Videos
|
Crime

Akshitarani Death Case / ଆତ୍ମହତ୍ୟା ନୁହେଁ ହତ୍ୟା; କୀଟନାଶକ ପିଆଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମାରିଦେଲେ ଅଧ୍ୟାପକ

Sushanta Sahoo
Browse all articles by Sushanta Sahoo
·57 mins ago·2 min read
ଆତ୍ମହତ୍ୟା ନୁହେଁ ହତ୍ୟା; କୀଟନାଶକ ପିଆଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମାରିଦେଲେ ଅଧ୍ୟାପକ
Student Forced to Drink Pesticide in Telangana

Key Points

ଫିଲ୍ମର କାହାଣୀ ଭଳି କଲେଜରେ ଅଧ୍ୟାପକଙ୍କ ସହ ଛାତ୍ରୀଙ୍କ ପ୍ରେମ ହେଲା । କଲେଜ ଠିକଣା ବଦଳିବା ସହ ମନ ବି ବଦଳିଗଲା । ଆଉ ପ୍ରତିଶୋଧର ବହ୍ନିରେ ଜଳୁଥିବା ପୂର୍ବତନ ପ୍ରେମିକ ଶେଷରେ ପ୍ରେମିକାର ଜୀବନ ନେଇଗଲା ।
ହାଇଦ୍ରାବାଦ: କଲେଜରୁ ଆରମ୍ଭ କାର୍‌ରେ ଶେଷ । ଫିଲ୍ମର କାହାଣୀ ଭଳି କଲେଜରେ ଅଧ୍ୟାପକଙ୍କ ସହ ଛାତ୍ରୀଙ୍କ ପ୍ରେମ ହେଲା । କଲେଜ ଠିକଣା ବଦଳିବା ସହ ମନ ବି ବଦଳିଗଲା । ଆଉ ପ୍ରତିଶୋଧର ବହ୍ନିରେ ଜଳୁଥିବା ପୂର୍ବତନ ପ୍ରେମିକ ଶେଷରେ ପ୍ରେମିକାର ଜୀବନ ନେଇଗଲା ।

ତେଲଙ୍ଗାନାର ଜଣେ ୨୦ ବର୍ଷୀୟ ଛାତ୍ରୀ କୀଟନାଶକ ପିଇ ଆତ୍ମହତ୍ୟା କରିବା ଘଟଣାରେ ନୂଆ ମୋଡ଼ ଆସିଛି । ଛାତ୍ରୀଜଣଙ୍କ କୀଟନାଶକ ନିଜେ ପିଇ ନାହାନ୍ତି ବରଂ ତାଙ୍କୁ ଜବରଦସ୍ତି ପିଆଇ ହତ୍ୟା କରାଯାଇଛି । ପୋଲିସର ତଦନ୍ତରୁ ଏଭଳି ସାଂଘାତିକ ଖୁଲାସା ହୋଇଛି । ମାମଲାରେ ଯୁବତୀଙ୍କ ୨ ପ୍ରେମିକଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ୨୫ ବର୍ଷ ପରେ ବନ୍ଧା ହେଲା କାଳନେମି; ସନ୍ନ୍ୟାସୀ ବେଶରେ କରିଥିଲା ଆତ୍ମଗୋପନ 

ମୃତ ଯୁବତୀ ହେଉଛନ୍ତି ଅକ୍ଷିତାରାଣୀ । ନାସପୁର ସ୍ଥିତ ସିଙ୍ଗାରେନି କୋଲେରିଜ୍ ପଲିଟେକନିକରେ ଡିପ୍ଳୋମା କରିବା ବେଳେ ଅକ୍ଷିତାରାଣୀ ନବୀନ କୁମାରଙ୍କୁ ଭେଟିଥିଲେ । ନବୀନ କୁମାର ସେହି କଲେଜରେ ଅତିଥି ଅଧ୍ୟାପକ ଥିଲେ । ସମୟ ଗଢ଼ିବା ସହ ହାଇଦ୍ରାବାଦ ପଳାଇଥିଲେ ଅକ୍ଷିତାରାଣୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଇଦ୍ରାବାଦରେ ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ ପାଇଁ ଅକ୍ଷିତାରାଣୀ ଯିବା ସହ ସେଠାରେ ରବି କୁମାରଙ୍କ ସହ ଭେଟ ହୋଇଥିଲା । ପରେ ଅକ୍ଷିତାରାଣୀ ଓ ରବି କୁମାରଙ୍କ ସହ ସମ୍ପର୍କ ନିବିଡ଼ ହୋଇ ଉଠିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲା ନବୀନ । ଉଭୟଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ।

ରାସ୍ତାରେ ଅଟକାଇ କାର୍‌ରେ ନେଲା ନବୀନ

ପୋଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖରେ FCI କ୍ରସରୋଡ୍ ନିକଟରେ ଅକ୍ଷିତାରାଣୀ ଫେରିବା ବାଟରେ ନବୀନ ଅଟକାଇ ଥିଲା । ଅକ୍ଷିତାରାଣୀଙ୍କୁ ନିଜ କାର୍‌ରେ ବସାଇବା ପରେ ରବି କୁମାର ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଏକ ସାଦା କାଗଜରେ ଲେଖାଇଥିଲେ । ତାପରେ ଅକ୍ଷିତାରାଣୀଙ୍କୁ ଜବରଦସ୍ତି କୀଟନାଶକ ପିଆଇ ଦେଇଥିଲା ।

ଅକ୍ଷିତାରାଣୀ ଅସୁସ୍ଥ ହେବା ପରେ ମେଡିକାଲ୍ ନେବାରେ ବିଳମ୍ବ କରିଥିଲା ନବୀନ । ଅକ୍ଷିତାଙ୍କ ଫୋନ୍‌ରୁ ତାଙ୍କ ବାପାଙ୍କୁ କଲ୍ କରି ତାଙ୍କୁ ମେଡିକାଲ୍ ନେଉଥିବା ଜଣାଇଥିଲା । ଯେମିତି ପରିବାର ଲୋକେ ଭାବିବେ ଝିଅ ନିଜେ ଆତ୍ମହତ୍ୟା କରିଛି । ତା ପରଦିନ ହିଁ ଅକ୍ଷିତାରାଣୀ୍କ ମୃତ୍ୟୁ ଗୋଦାବରୀଖନି ସରକାରୀ ହସ୍ପିଟାଲ୍‌ରେ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ହନିଟ୍ରାପ୍‌ରେ ଫସାଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାବି! ହୋଟେଲରେ ଟଙ୍କା ନେବାବେଳେ ଧରାପଡ଼ିଲେ ମହିଳା 

ଯାହାପରେ ପୋଲିସ ସିସିଟିଭି ସହ ଫୋନ୍, କଲ୍ ରେକର୍ଡ ଏବଂ ଟେକ୍ନିକାଲ୍ ତଥ୍ୟ ଆଧାରରେ ଛାନଭିନ୍ କରି ଅକ୍ଷିତାରାଣୀଙ୍କ ମୃତ୍ୟୁ ଉପରୁ ପରଦା ଉଠାଇଛି । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନବୀନ କୁମାର (୩୮)ଙ୍କ ସହ ରବି କୁମାରଙ୍କୁ ସେପ୍ଟେମ୍ବର ୨୦ ତାରିଖରେ ଗିରଫ କରିଛି । କାର୍ ସହ ଉଭୟଙ୍କ ମୋବାଇଲ୍ ଜବତ କରିଛି ପୋଲିସ ।