Videos
|
Crime

Bhubaneswar Road Romeo / ରାଜଧାନୀରେ ବଢ଼ୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ, ବିଚରାସ୍ତାରେ ଯୁବତୀଙ୍କୁ କରୁଛନ୍ତି ଅସଦାଚରଣ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ରାଜଧାନୀରେ ବଢ଼ୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ, ବିଚରାସ୍ତାରେ ଯୁବତୀଙ୍କୁ କରୁଛନ୍ତି ଅସଦାଚରଣ
Road Romeo

Key Points

ରାଜଧାନୀ ରାଜରାସ୍ତାରେ ବଢ଼ୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ
ବିଚ୍ ରାସ୍ତାରେ ଯୁବତୀଙ୍କୁ କରୁଛନ୍ତି ଅସଦାଚରଣ
ସାମ୍ନାକୁ ଆସିଲେ ଆଉ ଜଣେ ପୀଡ଼ିତା ଯୁବତୀ
ରାଜଧାନୀ ଭୁବନେଶ୍ୱରରେ ଏବେ ବଢ଼ିବାରେ ଲାଗିଛି ରୋଡ୍ ରୋମିଓଙ୍କ ଉତ୍ପାତ । ରାଜଧାନୀର ରାଜରାସ୍ତାରେ ମୁଖା ପିନ୍ଧି ବୁଲୁଛନ୍ତି କିଛି ଅସଭ୍ୟ ଯୁବକ । ଏକୁଟିଆ ଝିଅଙ୍କୁ ଦେଖିଲେ କରୁଛନ୍ତି ଅତି ଅଭଦ୍ର ଓ ଦୁର୍ବ୍ୟବହାର । ମର୍ଣ୍ଣିଂ ୱାର୍କ୍ କରୁଥିବା ଝିଅ ହେଉ କି ଏକୁଟିଆ ରାସ୍ତାରେ ଯାଉଥିବା ଯୁବତୀ କିମ୍ବା ନାବାଳିକା କାହାକୁ ବି ଛାଡୁ ନାହାନ୍ତି ଏହି ମଦନ ମାର୍କା ଯୁବକ । ମାସ୍କ ପିନ୍ଧି, ବିନା ନମ୍ବର ପ୍ଲେଟ୍ ଗାଡିରେ ଆସି ଏଭଳି ଅଭଦ୍ରାମି କରୁଥିବା ଘଟଣା ଏବେ ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି । ଗତକାଲି ଜଣେ ଯୁବତୀ ଏନେଇ ମୁହଁ ଖୋଲିଥିବା ବେଳେ, ଆଜି ପୁଣି ଜଣେ ପୀଡ଼ିତା ଯୁବତୀ ସାମ୍ନାକୁ ଆସିଛନ୍ତି ।

ରାଜଧାନୀରେ ସୁରକ୍ଷିତ ନୁହନ୍ତି କି ଝିଅ ? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ପୁଣି ଜଣେ ଯୁବତୀ ରୋଡ୍ ରୋମିଓଙ୍କ ଶିକାର ହୋଇଛନ୍ତି । ବଡ଼ି ଭୋରୁ ସିଆରପି ଛକ ନିକଟ ଗଳିରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଗତ ଜୁନ୍ ୨୯ ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ରେ ଯୁବତୀ ଜଣକ ବସ୍ ଯୋଗେ ଭୁବନେଶ୍ୱର ଆସି ସିଆରପି ଛକରେ ଓହ୍ଲାଇଥିଲେ । ସେହି ସମୟରେ ରାସ୍ତା କଡ଼ରେ ଏକ ଦାମୀ ବାଇକ୍‌ରେ ଜଣେ ଯୁବକ ବସିଥିଲେ । ଯୁବତୀଙ୍କୁ ଏକୁଟିଆ ଦେଖି ପାଖକୁ ଡାକିଥିଲା ଏବଂ ପରେ ଅଶ୍ଳୀଳ ବ୍ୟବହାର ଦେଖାଇବା ସହ ଖରାପ ଇଙ୍ଗିତ କରିଥିଲା । ଏହି ଘଟଣା ପରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଏବେ ସେ ଓ ତାଙ୍କ ସମ୍ପର୍କୀୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ବଢୁଛି 'ଭାଇଗିରି', ଦେଢ଼ ମାସରେ ହେଲାଣି ୨୫ରୁ ଅଧିକ ରକ୍ତାକ୍ତ ସଂଘର୍ଷ


କେବଳ ଏହି ଗୋଟିଏ ଘଟଣା ନୁହେଁ, ଗୋଟେ ପରେ ଗୋଟେ ଏଭଳି ଅନେକ ମାମଲା ଏବେ ସାମ୍ନାକୁ ଆସୁଛି । ନୟାପଲ୍ଲୀ ଏବଂ ସହିଦନଗର ଭଳି ପ୍ରମୁଖ ଥାନାରେ ଅଭିଯୋଗ ହେବା ପରେ ବି ପୋଲିସ ହାତ ଏବେ ବି ଖାଲି । ସିସିଟିଭି ଫୁଟେଜ୍‌ରୁ କେବଳ ଯୁବକର ଚେହେରା ଚିହ୍ନଟ ହୋଇପାରୁଛି, ହେଲେ ତାକୁ ଟ୍ରେସ୍ କରିବାରେ ପୋଲିସ ବିଫଳ ହେଉଛି । ଆଇନଜୀବୀଙ୍କ କହିବା ଅନୁସାରେ, ନୂତନ ଆଇନରେ ମହିଳାଙ୍କ ପ୍ରତି ହେଉଥିବା ଏଭଳି ଅପରାଧ ପାଇଁ କଡ଼ା ଦଣ୍ଡର ବିଧାନ ରହିଛି । BNS ବା ଭାରତୀୟ ନ୍ୟାୟ ସଂହିତାର ଧାରା ୭୪ ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଜାମିନ ବିହୀନ ଅପରାଧ, ଯେଉଁଥିରେ ଅଭିଯୁକ୍ତକୁ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ।

ପ୍ରଶ୍ନ ଉଠୁଛି କମିଶନରେଟ୍ ପୋଲିସର 'ସେଫ୍ ସିଟି' ଦାବି ଭିତରେ ଏହି ରୋଡ୍ ରୋମିଓମାନେ କେବେ ସାବାଡ୍ ହେବେ ? କେବେ ମିଳିବ ରାଜଧାନୀର ଝିଅମାନଙ୍କୁ ସୁରକ୍ଷା, ତା' ଉପରେ ରହିଛି ସମସ୍ତଙ୍କ ନଜର ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Road Romeos Target Women in Bhubaneswar, Safety Concerns Rise | Argus News