Crime In Odisha / ଜଙ୍ଗଲ ମଧ୍ୟରୁ ମିଳିଲା ଅଧା ପୋତା କଙ୍କାଳ, ଏଣେତେଣେ ପଡ଼ିଛି ହାଡ଼ ଓ ଖପୁରି

Key Points
ଭୁବନେଶ୍ଵର: ଚନ୍ଦକାରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ । ଅଧା କଙ୍କାଳ ମାଟିରେ ପୋତା ଯାଇଛି । ମୁଣ୍ଡ, ଖପୁରି, ମାଢ଼ି, ଜଂଘ ହାଡ଼ ଏଣେତେଣେ ପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ କଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଚନ୍ଦକା ଜଙ୍ଗଲରୁ ମିଳିଥିବା କଙ୍କାଳ କାହାର ? କାହାରିକୁ ହତ୍ୟା କରାଯାଇଛି ନା କେହି ମଲା ପରେ ଶରୀର ନଷ୍ଟ ହୋଇ କଙ୍କାଳ ଏଭଳି ପଡ଼ି ରହିଛି । ଲୋକେ ନାନା ସନ୍ଦେହ କରୁଥିବା ବେଳେ ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫରେନସିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ନଭେମ୍ବର ପହିଲାରୁ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ
କଙ୍କାଳଟିର ଅଧା ଅଂଶ ମାଟିରେ ପୋତି ହୋଇ ରହିଥିବା ବେଳେ ନିକଟରେ ବିଛାରି ହୋଇ ପଡ଼ିଛି ମୁଣ୍ଡ, ଖପୁରି ଓ ଅନ୍ୟ ହାଡ଼ । ଯାହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ଚନ୍ଦକା ଜଙ୍ଗଲରେ କାହାରିକୁ କୌଣସି ଜନ୍ତୁ ଶିକାର କରିଥିବା ନେଇ ବି ଅନୁମାନ କରାଯାଉଛି ।
ଅନ୍ୟପଟେ ମାସକ ତଳୁ ଚନ୍ଦକା ଅଞ୍ଚଳର ଜଣେ ବ୍ୟକ୍ତି ନିଖୋଜ ରହିଥିଲେ । ଏବେ ସୁଦ୍ଧା ନିଖୋଜଙ୍କର କୌଣସି ଖୋଜ ଖବର ମିଳିନାହିଁ । ଅନୁମାନ କରାଯାଉଛି, କଙ୍କାଳଟି ହୁଏତ ସେହି ନିଖୋଜଙ୍କର ହୋଇଥାଇ ପାରେ ।
ତେବେ ଘଟଣାସ୍ଥଳରୁ ନିଖୋଜଙ୍କ କୌଣସି ବ୍ୟବହାର୍ଯ୍ୟ ସାମଗ୍ରୀ କିମ୍ବା ପୋଷାକ ମିଳି ନାହିଁ । ତେଣୁ, କଙ୍କାଳଟି କାହାର ତାହା ପୋଲିସ ତଦନ୍ତ ଓ ମେଡିକାଲ୍ ପରୀକ୍ଷା ନିରୀକ୍ଷା ପରେ ସ୍ପଷ୍ଟ ହୋଇପାରିବ ।
ଏଥିସହ ପଢ଼ନ୍ତୁ: ପିଲାଏ ପଢ଼ିବେ AI ପାଠ, ୨୦୨୬-୨୭ ଶିକ୍ଷା ବର୍ଷରୁ ଆରମ୍ଭ ହେବ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମ
ଏହା ପୂର୍ବରୁ ସେପ୍ଟେମ୍ବର ୨୦ରେ ଚନ୍ଦକା ଜଙ୍ଗଲ ରାସ୍ତାରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ମୃତଦେହ ମିଳିଥିଲା । ରାସ୍ତା କଡ଼ରେ କାର୍ ରହିଥିବା ବେଳେ କିଛି ଦୂରରେ ପଡ଼ି ରହିଥିଲା ମୃତଦେହ ।
ସେତେବେଳେ ମୃତକଙ୍କ ପରିବାର ଲୋକ କହିଥିଲେ, "ଓଲାରେ କାର୍ ଚଲାଉଥିବା ବିଦ୍ୟାଧର ସାହୁଙ୍କୁ କେହି ୧୫ ତାରିଖରେ ଅପହରଣ କରି ନେଇଥିଲେ । ଅପହରଣ ପରେ ଫୋନ୍ କଲ୍ କରି ଅପହରଣକାରୀ ୨ କୋଟି ଟଙ୍କା ମାଗୁଥିଲେ ।"
📱 Get Argus News App
✨Related Topics
Explore more stories