Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ହତ୍ୟା ପୂର୍ବରୁ କରିଥିଲେ ରେକି; ବାଲି ବସ୍ତାରେ ଫଟୋ ରଖି ଗୁଳି କରୁଥିଲା ସଦାଶିବ

Sushanta Sahoo
Browse all articles by Sushanta Sahoo
·8 months ago·3 min read
ହତ୍ୟା ପୂର୍ବରୁ କରିଥିଲେ ରେକି; ବାଲି ବସ୍ତାରେ ଫଟୋ ରଖି ଗୁଳି କରୁଥିଲା ସଦାଶିବ

Key Points

ସୁଧାଂଶୁଙ୍କୁ ହତ୍ୟା ପୂର୍ବରୁ ରେକି କରିଥିଲା ଅଭିଯୁକ୍ତ ସଦାଶିବ । ଏପରିକି ବାରିପଟେ ବାଲି ବସ୍ତାରେ ସୁଧାଂଶୁର ଫଟୋ ରଖି ଗୁଳି ଚଳାଇ ଅଭ୍ୟାସ କରୁଥିଲା । ମାତ୍ର ୩ ଡିସିମିଲ୍ ଜାଗା ପାଇଁ ୩ ମାସ ଧରି ବନ୍ଧୁକରୁ ଗୁଳି ଚାଳନା ଅଭ୍ୟାସ କରିଥିଲା ସଦାଶିବ ।
ଭୁବନେଶ୍ଵର: ବହୁଚର୍ଚ୍ଚିତ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ମାମଲା । ବନ୍ଧା ହେଲା ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ । ସଦାଶିବକୁ ପୋଲିସ ଗିରଫ କରିବା ପରେ ସାମ୍ନାକୁ ଆସିଛି ବହୁ ଚାଞ୍ଚଲ୍ୟକର ତଥ୍ୟ । ସୁଧାଂଶୁଙ୍କୁ ହତ୍ୟା ପୂର୍ବରୁ ରେକି କରିଥିଲା ଅଭିଯୁକ୍ତ ସଦାଶିବ । ଏପରିକି ବାରିପଟେ ବାଲି ବସ୍ତାରେ ସୁଧାଂଶୁର ଫଟୋ ରଖି ଗୁଳି ଚଳାଇ ଅଭ୍ୟାସ କରୁଥିଲା । ମାତ୍ର ୩ ଡିସିମିଲ୍ ଜାଗା ପାଇଁ ୩ ମାସ ଧରି ବନ୍ଧୁକରୁ ଗୁଳି ଚାଳନା ଅଭ୍ୟାସ କରିଥିଲା ସଦାଶିବ ।

ଏମ୍ସ କର୍ମଚାରୀ ସୁଧାଂଶୁଙ୍କୁ ହତ୍ୟାର ଏକ ମାସ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ସଦାଶିବ । ଏଥିସହ ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମାସକର ଲୁଚକାଳି ପରେ ହଂସପାଳ ଅଞ୍ଚଳରୁ ସଦାଶିବକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସୁଧାଂଶୁଙ୍କୁ ହତ୍ୟା ପରେ ସାଙ୍ଗ ରାକେଶ ଖୁଣ୍ଟିଆକୁ ବନ୍ଧୁକ ଦେଇ ଫେରାର୍ ହୋଇ ଯାଇଥିଲା ସଦାଶିବ । ତେବେ ହତ୍ୟା ପାଇଁ ସେ ବନ୍ଧୁକ କେଉଁଠୁ ଆଣିଥିଲା, କାହା ପାଖରୁ ଆଣିଥିଲା ? ସେନେଇ ପୋଲିସ ପାଖରେ ସଦାଶିବ ମୁହଁ ଖୋଲି ନାହିଁ । ଆବଶ୍ୟକତା ପଡ଼ିଲେ ରିମାଣ୍ଡରେ ସଦାଶିବକୁ ଆଣି ଖୋଳତାଡ଼ କରିପାରେ ଖଣ୍ଡଗିରି ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ୍ ୩ ଏସିପି ତାପସ କୁମାର ପ୍ରଧାନ ।

ଏଥିସହ ପଢ଼ନ୍ତୁ: ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ କଥା କହିଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅକ୍ଟୋବର ୧୨ ତାରିଖରେ ସୁଧାଂଶୁ ସରକନ୍ତରା ଘରୁ ବାହାରି ଦେଉଳିପାଟଣା ଦେଇ ଏମ୍ସ ଯିବା ରାସ୍ତାକୁ ରେକି କରିଥିଲେ ଅଭିଯୁକ୍ତ । ଯେଉଁ ସ୍ଥାନ ସାମାନ୍ୟ ନିଛାଟିଆ ଆଉ ସିସିଟିଭି ନାହିଁ ସେ ସ୍ଥାନକୁ ମାର୍କ କରିଥିଲେ । ସକାଳୁ ସୁଧାଂଶୁ ଘରୁ ବାହାରିବା ପରେ ସଦାଶିବର ସହଯୋଗୀ ରାକେଶ ଖୁଣ୍ଟିଆ ଆଗେ ଆଗେ ଯାଇଥିଲା । ପୂର୍ବ ଯୋଜନା ଅନୁସାରେ, ଅଧା ରାସ୍ତାରେ ସ୍କୁଟିରେ ଛକି ବସିଥିଲା ସଦାଶିବ । ଆଉ ଯେତେବେଳେ ରାକେଶ ସିଗନାଲ ଦେଇ ସେଇ ରାସ୍ତା ଅତିକ୍ରମ କଲା ବନ୍ଧୁକ ଧରି ପ୍ରସ୍ତୁତ ହୋଇଗଲା ଅଭିଯୁକ୍ତ ସଦାଶିବ ।

ସୁଧାଂଶୁଙ୍କୁ ଦେଖିବା ମାତ୍ରେ ତିନି ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିମାଡ଼ କରିବା ପରେ ଅନ୍ୟ ଅଭିଯୁକ୍ତ ରାକେଶ ଖୁଣ୍ଟିଆକୁ ମାଉଜର ଧରାଇ ଦେଇ ସଦାଶିବ ଚମ୍ପଟ୍ ମାରିଥିଲା । ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ରାକେଶ ଖୁଣ୍ଟିଆର ଠିକଣା ପାଇଥିଲା । ଏବେ ମୁଖ୍ୟ ଅଭିଯୁକ୍ତ ସଦାଶିବ ଧରାପଡ଼ିଥିବା ବେଳେ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ପୋଲିସ ପାଖରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି ମୃତ ସୁଧାଂଶୁଙ୍କ ବାପା ମାଆ ।

ଏଥିସହ ପଢ଼ନ୍ତୁ: ୧୦୫୦ ପୋଲିସ କର୍ମଚାରୀଙ୍କୁ IT ନୋଟିସ୍; ଆୟକର ଦାଖଲରେ ଦେଇଛନ୍ତି ମିଥ୍ୟା ତଥ୍ୟ

ସୁଧାଂଶୁଙ୍କୁ ଗୁଳି କରି ହତ୍ୟା ପଛର କାରଣ ଥିଲା ମାତ୍ର ୩ ଡିସିମିଲ୍ ଜମି । ସେହି ଜମି ପାଇଁ ଦୀର୍ଘ ୭ରୁ ୮ ବର୍ଷ ହେଲା ୨ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଶେଷରେ ଜମି ପାଇଁ ଭାଇକୁ ଗୁଳି କରିଥିଲା ସାନ ଭାଇ ସଦାଶିବ ପ୍ରଧାନ । ପୋଲିସ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ସଦାଶିବର ପରିବାର ବି ସାମିଲ ଥିଲେ । ତେଣୁ ପୋଲିସ ସଦାଶିବରର ବାପା ସୁକାନ୍ତ ପ୍ରଧାନ, ଭାଇ ଛବି ପ୍ରଧାନ, ଦୁଇ ସହଯୋଗୀ ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ମାଉଜର ସହ ମୋବାଇଲ ଫୋନ ଜବତ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AIIMS Employee Murder: Mastermind Sadashiv Arrested After Practicing Shooting for Months | Argus News | Argus News