Crime In Odisha / ଜମି ଡିଲ୍କୁ ନେଇ ବ୍ୟବସାୟୀଙ୍କୁ ଅପହରଣ; ୨ କୋଟି ଡିମାଣ୍ଡ, ୪୦ ଲକ୍ଷରେ ଡିଲ୍..
·8 months ago·2 min read

Key Points
ସୁନୀଲଙ୍କୁ ଅପହରଣ କରି ରୂପ୍ସା ନେଇ ଯାଇଥିଲେ ଦୁର୍ବୃତ୍ତ । ରୂପ୍ସାର ଟ୍ରେନ୍ ଲାଇନ୍ରେ ସୁନୀଲଙ୍କୁ ବାନ୍ଧିବା ସହ ତାଙ୍କ ପରିବାରକୁ ଫୋନ୍ କରି ୨ କୋଟି ଟଙ୍କା ମାଗିଥିଲେ । ଶେଷରେ ୮୦ ଲକ୍ଷରେ କଥା ଛିଡ଼ିଥିଲା ।
ବାରିପଦା: ପ୍ରଥମେ ଅପହରଣ କଲେ, ୪୦ ଲକ୍ଷ ନେବା ପରେ ଛାଡ଼ିଦେଲେ । ଆଉ ପଛରେ ଫୋନ୍ କରି ମାଗିଲେ ଦିଅ ଆଉ ୪୦ ଲକ୍ଷ । ଜମି କାରବାରକୁ ନେଇ ବ୍ୟବସାୟୀଙ୍କୁ ଅପହରଣ । ମୁଣ୍ଡ ବଦଳରେ ୨ କୋଟି ଡିମାଣ୍ଡ ପରେ ୪୦ ଲକ୍ଷ ନେଇ ଛାଡ଼ି ଦେବା ପରେ ସାମ୍ନାକୁ ଆସିଛି ଅପହରଣର ପୂରା କାହାଣୀ । ଯାହାକୁ ନେଇ ବାରିପଦାରୁ ନେଇ ବାଲେଶ୍ଵରରେ ଖେଳି ଯାଇଛି ଚାଞ୍ଚଲ୍ୟ ।
ମିଳିଥିବା ସୂଚନା ଅନୁସାରେ, ଜମି ଡିଲ୍କୁ ନେଇ ଯୁବ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କୁ ଅକ୍ଟୋବର ୨୩ରେ ଅପହରଣ କରାଯାଇଥିଲା । ବାରିପଦାରୁ ସୁନୀଲ କାର୍ ଯୋଗେ ଅକ୍ଟୋବର ୨୩ରେ ବାଲେଶ୍ଵର ଯିବା ବେଳେ ପଦ୍ମନାଭପୁର ଟୋଲ୍ ନିକଟରେ ଅପହରଣ କରିଥିଲେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ।
ଏଥିସହ ପଢ଼ନ୍ତୁ: ବଜାର ଯାଇ କୁଆଡ଼େ ଗାଏବ ହୋଇଗଲେ ଦିଲୀପ ? କେନାଲରୁ ମିଳିଲା ବାଇକ୍, ମିଳୁନି ଖୋଜ ଖବର
ମୟୂରଭଞ୍ଜ ଏସ୍ପିଙ୍କ ସୂଚନା ଅନୁସାରେ, ସୁନୀଲଙ୍କୁ ଅପହରଣ କରି ରୂପ୍ସା ନେଇ ଯାଇଥିଲେ ଦୁର୍ବୃତ୍ତ । ରୂପ୍ସାର ଟ୍ରେନ୍ ଲାଇନ୍ରେ ସୁନୀଲଙ୍କୁ ବାନ୍ଧିବା ସହ ତାଙ୍କ ପରିବାରକୁ ଫୋନ୍ କରି ୨ କୋଟି ଟଙ୍କା ମାଗିଥିଲେ । ଶେଷରେ ୮୦ ଲକ୍ଷରେ କଥା ଛିଡ଼ିଥିଲା । ଶୁକ୍ରବାର ପରିବାର ଲୋକ ବ୍ୟାଗରେ ଟଙ୍କା ନେଇ ପହଞ୍ଚିବା ପରେ ସୁନୀଲଙ୍କୁ ଛାଡ଼ି ଦେଇଥିଲେ ଦୁର୍ବୃତ୍ତ ।
ହେଲେ ବ୍ୟାଗରେ ମାତ୍ର ୪୦ ଲକ୍ଷ ଥିବାରୁ ପୁଣି ଥରେ ସୁନୀଲଙ୍କୁ ଫୋନ୍ କରିଥିଲେ ଅପହରଣକାରୀ । ତେବେ, ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇ ଯାଇଥିବାରୁ ସୁନୀଲ ଆଉ ଟଙ୍କା ନ ଦେଇ ପୋଲିସର ଦ୍ଵାରସ୍ଥ ହୋଇଥିଲେ । ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଚୁପାଲିଙ୍କ ନିର୍ଦ୍ଦେଶରେ ବେତନଟୀ, ବୈଶିଙ୍ଗା, ମୋରଡ଼ା, ରାସଗୋବିନ୍ଦପୁର ଥାନାର ପୋଲିସ ଟିମ୍ ବାଲେଶ୍ଵରର ରୂପ୍ସାରେ ରେଡ୍ କରିଥିଲା ।
ରୂପ୍ସାରୁ ୪ ଜଣ ଓ ବାରିପଦାରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଅପହରଣରେ ସମ୍ପୃକ୍ତ ରୂପ୍ସାର ୪ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ବାରିପଦାର ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି । ଗିରଫଙ୍କ ଠାରୁ ବୈଶିଙ୍ଗା ଥାନା ପୋଲିସ ୮ ଲକ୍ଷ ୬୪ ହଜାର ଟଙ୍କା, କାର୍, ୨ଟି ବାଇକ୍, ୭ଟି ମୋବାଇଲ୍, ୪ଟି ତେଲେଙ୍ଗା କଟୁରି ଜବତ କରିଛି ।
ଏଥିସହ ପଢ଼ନ୍ତୁ: ଜଙ୍ଗଲ ମଧ୍ୟରୁ ମିଳିଲା ଅଧା ପୋତା କଙ୍କାଳ, ଏଣେତେଣେ ପଡ଼ିଛି ହାଡ଼ ଓ ଖପୁରି
ମାମଲାରେ ଫେରାର୍ ଥିବା ଅନ୍ୟ ୫ ଜଣ ଅପହରଣକାରୀଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍ପି । ସୂଚନା ଅନୁସାରେ, ବ୍ୟବସାୟୀ ସୁନୀଲ ବେତନଟୀ ଥାନା ଅଞ୍ଚଳରେ ଏକ ଜମି କାରବାରରେ ସମ୍ପୃକ୍ତ ଥିଲେ । ଜମି ବିକ୍ରି ପରେ ଅନ୍ୟମାନଙ୍କୁ ଟଙ୍କା ଦେବେ ବୋଲି ଡିଲ୍ ହୋଇଥିଲା ।
କିନ୍ତୁ ଜମି ବିକ୍ରି ପରେ ସୁନୀଲ ଦେଇ ନଥିଲେ ଟଙ୍କା । ଯାହାକୁ ନେଇ ବାରମ୍ବାର ଗଣ୍ଡଗୋଳ ପରେ ସୁନୀଲଙ୍କୁ ଅପହରଣ ଲାଗି ଯୋଜନା କରିଥିଲେ ଅନ୍ୟମାନେ । ଆଉ ଅକ୍ଟୋବର ୨୩ରେ ସୁନୀଲ ଏକାକୀ କାରରେ ବାଲେଶ୍ଵର ଯାଉଥିବା ବେଳେ ୯ରୁ ୧୦ ଜଣ ଗାଡ଼ି ଅଟକାଇ ଅପହରଣ କରି ନେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: