|
logo
Live
Argus News App
GET APP

Argus News - ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

Crime

Romeo Doctor / ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

Key Points

ମହିଳା ଜଣକ ଡାକ୍ତରଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି ।
ସେ କହିଛନ୍ତି ଡାକ୍ତର ତାଙ୍କର ପୋଷାକ ଖୋଲିବାକୁ ମଧ୍ୟ ପଛାଇ ନଥିଲେ ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଅଟକ ରଖାଯାଇଛି। ଏହି ଘଟଣା ସେତେବେଳେ ଘଟିଥିଲା ​​ଯେତେବେଳେ ମହିଳା ଜଣକ ଚର୍ମ ସଂକ୍ରମଣର ଚିକିତ୍ସା ପାଇଁ ଡାକ୍ତରଙ୍କର ଏକ ଘରୋଇ କ୍ଲିନିକ୍ ଯାଇଥିଲେ। ପୀଡିତା ଜଣକ ପୋଲିସକୁ କହିଛନ୍ତି ଯେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ବାହାନାରେ ଶରୀରର ଏଣେତେଣେ ହାତ ମାରିବାକୁ ଲାଗିଲେ । ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ସେ ତାଙ୍କୁ ହଇରାଣ କରିଥିଲେ। ମହିଳା ଜଣକ ଏହାକୁ ପ୍ରତିବାଦ କରିବା ସତ୍ତ୍ୱେ ଡାକ୍ତର ତାଙ୍କୁ କୁଣ୍ଢେଇ ପକାଇଥିଲେ, ଚୁମ୍ବନ ଦେଇଥିଲେ ଏବଂ ଅଶ୍ଳୀଳ ଆଚରଣ ଥିଲେ।

ମହିଳା ଜଣକ ଡାକ୍ତରଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । ସେ କହିଛନ୍ତି ଡାକ୍ତର ତାଙ୍କର ପୋଷାକ ଖୋଲିବାକୁ ମଧ୍ୟ ପଛାଇ ନଥିଲେ । ଯୁବତୀ ଜଣକ ପୋଷାକ ଖୋଲିବାକୁ ମନା କରିବାରୁ ଡାକ୍ତର କହିଥିଲେ, ଏହା ଚିକିତ୍ସାର ଏକ ଅଂଶ । ଚିକିତ୍ସା କରିବାକୁ ହେଲେ ପୋଷାକ ଖୋଲିବାକୁ ପଡ଼ିଥାଏ । ଖାଲି ସେତିକିରେ କଥା ସରିନି, ଡାକ୍ତର ଜଣକ ଯୁବତୀକୁ କ୍ୱାଲିଟି ଟାଇମ୍‌ ସ୍ପେଣ୍ଟ କରିବା ପାଇଁ ଏକ ହୋଟେଲକୁ ମଧ୍ୟ ଆସିବାକୁ ପ୍ରସ୍ତାବ ଦେଇଥିଲେ।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ଯୁବତୀଙ୍କ ପରିବାର ପ୍ରତିବାଦ କଲେ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୀଡିତା କହିଛନ୍ତି ଯେ ସେ ସାଧାରଣତଃ ତାଙ୍କ ବାପାଙ୍କ ସହିତ କ୍ଲିନିକ୍ ଯାଇଥାନ୍ତି, କିନ୍ତୁ ସେହିଦିନ ସେ ଏକା ଯାଇଥିଲେ । ଯାହାଫଳରେ ସୁଯୋଗର ଫାଇଦା ଉଠାଇଥିଲେ ଡାକ୍ତର। ଘଟଣାଟି ଜଣାପଡ଼ିବା ପରେ, ପୀଡିତାଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ହୋଇ କ୍ଲିନିକ୍ ବାହାରେ ପ୍ରତିବାଦ କରିଥିଲେ।

ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ନିଜ ହେଫାଜତକୁ ନେଇଥିଲା । ହେଲେ ଡାକ୍ତର ନିଜ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାସହ ଡାକ୍ତର ଜଣକ କହିଛନ୍ତି, ମହିଳା ଜଣକ ମୋ ଚିକିତ୍ସା ପ୍ରକ୍ରିୟାକୁ ଭୁଲ ବୁଝିଛନ୍ତି। ପୋଲିସ ଡାକ୍ତରଙ୍କ ବିରୁଦ୍ଧରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ଡାକ୍ତରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Romeo Doctor: ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ... | Argus News