Murder / ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ
·3 months ago·2 min read

Key Points
ପଶ୍ଚିମ ବେଙ୍ଗାଳୁରୁର ରାଜାଜୀନଗର ପ୍ରଥମ ରୋଡ୍ରେ ସ୍ତ୍ରୀ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ସ୍ଵାମୀ । ୨ଟି ଗୁଳି ସ୍ତ୍ରୀର ମୁଣ୍ଡରେ ବାଜିଥିବା ବେଳେ ଆଉ ୨ଟି ହାତରେ ବାଜିଥିଲା ।
ବେଙ୍ଗାଳୁରୁ: ସ୍ତ୍ରୀ ବ୍ୟାଙ୍କର ସହକାରୀ ମ୍ୟାନେଜର, ସ୍ଵାମୀ ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର । ୨ ଛୁଆକୁ ନେଇ ହସଖୁସିରେ ଆଗକୁ ବଢ଼ୁଥିଲା ସଂସାର । ହେଲେ ପାରିବାରିକ ବିବାଦ ପାଇଁ ସ୍ଵାମୀ, ସ୍ତ୍ରୀ ଦୁଇ ବର୍ଷ ତଳେ ଅଲଗା ଅଲଗା ରହୁଥିଲେ ।
୨ ଛୁଆଙ୍କୁ ନେଇ ସ୍ତ୍ରୀ ଅଲଗା ରହୁଥିବା ବେଳେ ସପ୍ତାହକ ତଳେ ଛାଡ଼ପତ୍ର ପାଇଁ ସ୍ଵାମୀଙ୍କୁ ନୋଟିସ୍ ପଠାଇଥିଲେ । ଆଉ ସ୍ତ୍ରୀଙ୍କ ଠାରୁ ଡିଭୋର୍ସ ନୋଟିସ୍ ପାଇଁ ସ୍ଵାମୀ ବିବ୍ରତ ହୋଇ ପଡ଼ିଥିଲା । ଆଉ ସନ୍ଧ୍ୟାର ଭିଡ଼ରେ ଲୋକାରଣ୍ୟ ବଜାରରେ ସିଧା ସ୍ତ୍ରୀର ମୁଣ୍ଡକୁ ଗୁଳି କରିଦେଲା ।
ଏଥିସହ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ
ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଭିଡ଼ର ସହର ବେଙ୍ଗାଳୁରୁରେ । ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମ ବେଙ୍ଗାଳୁରୁର ରାଜାଜୀନଗର ପ୍ରଥମ ରୋଡ୍ରେ ସ୍ତ୍ରୀ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ସ୍ଵାମୀ । ୨ଟି ଗୁଳି ସ୍ତ୍ରୀର ମୁଣ୍ଡରେ ବାଜିଥିବା ବେଳେ ଆଉ ୨ଟି ହାତରେ ବାଜିଥିଲା ।
ମହିଳା ଭୁବନେଶ୍ଵରୀଙ୍କୁ ମେଡିକାଲ୍ ନିଆ ଯାଇଥିବା ବେଳେ ମୃତ ଘୋଷଣ କରିଛନ୍ତି ଡାକ୍ତର । ସୂଚନା ଅନୁସାରେ, ୩୯ ବର୍ଷୀୟ ଭୁବନେଶ୍ଵରୀ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ସହାୟକ ମ୍ୟାନେଜର୍ ଭାବେ କାମ କରନ୍ତି । ୨୦୧୧ ମସିହାରେ ସେ ବାଲାମୁର୍ଗାନଙ୍କୁ ବିବାହ କରିଥିଲେ ।
ଦେଢ଼ ବର୍ଷ ତଳେ କଳହକୁ ନେଇ ହଠାତ୍ ଅଲଗା ଅଲଗା ହୋଇ ରହୁଥିଲେ ଉଭୟ । ଏହା ପରେ ଭୁବନେଶ୍ଵରଙ୍କ ବଦଳି ଅନ୍ୟ ଏକ ଶାଖାକୁ ହୁଏ । ୨ ଛୁଆଙ୍କୁ ନେଇ ସ୍ଵାମୀଙ୍କୁ ନ ଜଣାଇ ଭଡ଼ା ଘରକୁ ପଳାନ୍ତି ଭୁବନେଶ୍ଵରୀ । ଦେଢ଼ ବର୍ଷ ଅଲଗା ରହିବା ପରେ ସ୍ଵାମୀଙ୍କ ସପ୍ତାହକ ତଳେ ଭୁବନେଶ୍ଵରୀ ଛାଡ଼ପତ୍ର ଲାଗି ନୋଟିସ୍ ଦିଅନ୍ତି ।
ଏଥିସହ ପଢ଼ନ୍ତୁ: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?
ଆଉ ଛାଡ଼ପତ୍ର ନୋଟିସ୍ ପାଇବା ପରେ ଭୁବନେଶ୍ଵରୀଙ୍କୁ ଖୋଜି ବୁଲେ ସ୍ଵାମୀ । ଆଉ ଠିକଣା ପାଇବା ପରେ ଜଗି ରୁହେ । ମଙ୍ଗଳବାର ସନ୍ଧ୍ୟା ଟିକ୍ ସାଢ଼େ ୬ଟା । ଭୁବନେଶ୍ଵରୀ ବ୍ୟାଙ୍କରୁ ଫେରିବା ବେଳେ ବଜାର ଉପରେ ମୁଣ୍ଡକୁ ଗୁଳି କରିଦିଏ ସ୍ଵାମୀ ।
ଅନ୍ୟ କାହା ସହ ସ୍ତ୍ରୀର ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଯାହାକୁ ନେଇ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଅଲଗା ହେବା ପରେ ସ୍ତ୍ରୀର ଛାଡ଼ପତ୍ର ନୋଟିସ୍ ସବୁ ସାରି ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories