Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁଷ୍କର୍ମ ପରେ ପୋଖରୀରେ ବୁଡ଼଼ାଇ ନାବାଳିକାକୁ ହତ୍ୟା; ପୋଲିସ ଗୁଳିରେ ଦୁଷ୍କର୍ମକାରୀ ନିହତ

Crime

Crime News / ଦୁଷ୍କର୍ମ ପରେ ପୋଖରୀରେ ବୁଡ଼଼ାଇ ନାବାଳିକାକୁ ହତ୍ୟା; ପୋଲିସ ଗୁଳିରେ ଦୁଷ୍କର୍ମକାରୀ ନିହତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦୁଷ୍କର୍ମ ପରେ ପୋଖରୀରେ ବୁଡ଼଼ାଇ ନାବାଳିକାକୁ ହତ୍ୟା; ପୋଲିସ ଗୁଳିରେ ଦୁଷ୍କର୍ମକାରୀ ନିହତ
Police Shoot Dead Baruipur Rape Accused

Key Points

ପଶ୍ଚିମବଙ୍ଗ ବରୁଇପୁର ଦୁଷ୍କର୍ମ ଓ ହତ୍ୟା ମାମଲା
ମୁଖ୍ୟ ଅଭିଯୁକ୍ତ ପ୍ରବାସ ମଣ୍ଡଳକୁ ଏନକାଉଣ୍ଟର
ସିନ୍ ରିକ୍ରଏସନ୍ ବେଳେ ପୋଲିସ ବନ୍ଧୁକ ନେଇ ପଳାଉଥିଲା
ପ୍ରାଣ ରକ୍ଷା ପାଇଁ ପୋଲିସର ଗୁଳିରେ ପ୍ରବାସ ନିହତ
କୋଲକାତା: ଅପରାଧୀଙ୍କୁ ମିଳବନି ତ୍ରାହି । ମାଆଝିଅଙ୍କ ସହ ଚଳିବନି ବର୍ବରତା । ଦୁଷ୍କର୍ମକାରୀକୁ ଏନ୍‌କାଉଣ୍ଟର କରି କୋଲକାତା ପୋଲିସ ଦେଲା କଡ଼ା ବାର୍ତ୍ତା । ପଶ୍ଚିମବଙ୍ଗ ବରୁଇପୁର ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଗୁଳିରେ ନିହତ ହୋଇଛି ।

ସୂଚନା ଅନୁସାରେ, ବରୁଇପୁର ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ପ୍ରବାସ ମଣ୍ଡଳକୁ ମଙ୍ଗଳବାର ରାତିରେ ଏନ୍‌କାଉଣ୍ଟର କରିଛି ପୋଲିସ । ରାତି ପ୍ରାୟ ୧୨ଟାରେ ପ୍ରବାସକୁ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ ଲାଗି ନେଇଥିଲା ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ବଢ଼ୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ, ବିଚରାସ୍ତାରେ ଯୁବତୀଙ୍କୁ କରୁଛନ୍ତି ଅସଦାଚରଣ 

ସେହି ସମୟରେ ଅଭିଯୁକ୍ତ ପ୍ରବାସ, ପୋଲିସ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଉଦ୍ୟମ କରିଥିଲା । ଯାହାପରେ ଗୁଳିବିନିମୟ ହୋଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଗୁଳିମାଡ଼ କରିଥିବା ବେଳେ ପ୍ରବାସ ଦେହରେ ବାଜିଥିଲା । ଅଭିଯୁକ୍ତକୁ ହସ୍ପିଟାଲ୍ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

୧୨ ବର୍ଷର ଝିଅ ସହ ବର୍ବରତା

ବରୁଇପୁରରେ ଜଣେ ୧୨ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ନାବାଳିକା ଜଣଙ୍କ ଗିଫ୍ଟ ଆଣିବା ଲାଗି ବଜାରକୁ ଯାଇ ଜୁଲାଇ ୪ ତାରିଖରେ ନିଖୋଜ ହୋଇ ଯାଇଥିଲେ । ରବିବାର ସୂର୍ଯ୍ୟପୁର ହାଟ ଅଞ୍ଚଳର ଏକ ପୋଖରୀରୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ନାବାଳିକାଙ୍କ ମୃତଦେହ ।

ଯାହାପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତର ଗିରଫଦାରୀ ଦାବି କରିଥିଲେ । ବରୁଇପୁର-ଜୟନଗର ରାସ୍ତାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପ୍ରଶାସନ ଦୁଷ୍କର୍ମ ଓ ହତ୍ୟାର ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ କରିଥିଲା । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ଆନନ୍ଦ ସରଦାରକୁ ସୋମବାର ଗିରଫ କରିଥିଲା । ମାମଲାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହ ପଢ଼ନ୍ତୁ: ସ୍ୱାମୀକୁ ମଦ ପିଆଇ, ହାର୍ପିକ୍ ଇଞ୍ଜେକ୍ସନ୍ ଦେଇ ମାରିଲା ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର 

କ'ଣ କହିଥିଲେ ମୁଖ୍ୟମନ୍ତ୍ରୀ ?

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୁଷ୍କର୍ମ-ହତ୍ୟା ମାମଲାକୁ ନିନ୍ଦା କରି କଡ଼ା ପ୍ରତିକ୍ରିୟା ରଖିଥିଲେ । ଦକ୍ଷିଣ ୨୪ ପ୍ରଗଣା ଯାଇ ସେଠାରେ ପୀଡ଼ିତା ପରିବାରକୁ ଭେଟିବା ପରେ ଶୁଭେନ୍ଦ୍ର ଅଧିକାରୀ କହିଥିଲେ, "ତଦନ୍ତରେ ଗୋଟିଏ ପ୍ରତିଶତ ଅବହେଳା ପାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋଷୀକୁ କଠୋର ଦଣ୍ଡ ଏପରିକି ମୃତ୍ୟୁ ଦଣ୍ଡ ଦିଆଯିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored