Police Encounter / ବ୍ରହ୍ମପୁରରେ ପୁଣି ଦୁଇ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର୍
·3 months ago·2 min read

Key Points
ପୁଣି ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
ବ୍ରହ୍ମପୁରରେ ପୁଣି ଦୁଇ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର୍
ଆହତ ଦୁଇ ଅପରାଧୀ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା
ଦୁଇ ଜଣ ହିଞ୍ଜିଳିକାଟୁ ଓ ସିକିରି ଗ୍ରାମର ହୋଇଥିବା ସୂଚନା

ବ୍ରହ୍ମପୁରରେ ପୁଣି ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ହିଞ୍ଜିଳିକାଟୁ ଓ ସିକିରି ଗ୍ରାମ ଦୁଇ ଜଣ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା । ବହୁ ଚର୍ଚ୍ଚିତ ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ ।
ଗୋଟିଏ ରାତିରେ ବ୍ରହ୍ମପୁର ପୋଲିସ କରିଛି ଦୁଇ ଅପରାଧିଙ୍କୁ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକି । ବାହାର ରାଜ୍ୟରୁ ରଞ୍ଜନ ଓ ସରୋଜକୁ ଗିରଫ କରିଥିଲା ପୋଲିସ ।
ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ଉଭୟ ଅଭିଯୁକ୍ତ ପୋଲିସକୁ ଆକ୍ରମଣ କରି ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ପୋଲିସ ଉପରେ ଆକ୍ରମଣ କରିବାରୁ ଆଙ୍କୁଶପୁରରେ ରଞ୍ଜନ ଓ ସରୋଜକୁ ପୋଲିସ କରିଛି ଏନକାଉଣ୍ଟର । ରଞ୍ଜନଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ଓ ସରୋଜର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଆହତ ଅବସ୍ଥାରେ ଉଭୟଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।
ବହୁ ଚର୍ଚ୍ଚିତ ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ଫେରାର ଥିଲେ ରଞ୍ଜନ ଓ ସରୋଜ । ସରୋଜ ସୁଧିରଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଧମକ ଦେଇଥିଲା ଓ ରଞ୍ଜନ ସୁଧିରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିଲା । ରଞ୍ଜନର ଘର ବଡଗଡ଼ ଥାନାର ନଉଗାଁରେ ଓ ସରୋଜର ଘର ହିଞ୍ଜିଳି ଥାନା ସିକିରୀ ପାଢ଼ୀ ସାହିରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ସୁଧିର ପାତ୍ର ହତ୍ୟା ଘଟଣାରେ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୁଧିର ପାତ୍ର ହତ୍ୟା ମାମଲାରେ ସୁପାରି କିଲର ଥିଲେ ରଞ୍ଜନା ଓ ସରୋଜ । ଏପ୍ରିଲ ୧୫ ତାରିଖର ସନ୍ଧ୍ୟା ୭ଟାରେ ସୁଧିର ପାତ୍ରଙ୍କୁ ଅପହରଣ କରିବା ପରେ ପିଟିପିଟି ହତ୍ୟା କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍,ଗତକାଲି ହାଣିଥିଲେ, ପରେ ୫ ଘଣ୍ଟା ମଧ୍ୟରେଏନକାଉଣ୍ଟର ହେଲେ
ରବିବାର ଦିନ ମଧ୍ୟ ବ୍ରହ୍ମପୁରରେ ଏକ ଏନକାଉଣ୍ଟର୍ ହୋଇଛି । ଜଗା ସାହୁ ଓରଫ ଜଗନ୍ନାଥକୁ ଏନକାଉଣ୍ଟର ହୋଇଛି । ଜଗା ବାଉରୀ ସୁକୁଣ୍ଡାରେ ଥିବା ସୂଚାନା ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଥଲେ। ଜଗାର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ଅମ୍ବିକା ନଗରରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ଉପସ୍ଥିତିରେ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ହତ୍ୟା ଉଦ୍ୟମ କରାଯାଇଛି। ରାସ୍ତାକଡ଼ରେ ଜଣେ ଯୁବକ ହାଣୁଥିବା ବେଳେ ଅନ୍ୟ ଜଣେ ଗୋଇଠା ମାରି ଚାଲିଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଜଣକ ମଙ୍ଗଳା ବେହେରା, ତାଙ୍କ ଘର ହରିଡ଼ାଖଣ୍ଡି ଜାଇମିଲ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି।

Related Topics
Explore more stories