Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ପାଇଁ ବୁକ ହୋଇଥିଲା ୧୭ କୋଟିର ପ୍ରାସାଦ; ପ୍ରେମୀ ସହ ମିଶି ଭାବି ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେଲେ ପତ୍ନୀ

Crime

Ketan Agarwal Siya Goel Case / ବିବାହ ପାଇଁ ବୁକ ହୋଇଥିଲା ୧୭ କୋଟିର ପ୍ରାସାଦ; ପ୍ରେମୀ ସହ ମିଶି ଭାବି ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେଲେ ପତ୍ନୀ

Subhramjit Ray
Browse all articles by Subhramjit Ray
·2 hours ago·3 min read
ବିବାହ ପାଇଁ ବୁକ ହୋଇଥିଲା ୧୭ କୋଟିର ପ୍ରାସାଦ; ପ୍ରେମୀ ସହ ମିଶି ଭାବି ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେଲେ ପତ୍ନୀ
Lohagarh Fort murder case

Key Points

ଯୁବ ବ୍ୟବସାୟୀ କେତନ ବିଶାଲ ଅଗ୍ରୱାଲ ୪୦୦ ଫୁଟ ଗଭୀର ଗର୍ତ୍ତରେ ପଡ଼ିଯିବା ଘଟଣାରେ ଜାରି ରହିଛି ପୋଲିସ ତଦନ୍ତ।
Ketan Vishal Agarwal Pune Case: ମଧ୍ୟ ପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣା ସମ୍ପର୍କରେ ଜାଣିଥିବେ। କିପରି ତାଙ୍କ ପତ୍ନୀ ସୋନମ ତାଙ୍କର ହତ୍ୟା ଷଡଯନ୍ତ୍ର ରଚିଥିଲେ। ସଦ୍ୟ ମହାରାଷ୍ଟ୍ରର ପୁଣେରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ସହ ପ୍ରସିଦ୍ଧ ଲୋହାଗଡ଼ ଦୁର୍ଗ ପରିଦର୍ଶନ କରିବାକୁ ଯାଇଥିବା ଯୁବ ବ୍ୟବସାୟୀ କେତନ ବିଶାଲ ଅଗ୍ରୱାଲ ୪୦୦ ଫୁଟ ଗଭୀର ଗର୍ତ୍ତରେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଏବେ ଏହି ଘଟଣାରେ ଆସିଛି ଏକ ନୂଆ ମୋଡ଼।ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୁଣେ ପୋଲିସ ମଙ୍ଗଳବାର କହିଛି ଯେ କେତନଙ୍କୁ ତାଙ୍କ ଭାବି ପତ୍ନୀ ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ଗଭୀର ଗର୍ତ୍ତ ଭିତରକୁ ଠେଲି ଦେଇଥିଲେ। ସେମାନେ ଏହି ଘଟଣାକୁ ଏକ ଦୁର୍ଘଟଣା ଭାବରେ ଉପସ୍ଥାପିତ କରିଥିଲେ। ପୋଲିସ ଏହି ଘଟଣାରେ କେତନଙ୍କ ଭାବି ପତ୍ନୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ପୁଣେ ପୋଲିସ ହତ୍ୟା ଆଧାରରେ ତଦନ୍ତ ଆରମ୍ଭ କରିଛି।

ନଭେମ୍ବରରେ ହୋଇଥାନ୍ତା କେତନଙ୍କ ବିବାହ
କୁହାଯାଉଛି ଯେ କେତନ ଅଗ୍ରୱାଲଙ୍କ ବିବାହ ଆସନ୍ତା ନଭେମ୍ବର ମାସରେ ହୋଇଥାନ୍ତା। ଯେଉଁଥିପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଗତ ଜୁନ ୧୮ ତାରିଖରେ ଥିଲା ତାଙ୍କର ଜନ୍ମଦିନ। ଏହି ଅବସରରେ ସେ ସେ ତାଙ୍କ ଭାବି ପତ୍ନୀ ଏବଂ ସାଙ୍ଗଙ୍କ ସହ ଲୋହାଗଡ଼ ଦୁର୍ଗ ବୁଲିବାକୁ ଆସିଥିଲେ। ଯେତେବେଳେ କେତନ୍ ଦୁର୍ଗରେ ଫଟୋ ଉଠାଉଥିଲେ ସେତେବେଳେ ସେ ପ୍ରାୟ ୪୦୦ ଫୁଟ ଗଭୀର ଗର୍ତ୍ତରେ ଖସି ପଡ଼ିଥିଲେ। ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ଜଣା ପଡ଼ିଥିଲେ ପ୍ରବଳ ପବନ ମଧ୍ୟରେ ସନ୍ତୁଳନ ହରାଇବା ହେତୁ ସେ ଏହି ଖାଲରେ ପଡ଼ିଯାଇ ଥାଇପାରନ୍ତି। ହେଲେ ଯେତେବେଳେ ପୋଲିସ ତଦନ୍ତ ଆଗକୁ ବଢିଥିଲା, ଏହାର ସପ୍ତାହେ ପରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଥିଲା। ତଦନ୍ତ ବେଳେ ପୋଲିସ ଏପରି କିଛି ପ୍ରମାଣ ପାଇଥିଲା ଯାହା କେତନଙ୍କୁ ତାଙ୍କ ଭାବି ପତ୍ନୀ ଏବଂ ତାଙ୍କ ବନ୍ଧୁଙ୍କ ଦ୍ୱାରା ତାଙ୍କୁ ୪୦୦ ଫୁଟ ଗଭୀର ଗର୍ତ୍ତକୁ ଠେଲି ଦେଇଥିବାର ସନ୍ଦେହକୁ ଦୃଢୀଭୂତ କରିଥିଲା।

କିପରି ବଢିଥିଲା ପୋଲିସ ସନ୍ଦେହ?
ଘଟଣାସ୍ଥଳ ପରିଦର୍ଶନ କରିବା ଏବଂ ବୈଷୟିକ ବିବରଣୀକୁ ଅତି ନିକଟରୁ ଅନୁଧ୍ୟାନ କରିବା ପରେ ପୋଲିସ ସନ୍ଦେହ ବଢିବାରରେ ଲାଗିଥିଲା। ମୋବାଇଲ୍ ଡାଟା, କଲ୍ ରେକର୍ଡ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ଜେରା କରିବା ପରେ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଥିଲା। ପରେ ଏହି ସନ୍ଦେହ ଘନୀଭୂତ ହୋଇଥିଲା। ଏହି ଘଟଣା କୌଣସି ଦୁର୍ଘଟଣା ନୁହେଁ ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇପାରେ। ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ କେତନଙ୍କ ପାଖରେ ଥିବା ସମୟରେ ତାଙ୍କ ଭାବି ପତ୍ନୀ ତାଙ୍କୁ ପଛ ପଟରୁ ଠେଲି ଦେଇଥିଲେ। ଯେଉଁଥିପାଇଁ ସେ ପ୍ରାୟ ୪୦୦ ଫୁଟ୍ ଗଭୀରତାର ଗର୍ତ୍ତରେ ଖସି ପଡ଼ିଥିଲେ। ଏହା ପରେ ପୋଲିସ ତାଙ୍କ ଭାବି ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କୁ ଅଟକ ରଖିଥିଲେ। ହତ୍ୟା ପଛରେ ପ୍ରକୃତ ଉଦ୍ଦେଶ୍ୟ କ'ଣ ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ବାହାଘର ପାଇଁ ଉଦୟପୁରରେ ବୁକ ହୋଇଥିଲା ରାଜପ୍ରାସାଦ
ପୁଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏବେ ଭାବି ପତ୍ନୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ହତ୍ୟା ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମାମଲାର ଅନୁସନ୍ଧାନ କରାଯାଉଛି। ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ବାହାଘର ପାଇଁ ଉଭୟ ପରିବାର ରାଜସ୍ଥାନର ଉଦୟପୁରରେ ୧୭ କୋଟି ଟଙ୍କାରେ ଏକ ରାଜପ୍ରାସାଦ ବୁକିଂ କରିଥିଲେ। ବିବାହରେ ଯୋଗ ଦେବାକୁ ଆସୁଥିବା ଅତିଥିଙ୍କୁ ନେବା ଆଣିବା କରିବା ପାଇଁ ଦୁଇଟି ବିମାନ ମଧ୍ୟ ବୁକ୍ ହୋଇଥିଲା। ହେଲେ କେତନଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକ ଖେଳିଯାଇଛି। ଏହି ଘଟଣା ପରେ ବହୁ ଉଦ୍ୟମ ପରେ କେତନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କିପରି ହୋଇଥିଲା ଯୋଜନା?
ପୋଲିସ ସୂଚନା ଅନୁଯାୟୀ ସିୟା ଗୋୟଲ, କେତନ ଅଗ୍ରୱାଲଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ସେ ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତେଣୁ ସେ କେତନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେ ତାଙ୍କର ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇଥିଲେ। ଏହା ପରେ କେତନଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଟ୍ରେକିଂ ପାଇଁ ଲୋହାଗଡ] ନିଆଯାଇଥିଲା। ସେ ସୁଯୋଗ ପାଇବା ମାତ୍ରେ ତାଙ୍କ ବନ୍ଧୁଙ୍କ ସହୟତାରେ କେତନକୁ ଏକ ଗଭୀର ଖାଲକୁ ଠେଲି ଦେଇଥିଲେ। କେତନ ଖାଲରେ ପଡିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଣେ ପୋଲିସ କହିଛି ଯେ ବର୍ତ୍ତମାନ କେତନଙ୍କ ଭାବି ପତ୍ନୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜେରା କରାଯାଉଛି। ଜେରା ଶେଷ ହେବା ପରେ ଏହି ମାମଲାରେ କିଛି ବଡ ଖୁଲାସା ହୋଇପାରେ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored