Encounter / ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍,ଗତକାଲି ହାଣିଥିଲେ, ପରେ ୫ ଘଣ୍ଟା ମଧ୍ୟରେଏନକାଉଣ୍ଟର ହେଲେ
·3 months ago·2 min read

Key Points
ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍
ଅଭିଯୁକ୍ତ ଜଗନ୍ନାଥକୁ ଏନକାଉଣ୍ଟର କଲା ପୋଲିସ
ପୋଲିସ ଉପରକୁ ବୋମ ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲା
ଅଭିଯୁକ୍ତ ଜଗାର ୨ ଗୋଡ଼ରେ ବାଜିଛି ଗୁଳି
ଗତକାଲି ମଙ୍ଗଳା ବେହେରାକୁ ଖଣ୍ଡାରେ ଆକ୍ରମଣ କରି କରିଥିଲା

ବ୍ରହ୍ବପୁର ୨୫/୦୫: ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍ ହୋଇଛି। ଜଗା ସାହୁ ଓରଫ ଜଗନ୍ନାଥକୁ ଏନକାଉଣ୍ଟର ହୋଇଛି। ଜଗା ବାଉରୀ ସୁକୁଣ୍ଡାରେ ଥିବା ସୂଚାନା ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଥଲେ। ଜଗାର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଗତକାଲି ରାତିରେ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ଅମ୍ବିକା ନଗରରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ଉପସ୍ଥିତିରେ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ହତ୍ୟା ଉଦ୍ୟମ କରାଯାଇଛି। ରାସ୍ତାକଡ଼ରେ ଜଣେ ଯୁବକ ହାଣୁଥିବା ବେଳେ ଅନ୍ୟ ଜଣେ ଗୋଇଠା ମାରି ଚାଲିଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଜଣକ ମଙ୍ଗଳା ବେହେରା, ତାଙ୍କ ଘର ହରିଡ଼ାଖଣ୍ଡି ଜାଇମିଲ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ରବିବାର ରାତି ପ୍ରାୟ ୯ଟାରେ ମଙ୍ଗଳା ଫାଷ୍ଟଫୁଡ୍ ଖାଇବାକୁ ଅମ୍ବିକାନଗର ଛକକୁ ଯାଇଥିଲେ। ଏହି ସମୟରେ ୨ରୁ ୩ ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ରାସ୍ତା ଉପରେ ପକାଇ ୧୦ରୁ ଅଧିକ ଚୋଟ ପକାଇଥିଲେ। ଲହୁଲୁହାଣ ଅବସ୍ଥାରେ ମଙ୍ଗଳା ଛାଡ଼ିଦେବାକୁ କାକୁତିମିନତି ହୋଇଥିଲେ ହେଁ ରକ୍ତମୁଖା ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ଅଚେତ ହୋଇଯିବା ପରେ ସେମାନେ ଚମ୍ପଟ ମାରିଥିଲେ।
ପଢନ୍ତୁ ଏହି ଖବର: ଅପରାଧୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ,ଏଥର ସିଧା ଏନକାଉଣ୍ଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଙ୍ଗଳାଙ୍କୁ ବର୍ତମାନ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଏସ୍ପି ଡା.ଶରବଣା ବିବେକ ଏମ୍. ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଯୋଜନାବଦ୍ଧ ଭାବେ ମଙ୍ଗଳାଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖି ସେମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ମଙ୍ଗଳା ଏକ ବୋମାମାଡ଼ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ୪ ଦିନ ତଳେ ଜାମିନରେ ମୁକୁଳିଥିଲେ। ତେବେ ପୁଲିସର କଡ଼ା ଚେତାବନୀ ସତ୍ତ୍ବେ ଅପରାଧୀଙ୍କ ଏଭଳି କାର୍ନାମା ସହରରେ ଭୟର ବାତାବରଣ ସୃଷ୍ଟି କରିଛି| ଗତ ସପ୍ତାହରେ ଖୋଡ଼ାସିଂ ଓଭରବ୍ରିଜ୍ ଉପରୁ ଶ୍ୟାମ ବେହେରା ନାମକ ଜଣେ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟ କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତ ଦିପୁନା ନାୟକକୁ ଗତ ଶନିବାର ଦିନ ପୁଲିସ ଏନ୍କାଉଣ୍ଟର କରିଥିଲା । ସେହିପରି ଗତ ୧୮ ତାରିଖରେ ଗିରିରୋଡ୍ରେ ଉମେଶ ରଥଙ୍କୁ ନିର୍ଘାତ ମାଡ଼ ମାରିବା ଭଳି ସମ୍ବେଦନଶୀଳ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମୁକ୍ତେଶ ସାହୁକୁ ପୁଲିସ ଏନ୍କାଉଣ୍ଟର କରିଥିବା ବେଳେ ଚାରିଜଣ ଗିରଫ ହୋଇଥିଲେ।

Related Topics
Explore more stories