Child Murdered in MP / ମାଆ ସାମ୍ନାରେ ୫ ବର୍ଷର ଶିଶୁର କାଟିଦେଲା ମୁଣ୍ଡ, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗାଁ ଲୋକ

Key Points
ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ମାଆ ସାମ୍ନାରେ ୫ ବର୍ଷର ଶିଶୁର ମୁଣ୍ଡ କାଟିଦେଲା ଅଭିଯୁକ୍ତ । ଗାଁ ଲୋକ ଅଭିଯୁକ୍ତ ପିଟିପିଟି ମାରିଦେଲେ ।
ଘରେ ମାଆ ସାମ୍ନାରେ ଖେଳୁଥିଲା ୫ ବର୍ଷର ଶିଶୁ । ଏତିକି ବେଳେ ଜଣେ ଯୁବକ ଘର ଭିତରକୁ ପଶିଲା ଆଉ କେହି କିଛି ବୁଝିବା ପୂର୍ବରୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ମହେଶ ନାମକ ଜଣେ ବ୍ୟକ୍ତି ଏକ ବାଇକ୍ ଯୋଗେ ଆସି କାଳୁ ସିଂଙ୍କ ଘରେ ପଶିଥିଲେ । ତେବେ କାଳୁ ସିଂହଙ୍କ ପରିବାର ମହେଶକୁ ପୂର୍ବରୁ କେବେ ଦେଖିନଥିଲେ । ତେବେ ପରିବାର ଲୋକ କିଛି ବୁଝିବା ପୂର୍ବରୁ ସେଠାରେ ଖେଳୁଥିବା ୫ ବର୍ଷ ନାବାଳକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।
ତେବେ ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ଖସି ଯିବାକୁ ଚେଷ୍ଟା କରୁଥିଲେ ମହେଶ । କିନ୍ତୁ ଗାଁ ଲୋକମାନେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଆଉ ତା ପରେ ଅଭିଯୁକ୍ତ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ । ତେବେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହେଶକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । କିନ୍ତୁ ରାସ୍ତାରେ ହିଁ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ
ସେପଟେ ଏହି ଘଟଣା ପରେ ଧାର ଏସପି ମୟଙ୍କ ଅବସ୍ଥି କହିଛନ୍ତି ଯେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ପାଞ୍ଚ ବର୍ଷର ଶିଶୁକୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୋବାଟର ଭାଗଡି ଗାଁର ବାସିନ୍ଦା ମହେଶ ନାମକ ଜଣେ ବ୍ୟକ୍ତି ଏହି ହତ୍ୟା କରିଛନ୍ତି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମହେଶ ଆଲିରାଜପୁର ଜିଲ୍ଲାର ଜୋବାଟ ବାଗଡିର ବାସିନ୍ଦା ଥିଲେ । ତାଙ୍କ ପରିବାର ପୋଲିସକୁ କହିଛନ୍ତି ଯେ ମହେଶ ମାନସିକ ରୋଗୀ ଥିଲେ ଏବଂ ଗତ ତିନି ଚାରି ଦିନ ଧରି ଘରୁ ନିଖୋଜ ଥିଲେ। ହତ୍ୟାର ଗୋଟିଏ ଘଣ୍ଟା ପୂର୍ବରୁ ସେ ନିକଟସ୍ଥ ଏକ ଦୋକାନରୁ ଜିନିଷପତ୍ର ଚୋରି କରିବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
Related Topics
Explore more stories