Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ

Crime

Life Imprisonment / ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ

Sushanta Sahoo
Browse all articles by Sushanta Sahoo
·7 months ago·2 min read
୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ

Key Points

୪ ଭାଇଙ୍କ ରକ୍ତରେ ଭିଜିଥିଲା ଗାଁ ଦାଣ୍ଡ । ୨୩ ବର୍ଷ ପରେ ଆସିଲା ରାୟ । ୨୦୦୨ ମସିହାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଆନନ୍ଦପୁର ।
ଆନନ୍ଦପୁର (କେନ୍ଦୁଝର): ଦଳେଇ ପରିବାରକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ୪ ଭାଇଙ୍କ ରକ୍ତରେ ଭିଜିଥିଲା ଗାଁ ଦାଣ୍ଡ । ୨୩ ବର୍ଷ ପରେ ଆସିଲା ରାୟ । ୨୦୦୨ ମସିହାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଆନନ୍ଦପୁର ।

ଏଥିସହ ପଢ଼ନ୍ତୁ: ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନ୍ ଆବେଦନ, SMSରେ ଆସିବ ତାରିଖ

ମାମଲାରେ ଜୀବିତ ୨ ଦୋଷୀଙ୍କୁ କୋର୍ଟ, ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆଜୀବନ କାରାଦଣ୍ଡାଦେଶ ପାଇଥିବା ୨ ଦୋଷୀ ହେଉଛନ୍ତି- ଧନେଶ୍ଵର ଓଝା ଓ ଦାମୋଦର ଓଝା । ଉଭୟଙ୍କୁ ୩୦୨ ଓ ୧୪୯ ଦଫାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏନେଇ ସରକାରୀ ଓକିଲ ସୌମିତ୍ର କୁମାର ରାଉତ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୦୨ ମସିହା ଜୁଲାଇ ୧୭ ତାରିଖରେ ରକ୍ତ ରଞ୍ଜିତ ହୋଇଥିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ଗାଁ । କୌଣସି ଏକ ଗାଁ ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ଜଳଧର ଦଳେଇ, ବୁଦ୍ଧିଆ ଦଳେଇ, ସାଧୁଆ ଦଳେଇ ଓ ଉଦ୍ଧବ ଦଳେଇ ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: କ୍ୟାମେରା ସାମ୍ନାରେ ଭୟଙ୍କର କାଣ୍ଡ: ୨ ଜଣ ପୁରୁଷ ବେଙ୍ଗାଲୁରୁର ମହିଳାଙ୍କୁ ଲୁଟି ମାରଣାସ୍ତ୍ରରେ ଆଙ୍ଗୁଠି କାଟିଦେଲେ

ସେତେବେଳେ ୪ ଜଣଙ୍କୁ ବୀଭତ୍ସ ହତ୍ୟା ନେଇ ମୋଟ ୭ ଜଣଙ୍କ ନାଁରେ ରୁଜୁ ହୋଇଥିଲା ମାମଲା । ତେବେ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ ୪ ଜଣଙ୍କୁ ଦୋଷମୁକ୍ତ କରିଥିଲେ । ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଧନେଶ୍ଵର ଓ ଦାମୋଦର ଜୀବିତ ଥିବା ବେଳେ ୨୫ ଜଣ ସାକ୍ଷୀ ଓ ୮୦ ଦସ୍ତାବିଜ୍ ଆଧାରରେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Anandapur 2002 Dalai Family Murder: Two Convicts Get Life Imprisonment | Argus News | Argus News