Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bihar Elections / ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ କଥା କହିଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ କଥା କହିଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ବିହାର, ଏମିତି ଏକ ରାଜ୍ୟ ଯାହା ସମୟ ସହ ଆଗକୁ ବଢ଼ୁଛି । ବିହାରକୁ ଭରସା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶ୍ଵସନୀୟ ଚେହେରା, ଯାହାଙ୍କୁ ବିହାର ବିଶ୍ଵାସ ଓ ଭରସା କରୁଛି ।

ନୂଆଦିଲ୍ଲୀ: ଯେଉଁଠି ବିନା ଭେଦଭାବରେ ବିକାଶ ହୁଏ, ସେଠି ବିଶ୍ଵସନୀୟତା ସୃଷ୍ଟି ହୁଏ । ANIକୁ ସାକ୍ଷାତକାର ଦେଇ ବିହାର ବିଧାନସଭା ନିର୍ବାଚନରେ ବିଜେପିର ପ୍ରଭାରୀ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ କଥା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "NDAର ବିଶ୍ଵସନୀୟତା ରହିଛି । ବିହାରରେ ପ୍ରାୟ ୩୦ ବର୍ଷ ହେଲା NDA ରହିଛି । ବିଗତ ୨୦ ବର୍ଷ ହେଲା ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଯେତିକି ଯୋଜନା ହୋଇଛି, ସେଥିରେ ପୂର୍ବ ଭାରତୀୟ ରାଜ୍ୟରେ ସର୍ବାଧିକ ଲାଭ ପାଇଛି ବିହାର । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟ ଲାଭାନ୍ଵିତ ହୋଇଛନ୍ତି ।"

ସେ ଆହୁରି କହିଛନ୍ତି, "ଚଳିତ ନିର୍ବାଚନରେ ୨ ବ୍ୟକ୍ତିଙ୍କ ବିଶ୍ଵସନୀୟତା ହେଉଛି ମୁଖ୍ୟ । ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵୀ ରହିବେ । କାମ ଓ ନୂତନ ଆକାଂକ୍ଷା ଅନୁସାରେ ଲୋକେ ସମର୍ଥନ କରନ୍ତି । ବିହାର, ଏମିତି ଏକ ରାଜ୍ୟ ଯାହା ସମୟ ସହ ଆଗକୁ ବଢ଼ୁଛି । ବିହାରକୁ ଭରସା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶ୍ଵସନୀୟ ଚେହେରା, ଯାହାଙ୍କୁ ବିହାର ବିଶ୍ଵାସ ଓ ଭରସା କରୁଛି । ମୋ ଭଳି ରାଜନେତା ଏଥିରେ ସହଯୋଗ କରିବା ଦ୍ଵାରା ଆମକୁ ନୂଆ ଅଭିଜ୍ଞତା ସହ ଅନେକ କିଛି ଶିଖିବାକୁ ମିଳୁଛି ।"

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ନିର୍ମାଣ ହେବ 'ସ୍ପୋର୍ଟ୍ସ ସିଟି', ଭଙ୍ଗାଯିବ ଜବାହରଲାଲ ନେହେରୁ ଷ୍ଟାଡିୟମ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାୟ ୭ରୁ ୮ ଥର ନୀତିଶ କୁମାରଙ୍କ ଆମନ୍ତ୍ରଣରେ ବିହାର ଆସିଛନ୍ତି, ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । NDAର ଔପଚାରିକ ଅଭିଯାନ ଅକ୍ଟୋବର ୨୪ରୁ ଭାରତରତ୍ନ କର୍ପୁରୀ ଠାକୁରଙ୍କ ଗାଁ ସମସ୍ତିପୁରରୁ ଆରମ୍ଭ ହୋଇଥିଲା । ଯେଉଁଥିରେ NDAର ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଚିରାଗ ପାଶୱାନ, ଜିତନରାମ ମାଞ୍ଝୀ, ଉପେନ୍ଦ୍ର କୁଶୱାହାଙ୍କ ସହ ବିହାର ବିଜେପିର ସମସ୍ତ ନେତା ଉପସ୍ଥିତ ଥିଲେ । ଏହା ଆମ ଯୋଜନାର ଅଂଶ ଥିଲା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆମେ ନିଷ୍ପତ୍ତି ନେଇଥିଲୁ ଭିନ୍ନ ଭିନ୍ନ ପ୍ରଚାର କରିବୁ । ତେବେ ଛଟ୍, ବର୍ଷା ପାଇଁ ପ୍ରଚାର ସମୟ ଟିକିଏ ସଂକୁଚିତ ହୋଇଥିଲା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, NDA ନେତାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରଚାର ଯୋଜନା ହୋଇଥିଲା ।"

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍, ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା


୧୯୯୬ରେ NDAର ଗଠନ ହୋଇଥିଲା । ୨୦୦୫ରୁ ନୀତିଶ ବାବୁ ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି । ତିନି ତିନୋଟି ବିଧାନସଭା ଓ ଲୋକସଭା ନିର୍ବାଚନ NDA ଏକାଠି ଲଢ଼ିଛି । ଭୋଟରଙ୍କ ମନରେ କୌଣସି ଦ୍ଵନ୍ଦ୍ଵ ନାହିଁ । ଭାରତୀୟ ରାଜନୀତିରେ ନୀତିଶ ବାବୁଙ୍କ ଭଳି ଥଣ୍ଡା ମସ୍ତିଷ୍କ ରାଜନେତା ବହୁତ କମ୍ ଦେଖିଛି । ନୀତିଶ କୁମାର ଜଣେ ପରିପକ୍ଵ ବ୍ୟକ୍ତିତ୍ଵ । NDA ଏକ ରାଜନୈତିକ ମଞ୍ଚ ନୁହେଁ, ଏହା ଏକ ସାମାଜିକ ମେଣ୍ଟ । NDAରେ ଅନେକ ଦଳ ରହିଛି, ଅନେକ ଭିନ୍ନତା ରହିଛି । ତଥାପି ଅନେକ ପ୍ରସଙ୍ଗରେ ଏକମତ ରହିଛୁ । ବିହାରର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏହା ୧୦୦ ପ୍ରତିଶତ ଗ୍ୟାରେଣ୍ଟିର ସୂତ୍ର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan on Bihar Elections: NDA Has Earned People’s Trust Through Development | Argus News | Argus News