Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

Crime

PG Owner Murder / ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ
PG Owner Murder

Key Points

ପ୍ରଥମେ ଯୁକ୍ତିତର୍କ, ତାପରେ ସିଧା ହାତାହାତି
ଘରମାଲିକଙ୍କୁ ପିଟିପିଟି ଶେଷରେ ମାରିଦେଲେ
କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ
ସାମାନ୍ୟ କାରଣ ପାଇଁ ଶେଷରେ ଚାଲିଗଲା ଜୀବନ । ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ଦୁଇ ଭଡ଼ାଟିଆ ଛାତ୍ର । ଏଭଳି ଘଟଣା ଘଟିଛି କର୍ଣ୍ଣାଟକ କ୍ୟାପିଟାଲ ସିଟି ବେଙ୍ଗାଲୁରୁରେ । ପାଣି ବ୍ୟବହାରକୁ ନେଇ ପ୍ରଥମେ ମାରପିଟ ହୋଇଥିଲା । ଏହାପରେ ୨ଜଣ ଛାତ୍ର ବେଙ୍ଗାଲୁରୁର ଘର ମାଲିକଙ୍କୁ କ୍ରିକେଟ ବ୍ୟାଟରେ ପିଟି ହତ୍ୟା କରିଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାଧବ ମାଟଲେ ଲକ୍ଷ୍ମୀ ନରସିଂହ ପିଜିର ମାଲିକ ଥିଲେ । ତାଙ୍କ ସହ ଯୁକ୍ତିତର୍କ ହିଂସାରେ ପରିଣତ ହେବାପରେ ଦୁଇ ଜଣ କଲେଜ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ ।

  • କଣ ପୂରା ଘଟଣା ?
ପ୍ରାଥମିକ ତଦନ୍ତ ଅନୁଯାୟୀ, ଘଟଣାଟି ସୋମବାର ସନ୍ଧ୍ୟା ୬ଟାରୁ ୬.୩୦ଟା ମଧ୍ୟରେ ପିଜି ପରିସରରେ ଘଟିଥିଲା । ଦୁଇ ଛାତ୍ର ମଦ୍ୟପାନ କରି ଆସି ପିଜି କ୍ୟାମ୍ପସ ଭିତରେ ଟ୍ୟାପ୍ ପାଣିରେ ଗୋଡ ଧୋଉଥିବା ବେଳେ ମାଟଲେ ସେମାନଙ୍କୁ ବିରୋଧ କରିଥିଲେ, ଯାହା ଫଳରେ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

  • ଘଟଣାର ୨ଘଣ୍ଟା ଭିତରେ ମୃତ୍ୟୁ
ଝଗଡ଼ା ସମୟରେ ମାଟଲେ ଏକ କ୍ରିକେଟ୍ ବ୍ୟାଟ୍ ଉଠାଇ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ କହିଛି । ଅଭିଯୁକ୍ତମାନେ ତାଙ୍କଠାରୁ ବ୍ୟାଟ୍ ଛଡ଼ାଇ ନେଇ ବାରମ୍ବାର ଆକ୍ରମଣ କରିଥିଲେ । ଏହାପରେ ମାଟଲେ ଗୁରୁତର ଆହତ ହୋଇଥିଲେ । ମାଟଲେ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଦୁଇ ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ମାଟଲେଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାର ୨ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପଢନ୍ତୁ ଏହି ଖବର: ବାନ୍ଧିଲେ, ପିଟିଲେ, ମୂତ୍ର ପିଆଇଲେ; ଛୁଆ ଆଗରେ ମାଆକୁ ବାପାର ନିର୍ଯାତନା

  • ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ରାମମୂର୍ତ୍ତି ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ଏହି ହତ୍ୟା ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଶେଷ ବର୍ଷର ବି.କମ୍ ଛାତ୍ର ରାକେଶ (୨୧) ଏବଂ ଅନ୍ୟ ଜଣେ ପ୍ରଥମ ବର୍ଷର ବିବିଏ ଛାତ୍ର ଡନ୍ ବ୍ରାଇଟ୍ ସନ୍ (୨୦) ବୋଲି ଜଣାପଡ଼ିଛି । ଉଭୟ ଅଭିଯୁକ୍ତ ବର୍ତ୍ତମାନ ହେପାଜତରେ ଅଛନ୍ତି । ଅଭିଯୁକ୍ତ ଦ୍ଵୟ ମଦ୍ୟପାନ କରିଥିବା ଅଭିଯୋଗ ଥିବାରୁ ପୋଲିସ ସେମାନଙ୍କ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଇଛି । ସେପଟେ ଘର ମାଲିକ ମାଟଲେଙ୍କ ଶବ ବ୍ୟବଚ୍ଛେଦ କରିଛି ପୋଲିସ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored