Videos
|
Business

UPI Transaction Fees / ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟରେ ଦେବାକୁ ପଡ଼ିବ ଶୁଳ୍କ; ସଂସଦରେ ଆସିଲା ବିଲ୍

Sushanta Sahoo
Browse all articles by Sushanta Sahoo
·50 mins ago·2 min read
୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟରେ ଦେବାକୁ ପଡ଼ିବ ଶୁଳ୍କ; ସଂସଦରେ ଆସିଲା ବିଲ୍
Will You Pay Extra for UPI?

Key Points

ଭାରତରେ ମାଗଣା UPI ପେମେଣ୍ଟ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । କେନ୍ଦ୍ର ସରକାର ସଂସଦରେ 'ପେମେଣ୍ଟ ଆଣ୍ଡ୍ ସେଟଲମେଣ୍ଟ ସିଷ୍ଟମ ଆକ୍ଟ'ରେ ପ୍ରସ୍ତାବ ରଖିଛନ୍ତି ।
ନୂଆଦିଲ୍ଲୀ: ଆଉ ମାଗଣା ରହିବନି UPI କାରବାର । ଭାରତରେ ମାଗଣା UPI ପେମେଣ୍ଟ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । କେନ୍ଦ୍ର ସରକାର ସଂସଦରେ 'ପେମେଣ୍ଟ ଆଣ୍ଡ୍ ସେଟଲମେଣ୍ଟ ସିଷ୍ଟମ ଆକ୍ଟ'ରେ ପ୍ରସ୍ତାବ ରଖିଛନ୍ତି ।

ଯାହା ଫଳରେ ଆଗାମୀ ଦିନରେ UPI ଦେଣନେଣରେ ଶୁଳ୍କ ଲାଗିପାରେ । କିଛି ବିଶେଷ ଦେଣନେଣରେ ମର୍ଚ୍ଚାଣ୍ଟ ଚାର୍ଜ ଲାଗୁ ହୋଇପାରେ । ବର୍ତ୍ତମାନ ସୁଦ୍ଧା କୌଣସି ଦେୟକୁ ଅନୁମୋଦନ କରାଯାଇନାହିଁ । କିନ୍ତୁ ପ୍ରସ୍ତାବରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ରହିଛି ।

ଏଥିସହ ପଢ଼ନ୍ତୁ: 'ବୀମା ନାହିଁ ତ, ତେଲ ନାହିଁ'; ଆଉ କେଉଁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ ? 

ଦୀର୍ଘ ଦିନରୁ ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମ ବୃଦ୍ଧି ପାଇଁ ଏହାର ଦାବି ହୋଇ ଆସୁଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ସଂସଦରେ ଆଗତ ପ୍ରସ୍ତାବ ଅନୁସାରେ, ତତ୍‌କ୍ଷଣାତ୍ କୌଣସି ଶୁଳ୍କ ଲାଗୁ କରାଯିବ ନାହି । ଏହା ପରିବର୍ତ୍ତେ ସରକାର ଏକ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି । ଫଳରେ MDR ଲାଗୁ ନେଇ ନିଷ୍ପତ୍ତି ନିଆଯାଇ ପାରିବ ।

ରିପୋର୍ଟ ଅନୁସାରେ, କେଉଁ କ୍ଷେତ୍ରରେ କେତେ ଟଙ୍କା ଦେଣନେଣ କଲେ କେତେ ଫି ଲାଗିବ ସେନେଇ ଅଧିକାରୀ ଆଲୋଚନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ଉପରେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି ।

ବାର୍ଷିକ ଦେଢ଼ କୋଟି ଆୟରେ ଲାଗିବ ଶୁଳ୍କ ?

ପ୍ରସ୍ତାବରେ ୨ ହଜାର ଟଙ୍କାରୁ ଅଧିକ UPI ଦେଣନେଣ ଉପରେ ୦.୩ ପ୍ରତିଶତରୁ ନେଇ ୦.୫ ପ୍ରତିଶତ ପର୍ଯ୍ୟନ୍ତ MDR ଲାଗୁ କରିବାକୁ ବିଚାର ଚାଲିଛ । ବ୍ୟବସାୟୀଙ୍କ ବାର୍ଷିକ ଆୟ ୧.୫ କୋଟିରୁ ଅଧିକ ଥିବା କ୍ଷେତ୍ରରେ ଏହା ଲାଗୁ ହେବା ଆଶା କରାଯାଉଛି ।

ଏହାର ଅର୍ଥ ହେଉଛି, ୨ ହଜାର ଟଙ୍କାର ଅଧିକ କିଣାକିଣି କଲେ ଆଗାମୀ ଦିନରେ ଗ୍ରାହକଙ୍କୁ ଅତିରିକ୍ତ କିଛି ଟଙ୍କା ଦେବାକୁ ପଡ଼ିପାରେ । ଯେତେବେଳେ କି କ୍ଷୁଦ୍ର ବ୍ୟବସାୟୀ ପୂର୍ବ ଭଳି UPI କାରବାର ମାଗଣାରେ କରିପାରିବେ ।

MDR ଫି' କ'ଣ ?

MDR ହେଉଛି ଏକ ଫି, ଯାହାକି ବ୍ୟବସାୟୀ ଡିଜିଟାଲ୍ ପେମେଣ୍ଟ ପ୍ରୋସେସ୍ କରିବା ଲାଗି ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରକୁ ଦେଇଥାନ୍ତି । ପୂର୍ବରୁ କାର୍ଡ ପେମେଣ୍ଟ ଉପରେ ବ୍ୟବସାୟୀ ପ୍ରୋସେସିଂ ଫି ଦେଉଛନ୍ତି ।

ଏଥିସହ ପଢ଼ନ୍ତୁ: ସରକାର ବିକ୍ରି କରୁଛନ୍ତି ଫ୍ଲୋର ପ୍ରାଇସ୍ ସହ 6.5% ଅଂଶଧନ: LICରେ ଅଂଶୀଦାର ପାଇଁ ବଡ଼ ସୁଯୋଗ 

ପ୍ରାୟତଃ କ୍ରେଡିଟ୍ କାର୍ଡ ଦେଣନେଣ ଉପରେ ୧.୫ ପ୍ରତିଶତ ନିଆଯାଉଛି । ବର୍ତ୍ତମାନ UPIରେ ଏଭଳି ଚାର୍ଜ ନିଆ ଯାଉନାହିଁ । ଦୁନିଆରେ UPI ହେଉଛି ସବୁଠୁ ବଡ଼ ରିୟଲ୍ ଟାଇମ୍ ପେମେଣ୍ଟ ନେଟୱର୍କ । ଜୁଲାଇ ମାସରେ UPI ଜରିଆରେ ୨୩.୬ ଅରବ ମୂଲ୍ୟର ଦେଣନେଣ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: