍ତିତ କରିଛି।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର, ଶାନ୍ତି ପାଇଁ ୩ଟି କଠୋର ସର୍ତ୍ତ ରଖିଲା ଇରାନ


ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଥମିବାର ନାଁ ଧରୁନି । ଆଉ ଏହାର ପ୍ରଭାବ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତିରେ ପଡ଼ିଛି । କାରଣ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଫଳରେ ଅଶୋଧିତ ତୈଳ, ଗ୍ୟାସ୍‌, ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଣରେ ବାଧା ଦେଖିବାକୁ ମିଳୁଛି । ଯଦି ଏହି ଯୁଦ୍ଧ ଜାରି ରହେ, ତାହେଲେ ଏହା ସିଧାସଳଖ ଶକ୍ତି ବଜାର, ଜାହାଜ ପରିବହନ ମାର୍ଗ, ମୁଦ୍ରାସ୍ଫୀତି ଏବଂ ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହାରି ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ୩ଟି ସର୍ତ୍ତ ରଖିଛି ଇରାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ End of the line ବୟାନ ପରେ ବିଶ୍ୱ ଯେତେବେଳେ ଏକ ବଡ଼ ପରମାଣୁ ଯୁଦ୍ଧ ଆଶଙ୍କାରେ ଥରି ଉଠୁଛି, ସେତିକି ବେଳେ ଇରାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଇରାନ କହିଛି, ଯଦି ଆମେରିକା ଏବଂ ଇସ୍ରାଏଲ୍ ଶାନ୍ତି ଚାହୁଁଛନ୍ତି, ତେବେ ସେମାନଙ୍କୁ ଇରାନର ୩ଟି କଠୋର ସର୍ତ୍ତ ମାନିବାକୁ ପଡ଼ିବ ।