Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ

Crime

Odia Student Raped in WB / ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ

Key Points

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ । ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍‌ କଲେଜ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ! ଗୁରୁତର ଥିବାରୁ ମେଡିକାଲ୍‌ ICUରେ ଚିକିତ୍ସାଧୀନ।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଅଞ୍ଚଳର ବୋଲି ସୂଚନା ମିଳିଛି । ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ତେବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲ ଆଇସିୟୁରେ ଭର୍ତ୍ତି ଅଛନ୍ତି ।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛାତ୍ରୀ ଜଣକ ରାତି ପ୍ରାୟ ୮.୩୦ ସମୟରେ ରାତ୍ରୀଭୋଜନ ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। କିଛି ଯୁବକ ଛାତ୍ରୀଙ୍କ ରାସ୍ତା ଅବରୋଧ କରିଥିଲେ। ଏହା ପରେ, ତାଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ସ୍ଥାନକୁ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ଭାରତରେ ଲଗାତାର କମୁଛି ହିନ୍ଦୁଙ୍କ ସଂଖ୍ୟା, ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶ ଏହାର ମୁଖ୍ୟ କାରଣ

ତେବେ ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବନ୍ଧୁମାନଙ୍କଠାରୁ ଖବର ପାଇବା ପରେ ତାଙ୍କ ବାପାମା ଦୁର୍ଗାପୁର ପହଞ୍ଚି ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ । ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଘଟଣା ପରେ ପୀଡ଼ିତାଙ୍କ ବାପା ମା’ ଗଣମାଧ୍ୟମକୁ କହିଛନ୍ତି ଯେ, "ମୋ ଝିଅ ଏଠାରେ ସୁରକ୍ଷିତ ନୁହେଁ । ମୁଁ ଆଉ ଏଠାରେ ତା’ର ପାଠପଢ଼ା ଜାରି ରଖିବାକୁ ଦେବିନି । ମୁଁ ତାକୁ ଘରକୁ ନେଇଯିବି’।


ତେବେ ଏହି ମାମଲା ଛାତ୍ର ସୁରକ୍ଷା ଏବଂ କ୍ୟାମ୍ପସ ସୁରକ୍ଷା ଉପରେ ଚିନ୍ତା ସୃଷ୍ଟି କରିଛି। ବିଶେଷକରି ଯେଉଁ ଯୁବତୀମାନେ ଘରଠୁ ଦୂରରେ ରହି ପାଠ ପଢ଼ୁଛନ୍ତି ।


ସେପଟେ ଏହି ଘଟଣାରେ ଜାତୀୟ ମହିଳା କମିଶନ (NCW) ସଦସ୍ୟ ଅର୍ଚ୍ଚନା ମଜୁମଦାର ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି। ଦୋଷୀମାନଙ୍କୁ ତୁରନ୍ତ ଧରାଯାଇ ଦଣ୍ଡ ଦିଆଯାଉନାହିଁ ତେଣୁ ଯୌନ ନିର୍ଯାତନା ଏବଂ ବଳାତ୍କାର ଘଟଣା ବୃଦ୍ଧି ପାଉଛି । ପଶ୍ଚିମବଙ୍ଗରେ ଆମେ କୌଣସି ବଳାତ୍କାରୀ କିମ୍ବା ହତ୍ୟାକାରୀଙ୍କୁ ଦଣ୍ଡ ପାଇବାର ଦେଖିନାହୁଁ । କାହାକୁ ଫାଶୀ ଦିଆଯାଇନାହିଁ । ନିରନ୍ତର ପ୍ରତିବାଦ ସତ୍ତ୍ୱେ, ନ୍ୟାୟ ପାଇବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି ।


Related Topics

Explore more stories

Sponsored
Balasore Girl Gang-Raped in Durgapur, West Bengal; Police Launch Investigation | Argus News