Videos
|
Crime

Shocking / ମାଛ ନେବା ବାହାନାରେ ଘରେ ପଶିଲେ, ଲକ୍ଷାଧିକ ଟଙ୍କା ସହ ସହ ନେଇଗଲେ ସୁନା ଗହଣା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ମାଛ ନେବା ବାହାନାରେ ଘରେ ପଶିଲେ, ଲକ୍ଷାଧିକ ଟଙ୍କା ସହ ସହ ନେଇଗଲେ ସୁନା ଗହଣା
Robbers Strike Bhadrak House Pretending to Buy Aquarium Fish

Key Points

ଗୋଲ୍ଡଫିଶ୍ ନେବାର ବାହାନା କରି ଘର ଭିତରେ ପଶିଲେ । ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଲେ ।
ଭଦ୍ରକ: ରାତି ୯ଟାରେ ଆସିଲେ । କାଲି ହୋଟେଲ୍ ପ୍ରତିଷ୍ଠା ହେବ କହି ଆକ୍ଵାରିୟମ୍ ମାଛ ନେବେ କହିଲେ । ଗୋଲ୍ଡଫିଶ୍ ନେବାର ବାହାନା କରି ଘର ଭିତରେ ପଶିଲେ । ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଗଦଳପୁର ପଞ୍ଚାୟତ ଜୁରାଗଡ଼ିଆ ଗାଁରେ ବନ୍ଧୁକ ମୁନରେ ଡକାୟତି ହୋଇଛି ।

ସୂଚନା ଅନୁସାରେ, ଜୁରାଗଡ଼ିଆ ଗାଁର ନିରଞ୍ଜନ ଶତପଥୀ ଆକ୍ଵାରିୟମ୍ ମାଛ ବ୍ୟବସାୟ କରିଥାନ୍ତି । ଘର ନିକଟରେ ନିରଞ୍ଜନଙ୍କ ଆକ୍ଵାରିୟମ୍ ମାଛ ଫାର୍ମ ମଧ୍ୟ ରହିଛି । ସୋମବାର ରାତି ୯ଟାରେ ଜୁରାଗଡ଼ିଆ ଗାଁର ନିରଞ୍ଜନ ଶତପଥୀଙ୍କ ଘରୁ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ୪ରୁ ୫ ଜଣ ଦୁର୍ବୃତ୍ତ ନିରଞ୍ଜନଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ଲୁଟି ନେଇଛନ୍ତି ସୁନା ଗହଣା । ଗୋଲ୍ଡଫିଶ୍ ନେବାକୁ ଆସି ରାତି ୯ଟାରେ ବଡ଼ ଧରଣର ଲୁଟ୍ କରି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ରାଉରକେଲାରେ ସେକ୍ସ ରାକେଟ ଠାବ,୨ ଯୁବତୀ ଉଦ୍ଧାର, ୩ ଅଟକ 

ନିରଞ୍ଜନ ଶତପଥୀଙ୍କ କହିବା ଅନୁସାରେ, "ପ୍ରଥମେ ୨ ଜଣ ବ୍ୟକ୍ତି ଆସି ଗୋଲ୍ଡଫିଶ୍ ନେବାକୁ କହିଥିଲେ । ଭିତରକୁ ଆସି ମାଛ ଦେଖିବା ପରେ କାଲି ଆସିବୁ କହିଲେ । ଗେଟ୍ ବନ୍ଦ କରିବା ବେଳେ ଆଉ ୩ ଜଣ ଭିତରକୁ ବନ୍ଧୁକ ନେଇ ପଶି ଆସିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଡରାଇ ଗୋଟିଏ ଘରେ ବନ୍ଦ କରିଦେଲେ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମସ୍ତଙ୍କୁ ଗୋଟିଏ ଘରେ ବନ୍ଦ କରିବା ପରେ ଘରେ ଥିବା ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳେ ଘର ଲୋକ ପାଟି କରିବାରୁ ଦୁର୍ବୃତ୍ତ ଡିଆଁ ମାରିଥିଲେ । ଦୁର୍ବୃତ୍ତ ଗୋଟିଏ ବୁଲେଟ୍ ସହ ଏକ ବାଇକ୍ ବିଲ ଭିତରେ ଛାଡ଼ି ଦୌଡ଼ି ପଳାଇଛନ୍ତି ।

ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା ସସପେଣ୍ଡ 

ତେବେ ଗ୍ରାମବାସୀଙ୍କ ସାହସିକତା ଯୋଗୁଁ ଜଣେ ଦୁର୍ବୃତ୍ତ ଧରା ପଡ଼ିଛି । ଗୋଡ଼ାଇ ଗୋଡ଼ାଇ ବିଲ ଭିତରୁ ଜଣେ ଦୁର୍ବୃତ୍ତଙ୍କୁ ଧରିଛନ୍ତି ଗ୍ରାମବାସୀ । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡ଼ି ୨ଟିକୁ ପୋଲିସ ଜବତ କରି ଅନ୍ୟ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛି । 
Armed Robbery in Bhadrak: Thieves Loot Gold on Pretext of Buying Fish | Argus News | Argus News