Videos
|
Crime

Friend Killed Friend / ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ସାଙ୍ଗର ଗଳା କାଟିଲା ସାଙ୍ଗ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ସାଙ୍ଗର ଗଳା କାଟିଲା ସାଙ୍ଗ
Friend Killed Friend in Berhampur

Key Points

ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ବ୍ରହ୍ମପୁର
ସାଙ୍ଗକୁ ତଣ୍ଟି କାଟି ହତ୍ୟା

ବ୍ରହ୍ମପୁର: ରାଜ୍ୟରେ ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ । ସାଙ୍ଗର ଗଳାକୁ ସାଙ୍ଗ ହିଁ କାଟିଲା । ପ୍ରଥମେ ମଦ୍ୟପାନ ପରେ ବଚସା ଏବଂ ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିମଖଣ୍ଡିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ୨୨ ବର୍ଷୀୟ ଯୁବକ ଟୁନା ନାୟକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଗଳା କାଟି ଚମ୍ପଟ ମାରୁଥିବା ସମୟରେ ପୋଲିସର ନାକାବନ୍ଦୀରେ ପଡ଼ି ଧରାପଡ଼ିଛି ।

  • ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ବ୍ରହ୍ମପୁର
ସାଙ୍ଗର ଆକ୍ରମଣରେ ଚାଲିଗଲା ଆଉ ଜଣଙ୍କ ଜୀବନ । ନିମଖଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ମୃତକ ଟୁନା ନାୟକ । ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗରେ ସାଙ୍ଗ ବିଟୁ ସାହୁକୁ ଗିରଫ କରିଛି ପୋଲିସ । ଗତକାଲି ଉଭୟ ଟୁନା ଓ ବିଟୁ ଏକାଠି ମଦ ପିଇଥିଲେ । ଏହାପରେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା କ୍ରମେ ଉଗ୍ରରୂପ ନେଇଥିଲା ।

  • ପ୍ରଥମେ ଟୁନା ହାତ ଉଠାଇଥିଲା
ଟୁନା ପ୍ରଥମେ ବିଟୁକୁ ମାଡ଼ ମାରିଥିଲେ ଯେଉଁଥିରେ ବିଟୁ ରାଗି ଯାଇ ନିଜର ଫାଷ୍ଟଫୁଡ ଦୋକାନର ଛୁରୀଟିକୁ ଗାଡିରୁ ବାହାର କରି ଟୁନାର ଗଳାକୁ କାଟି ଦେଇ ସେହି ଜାଗାରୁ ଚମ୍ପଟ ମାରିଥିଲା । ଘଟଣାର କିଛି ସମୟ ପରେ ଟୁନା ନିକଟରେ ଥିବା ଜଣେ ସମ୍ପର୍କୟ ଭାଇ ଘର କବାଟ ବାଡେଇଥିଲା । ସମ୍ପର୍କୀୟ ଭାଇ କବାଟ ଖୋଲି ଦେଖିଲା ବେଳକୁ ଟୁନା ଛଟପଟ ହେଉଛି । ଆଉ ସେଠି ହିଁ କିଛି ସମୟ ଭିତରେ ଟୁନାର ମୃତ୍ୟୁ ହୋଇଯାଇଥିଲା ।

  • ହତ୍ୟା କଥା ନିଜେ ସ୍ଵୀକାରିଲା
ବିଟୁ ଛୁରା ମାଡ଼ ପରେ ଘଟଣା ଚମ୍ପଟ ମାରିଥିବା ବେଳେ ଗତକାଲି ରାତି ତମାମ ପାର୍ବଣ ପାଇଁ ପୋଲିସ ସହର ସାରା ପେଟ୍ରୋଲିଙ୍ଗକୁ କଡାକଡି କରିଥିବା ସମୟରେ ପୋଲିସର ନାକାବନ୍ଦୀରେ ପଡି ଯାଇଥିଲା ଅଭିଯୁକ୍ତ ବିଟୁ । ବିଟୁର ସାର୍ଟରେ ରକ୍ତର ଛିଟା ମଧ୍ୟ ଲାଗିଥିଲା । ପୋଲିସ ଯେତେବେଳେ ବିଟୁକୁ ସେତେବେଳେ ଗୁଡେଇ ତୁଡ଼େଇ ପ୍ରଶ୍ନ କରିଥିଲା, ସେତିକି ବେଳେ ବିଟୁ ଟୁନାର ଗଳା କାଟିଥିବା ପୋଲିସକୁ କହିଥିଲା । ବର୍ତ୍ତମାନ ପୋଲିସ ବିଟୁକୁ ଗିରଫ କରିଛି ଅନ୍ୟପଟେ ଗ୍ରାଉଣ୍ଡରେ ବ୍ରହ୍ମପୁର ଏସପିଙ୍କ ସହ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ଅଧିକ ତଦନ୍ତ କରିବା ସହ ଏଭିଡ଼େନ୍ସ ଯୋଗାଡ଼ କରୁଥିବା ଜଣାପଡ଼ିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୨୦୦୦KM ଆସି ବାପାକୁ ହତ୍ୟା କଲା ପୁଅ; ରାତାରାତି ଫେରାର

ପାର୍ବଣ ପୂର୍ବରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ପାଲଟିଛଇ ଚିନ୍ତାର କାରଣ , ଆଗକୁ ପୋଲିସ ଆହୁରି ସଚେତନ ହୋଇ କଡ଼ା ପେଟ୍ରୋଲିଂ ସହ ଅପରାଧୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ ହୋଇପଡ଼ିଛି ।