Videos
|
Business

Vegetable Price Hike / ପରିବା ଦରରେ ନିଆଁ; ମହଙ୍ଗା ମାଡ଼ରେ ଘାଇଲା ଖାଉଟି

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ପରିବା ଦରରେ ନିଆଁ; ମହଙ୍ଗା ମାଡ଼ରେ ଘାଇଲା ଖାଉଟି
Vegetable Price Hike

Key Points

ଆକାଶ ଛୁଆଁ ପରିବା ଦର
ଯାହାକୁ ହାତ ମାରିଲେ ୮୦ରୁ ୧୦୦
ବର୍ଷାର କରାଳ ରୂପରେ ପନିପରିବା ଦର ଆକାଶ ଛୁଆଁ । ବଜାର ଗଲେ ଡରାଉଛି ପରିବା ଦର । ଲଗାଣ ବର୍ଷାର ପ୍ରଭାବ ପରିବା ବଜାର ଉପରେ ପଡ଼ିଛି । ଆଉ ଏବେ ହାଣ୍ଡିଶାଳ ଉପରେ ଏହାର ସିଧା ମାଡ଼ ଦେଖିବାକୁ ମିଳିଛି । କେଜି ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଘଟିଛି । ବିଶେଷକରି କଞ୍ଚା ପରିବା ଦରରେ ସତେ ଯେପରି ନିଆଁ ଲାଗିଛି । ଝୁଡଙ୍ଗଠୁ ଆରମ୍ଭ କରି ବାଇଗଣ, ପୋଟଳ, କଲରା ସବୁର ଦର ଉପରମୁହାଁ ।

ଯାହାକୁ ହାତ ମାରିଲେ ୮୦ରୁ ୧୦୦ । ସାଧାରଣ ପରିବାର ପାଇଁ ମୁଣ୍ଡ ବୋଝର କାରଣ ପାଲିଟିଛି । ବାଇଗଣ, ଭେଣ୍ଡି, ପୋଟଳ, ଝୁଡ଼ଙ୍ଗ, ବିନ ଯାହାର ଦର ଖୋଲା ବଜ଼ାର ନାହିଁ ନ ଥିବା ଦର । ଭୁବନେଶ୍ବର ଓ କଟକରେ କିଲୋ ପିଛା ବାଇଗଣ ୮୦ରୁ ୧୦୦, ଭେଣ୍ଡି ୮୦,ଜହ୍ନି ୬୦, କଲରା ୮୦, ଝୁଡଙ୍ଗ ୮୦, ପୋଟଳ ୮୦ରୁ ୧୦୦, ଟମାଟୋ ୩୦, ଅମୃତଭଣ୍ଡା ୪୦, ଫୁଲକୋବି ୬୦ରୁ ୮୦, ବନ୍ଧାକୋବି ୪୦ରୁ ୫୦, ବିନ୍ସ ୧୪୦ ବିକ୍ରି ହେଉଛି । ବ୍ୟବସାୟୀଙ୍କ କହିବା କଥା ବର୍ଷା ଓ କିଛି ଅଞ୍ଚଳରେ ବନ୍ୟାପାଣି ମାଡିଯିବାରୁ ଏବେ ସ୍ଥାନୀୟ ଫସଲ ନଷ୍ଟ ହୋଇଯାଇଛି ।

  • ମୁଣ୍ଡରେ ହାତ ଦେଲେଣି ଚାଷୀ
ଜଳ ସମ୍ପଦ ବିଭାଗ ସୂଚନାନୁଯାୟୀ ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଧିରେଧିରେ ବାଙ୍କୀର ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟାଜଳ ପ୍ରବେଶ କରିଛି । ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା ଶହ ଶହ ହେକ୍ଟର ପରିବା ଫସଲ ନଷ୍ଟ ହେବାକୁ ବସିଛି । ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ପରିବା ଫସଲ କରିଥିବା ଚାଷୀମାନେ କଞ୍ଚା ପରିବା ଭେଣ୍ଡି, କାକୁଡି, ଝୁଡ଼ଙ୍ଗ ସବୁ ତୋଳି ଆଣୁଛନ୍ତି । କାରଣ ବନ୍ୟାପାଣି ମାଡିଗଲେ ୩ରୁ ୪ଦିନ ପର୍ଯ୍ୟନ୍ତ ରହିବ । ଫଳରେ ଫସଲ ସବୁ ନଷ୍ଟ ହୋଇଯିବାର ଆଶଙ୍କା କରିଛନ୍ତି ଚାଷୀ ।

ତେଣୁ ଫସଲ ପାକଳ ହୋଇନଥିବା ବେଳେ ତୋଳି ଆଣୁଛନ୍ତି ଚାଷୀ।କାକୁଡି, ଭେଣ୍ଡି, ପୋଟଳ, ଜହ୍ନି ଭଳି ଫସଲ କିଆରୀରେ ବନ୍ୟା ପାଣି ମାଡିଗଲେ ଫସଲ ପଚି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେଣୁ ପାଥପୁର ପଞ୍ଚାୟତ କଇଁମୁଣ୍ଡି ଅଞ୍ଚଳର ଅନେକ ଚାଷୀ କଞ୍ଚା ଫସଲ ତୋଳି ଆଣି କମ ଦାମରେ ବଜାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ କରଜ କରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: