Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାହା ହେବାକୁ ମନା କରିବାରୁ ଫାର୍ମାସୀ ଛାତ୍ରୀଙ୍କ ଗଳା କାଟିଦେଲା, ୨ ଗିରଫ

Crime

Crime / ବାହା ହେବାକୁ ମନା କରିବାରୁ ଫାର୍ମାସୀ ଛାତ୍ରୀଙ୍କ ଗଳା କାଟିଦେଲା, ୨ ଗିରଫ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବାହା ହେବାକୁ ମନା କରିବାରୁ ଫାର୍ମାସୀ ଛାତ୍ରୀଙ୍କ ଗଳା କାଟିଦେଲା, ୨ ଗିରଫ

Key Points

ବାହାହେବାକୁ ମନା କରିବାକୁ କାଟିଦେଲା ଗଳା । ମଲ୍ ପଛପଟୁ ମିଳିଲା ରକ୍ତାକ୍ତ ମୃତଦେହ । ବେଙ୍ଗାଳୁରୁରେ ଚାଞ୍ଚଲ୍ୟ । ବାହା ହେବାକୁ ମନା କରିବାରୁ ୨୦ ବର୍ଷୀୟ ଫାର୍ମାସୀ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ।
ବେଙ୍ଗାଳୁରୁ: ଟେକ୍ ସିଟିରେ ହାଇଟେକ୍ ମର୍ଡର । ବାହାହେବାକୁ ମନା କରିବାକୁ କାଟିଦେଲା ଗଳା । ମଲ୍ ପଛପଟୁ ମିଳିଲା ରକ୍ତାକ୍ତ ମୃତଦେହ । ବେଙ୍ଗାଳୁରୁରେ ଚାଞ୍ଚଲ୍ୟ । ବାହା ହେବାକୁ ମନା କରିବାରୁ ୨୦ ବର୍ଷୀୟ ଫାର୍ମାସୀ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ।

ଆଉ ଉତ୍ତର ବେଙ୍ଗାଳୁରୁର ମନ୍ତ୍ରୀ ମଲ୍ ପଛ ପଟୁ ମୃତଦେହ ମିଳିଛି । ମୃତକ ହେଉଛନ୍ତି ୟାମିନୀ ପ୍ରିୟା । ସୂଚନା ଅନୁସାରେ, ୟାମିନୀଙ୍କ ପଡ଼ୋଶୀ ୨୬ ବର୍ଷୀୟ ବିଘ୍ନେଶ ଓରଫ୍ ସଞ୍ଜୟ ବାରମ୍ବାର ବିବାହ ପାଇଁ ପ୍ରସ୍ତାବ ଦେଉଥିଲେ । ଯାହାକୁ ମନା କରି ଆସୁଥିଲେ ୟାମିନୀଙ୍କ ପରିବାର ।

ଏଥିସହ ପଢ଼ନ୍ତୁ: ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର

ଆଉ ଶେଷରେ ବେରୋଜଗାର ସଞ୍ଜୟ ତାର ସାଥୀ ହରିଶ ସହ ମିଶି ୟାମିନୀ ପ୍ରିୟାଙ୍କ ତଣ୍ଟି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା । ସୂଚନା ଅନୁସାରେ, ଗୁରୁବାର ୟାମିନୀ ପରୀକ୍ଷା ଦେଇ ଘରକୁ ଫେରୁଥିଲେ । ଆଉ ଘରକୁ ଫେରିବା ବାଟରେ ୟାମିନୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ସଞ୍ଜୟ । ୟାମିନୀ ମନା କରିବାରୁ ଧାରୁଆ ଅସ୍ତ୍ରରେ ସଞ୍ଜୟ ଓ ହରିଶ ଆକ୍ରମଣ କରିଥିଲେ ।

ଆଉ ପ୍ରବଳ ରକ୍ତସ୍ରାବ ପରେ ୟାମିନୀ ଆଖି ବୁଜିଥିଲେ । ମନ୍ତ୍ରୀ ମଲ୍ ପଛ ପଟ ରେଳ ଧାରଣା ନିକଟରୁ ତାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ଆଉ ୟାମିନୀଙ୍କ ପରିବାରର ଅବିଯୋଗ କ୍ରମେ ପୋଲିସ ତଦନ୍ତ କରିବା ସହ ଶୁକ୍ରବାର ସଞ୍ଜୟ ଓ ସହଯୋଗୀ ହରିଶକୁ ଗିରଫ କରିବାରେ ସଫଳ ହୋଇଛି ।

ଏଥିସହ ପଢ଼ନ୍ତୁ: ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ

ପୋଲିସର ପଚରାଉତରା ବେଳେ ଅଭିଯୁକ୍ତ ସଞ୍ଜୟ ସବୁ ମାନିଛି । କହିଛି, "ବିବାହ ପ୍ରସ୍ତାବରେ ୟାମିନୀ ରାଜି ନ ହେବାରୁ ସେ ରାଗି ଯାଇଥିଲା । ଆଉ ରାଗରେ ତାକୁ ହତ୍ୟା କରିଛି ।" ଆଉ ହତ୍ୟା ପରେ ୟାମିନୀର ମୃତଦେହକୁ ଅନ୍ୟତ୍ର ନେବାକୁ ହରିଶ ସାହାଯ୍ୟ କରିଥିବା ସ୍ଵୀକାର କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bengaluru Tech City Murder: Girl Killed for Refusing Marriage | Argus News | Argus News